ନାକରୁ ରକ୍ତସ୍ରାବ
Nosebleed | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ଆଇସିଡ଼ି-୧୦ | R04.0 |
ଆଇସିଡ଼ି-୯-ସିଏମ୍ | 784.7 |
ରୋଗ ଡାଟାବେସ | 18327 |
ମେଡ଼ିସିନ-ପ୍ଲସ | 003106 |
ଇ-ମେଡ଼ିସିନ | emerg/806 ent/701, ped/1618 |
Patient UK | ନାକରୁ ରକ୍ତସ୍ରାବ |
MeSH | C08.460.261 |
ନାକରୁ ରକ୍ତସ୍ରାବ (English: Epistaxis ବା Nosebleed) ଏକ ଲକ୍ଷଣ । ଏହି ଶବ୍ଦଟି ଗ୍ରୀସ ଭାଷାରୁ ((from Greek: ἐπιστάζω (epistazo) to bleed from the nose: ἐπί (epi) - "above", "over" + στάζω (stazo) - "to drip [from the nostrils]")) ଆସିଛି । ଏହା ଏକ ସାଧାରଣ ବେମାରୀ । ଏଥିରେ ନାକରୁ ରକ୍ତ ବହେ । ନାକ ରକ୍ତସ୍ରାବ ଦୁଇ ଭାଗରେ ବର୍ଣ୍ଣନା କରାଯାଏ ଯଥା ସମ୍ମୁଖ ଭାଗ ରକ୍ତସ୍ରାବ ଓ ପୃଷ୍ଠ ଭାଗ ରକ୍ତସ୍ରାବ । ଶେଷୋକ୍ତ ସ୍ରାବ କ୍ୱଚିତ ଦେଖାଯାଏ କିନ୍ତୁ ସଙ୍ଗେ ସଙ୍ଗେ ଡାକ୍ତରୀ ପରାମର୍ଶ ଆବଶ୍ୟକ କରେ । ଅତ୍ୟଧିକ ରକ୍ତସ୍ରାବ ହେଲେ ଲୁହବାହୀ ନଳୀ ମଧ୍ୟ ଦେଇ ରକ୍ତ ଆଖିରେ ପ୍ରବେଶ କରିବା ପରେ ଆଖିରୁ ରକ୍ତ ବହେ । ନାକରୁ ରକ୍ତ ବହି ଖାଦ୍ୟନଳୀକୁ ଯାଇ ପାକସ୍ଥଳୀରେ ପ୍ରବେଶ କରିପାରେ । ରକ୍ତ ତରଳ ବା ମୁଣ୍ଡା ହୁଏ । ରକ୍ତସ୍ରାବ ଦେଖିଲେ ଭୟ ଲାଗେ, କିଛି ରୋଗୀଙ୍କର ଡାକ୍ତରୀ ପରାମର୍ଶ ଦରକାର ହୁଏ କିନ୍ତୁ ଏହା କ୍ୱଚିତ ଘାତକ ହୁଏ । ଏକ ପରିସଂଖ୍ୟାନରୁ ଜଣାଯାଏ, ୧୯୯୯ ମସିହାରେ ଆମେରିକାରେ ୨.୪ ନିୟୁତ ମୃତ୍ୟୁରେ ମାତ୍ର ୪ଟି ଘାତକ ଥିଲା[୧] । ରକ୍ତସ୍ରାବ ହେଲେ ମୁଣ୍ଡକୁ ସାମାନ୍ୟ ଆଗକୁ ନୁଏଁଇ ନାକ ପୁଡ଼ାକୁ ୫ରୁ ୨୦ ମିନିଟ ଧରି ଚିପି ଧରିଲେ ରକ୍ତ ଜମାଟ ବାନ୍ଧି ସ୍ରାବ ବନ୍ଦ ହୋଇଯାଏ ।
କାରଣ
[ସମ୍ପାଦନା]ରକ୍ତସ୍ରାବ ସ୍ଥାନୀୟ କାରଣ ବା ଶାରୀରିକ କାରଣ ଯୋଗୁ ବହେ । କୌଣସି କାରଣ ନ ଥାଇ ମଧ୍ୟ ରକ୍ତସ୍ରାବ ହୁଏ ।
ସ୍ଥାନୀୟ କାରଣ
[ସମ୍ପାଦନା]- ମୁଣ୍ଡା ଆଘାତ ଯେପରିକି ମୁଷ୍ଠି ଘାତ ଯାହା ନାକ ଅସ୍ଥି ଭଗ୍ନ ସହ ଦେଖାଯାଏ ।
- ନାକ ଭିତରେ ଆଙ୍ଗୁଠି ପୁରେଇ କେଞ୍ଚିଲେ ।
- ପ୍ରଦାହ: ଶ୍ୱାସ ନଳୀ ପ୍ରଦାହ, ସାଇନୁସାଇଟିସ, ରାଇନାଇଟିସ ଓ ବାୟୁମଣ୍ଡଳରେ ଥିବା ଉତ୍ତେଜକ ପଦାର୍ଥ ।
ଅନ୍ୟାନ୍ୟ କାରଣ
[ସମ୍ପାଦନା]- ଶାରୀରିକ ବକ୍ରତା (e.g. septal spurs or Hereditary hemorrhagic telangiectasia)
- କୋକେନ (cocaine) ଶୁଙ୍ଘିଲେ ।
- ନାକ ଭିତରେ ଅର୍ବୁଦ ବା Intranasal tumors (e.g. Nasopharyngeal carcinoma or nasopharyngeal angiofibroma)
- ପ୍ରଶ୍ୱାସରେ ଜଳୀୟ ଅଂଶ କମ ହେଲେ । Low relative humidity of inhaled air (particularly during cold winter seasons)
- ନାକ ଭିତରେ କାନୁଲା ରଖିଲେ ଝିଲ୍ଲୀ ଶୁଖିଯାଏ ।Nasal cannula O2 (tending to dry the olfactory mucosa)
- ନାକ ସ୍ପ୍ରେରେ ଅଧିକ ସ୍ଟିରଏଡ ଥିଲେ । Nasal sprays (particularly prolonged or improper use of nasal steroids)
- ଓଟିକ ବାରୋଟ୍ରମା । Otic barotrauma (such as from descent in aircraft or ascent in scuba diving)
- ଆର୍ସେନିକ ମିଶା ପ୍ରୋଟିନ ଖାଇଲେ ।Consumption of tainted whey protein supplements that contain arsenic[୨]
- ନାକ ଭିତର ଅପରେଶନ । Surgery (e.g. septoplasty and Functional Endoscopic Sinus Surgery)
ଶାରୀରିକ କାରଣ
[ସମ୍ପାଦନା]- ସଂକ୍ରାମକ ରୋଗ ଯଥା ଶର୍ଦ୍ଦି
- ଉଚ୍ଚ ରକ୍ତଚାପ
ଶାରୀରିକ ବିକାରି କ୍ରିୟା
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ Work Table I. Deaths from each cause by 5-year age groups, race and sex: US, 1999 Page 1922. U.S. Centers for Disease Control Published 2001-05-11.
- ↑ "What's in your protein drink". Retrieved 29 January 2012.