ନୟାଗଡ଼ ଗଡ଼ଜାତ ରାଜ୍ୟ

ଉଇକିପିଡ଼ିଆ‌ରୁ
(Nayagarh Stateରୁ ଲେଉଟି ଆସିଛି)
ନୟାଗଡ଼ ଗଡ଼ଜାତ ରାଜ୍ୟ
Princely State of British India
c. 1500–1948
Location of ନୟାଗଡ଼ ଗଡ଼ଜାତ ରାଜ୍ୟ
Location of ନୟାଗଡ଼ ଗଡ଼ଜାତ ରାଜ୍ୟ
Nayagarh State in the Imperial Gazetteer of India
History
 •  Established c. 1500
 •  Accession to the Union of India 1948
Area
 •  1931 ୧,୫୨୮ km2 (୫୯୦ sq mi)
Population
 •  1931 ୧,୪୨,୪୦୬ 
Density ୯୩.୨ /km2  (୨୪୧.୪ /sq mi)

ନୟାଗଡ଼ ଗଡ଼ଜାତ ରାଜ୍ୟ ବ୍ରିଟିଶ ଶାସନ ସମୟର ଏକ ଗଡ଼ଜାତ ବା ଦେଶୀୟ ରାଜ୍ୟ ଯାହାକି ଅଧୁନାତନ ଓଡ଼ିଶାର ନୟାଗଡ଼ ଜିଲ୍ଲା [୧] । ଦେଶୀୟ ରାଜ୍ୟର ମିଶ୍ରଣ ସମୟରେ ଏହା ୧୯୪୮ ମସିହାରେ ଭାରତ ସହିତ ମିଶିଥିଲା । ଏହି ଅଞ୍ଚଳର ଉତ୍ତରରେ ଖଣ୍ଡପଡା ରାଜ୍ୟ ଓ ପୁରୀ ଜିଲ୍ଲା ଅବସ୍ଥିତ । ଏହାର ରାଜଧାନୀ ଥିଲା ନୟାଗଡ । ରାଜ୍ୟର ଦକ୍ଷିଣାଞ୍ଚଳ ବଣ ପାହାଦ ଘେରା ଓ ଏହି ଅଞ୍ଚଲରେ ମୁଖ୍ୟତଃ କନ୍ଧ ଶ୍ରେଣୀର ଲୋକେ ବସବାସ କରୁଥିଲେ ।[୨] ବର୍ତ୍ତମାନର ନୟାଗଡ ଜିଲ୍ଲା ମୁଖ୍ୟତଃ ତତ୍କାଳୀନ ଦଶପଲ୍ଲା ଗଡଜାତ, ଖଣ୍ଡପଡା ଗଡଜାତ, ନୟାଗଡ ଗଡଜାତ ଏବଂ ରଣପୁର ଗଡଜାତ ଜିଲ୍ଲାର ଅଂଶ ବିଶେଷକୁ ନେଇ ଗଠିତ ।[୩]

ଇତିହାସ[ସମ୍ପାଦନା]

ଇତିହାସର ତଥ୍ୟାନୁସାରେ ନୟାଗଡ ରାଜା ଖ୍ରୀଷ୍ଟାବ୍ଦ ୧୫୫୦ ପୂର୍ବରୁ ରାଜା ସୂର୍ଯ୍ୟମଣିଙ୍କଦ୍ୱାରା ପ୍ରତିଷ୍ଠିତ ହୋଇଥିଲା । ତେବେ ଖଣ୍ଡପଡା ରାଜ୍ୟ ପ୍ରଥମେ ନୟାଗଡ଼ ଗଡ଼ଜାତ ରାଜ୍ୟର ଅଂଶ ବିଶେଷ ଥିଲା ଏବଂ ପରବର୍ତ୍ତୀ ସମୟରେ ଅର୍ଥାତ ୧୫୯୯ ମସିହାରେ ଏହା ଏକ ସ୍ୱତନ୍ତ୍ର ରାଜ୍ୟ ରୂପେ ପ୍ରତିଷ୍ଠିତ ହେଲା । ତତ୍କାଳୀନ ବାଘେଲା ବା ଭାଘେଲା ରାଜ ବଂଶର ରାଜପୁତମାନେ ଏହାର ଶାସକ ଥିଲେ ।[୪]

ଶାସକ[ସମ୍ପାଦନା]

  • ଚନ୍ଦ୍ରଶେଖର ସିଂହ ମାନ୍ଧାତା
  • ପୁରୁଷୋତ୍ତମ ସିଂହ ମାନ୍ଧାତା
  • ମୃତ୍ୟୁଞ୍ଜୟ ସିଂହ ମାନ୍ଧାତା ( ୧୭୮୪ ପର୍ଯ୍ୟନ୍ତ)
  • ବିନାୟକ ସିଂହ ମାନ୍ଧାତା (୧୭୮୪-୧୮୨୫)
  • ବ୍ରଜବନ୍ଧୁ ସିଂହ ମାନ୍ଧାତା (୧୮୨୫-୧୮୫୧)
  • ଲଡୁ କିଶୋର ସିଂହ ମାନ୍ଧାତା (୨୦ ସେପ୍ତେମ୍ବର ୧୮୫୧-୧୮୮୯)
  • ବଲଭଦ୍ର ସିଂହ ମାନ୍ଧାତା (୧୮୮୯-୧୮୯୦)
  • ରଘୁନାଥ ସିଂହ ମାନ୍ଧାତା (୨ ମାର୍ଚ ୧୮୯୦-୪ ସେପ୍ତେମ୍ବର ୧୮୯୭)
  • ନାରାୟନ ସିଂହ ମାନ୍ଧାତା (୧୮୯୭-୧୯୧୮)
  • କୃଷ୍ନଚନ୍ଦ୍ର ସିଂହ ମାନ୍ଧାତା (୧୯୧୮-୧୯୮୩)[୫]

ରାଜା କୃଷ୍ନଚନ୍ଦ୍ର ସିଂହ ସାମନ୍ତ ତାଙ୍କର ପ୍ରଥମ ରାଣୀ ଭାବେ ନେପାଳ ରାଣାଙ୍କ କନ୍ୟା ରାଣୀ ବସନ୍ତ ମଞ୍ଜରୀ ଦେବୀଙ୍କୁ ବିବାହ କରିଥିଲେ ଏବଂ ପରେ ଦ୍ୱିତୀୟ ରାଣୀ ଭାବେ ହିନ୍ଦୋଳ ରାଜକନ୍ୟା ରାଣୀ ସଓଭାଗ୍ୟ ମଞ୍ଜରୀ ଦେବୀଙ୍କୁ ବିବାହ କରିଥିଲେ । ସେ ତାଙ୍କ ଶାସନ କାଳରେ ନୟାଗଡ କୋ ଅପରେଟିଭ ବ୍ୟାଙ୍କ, ଅନେକ ଶିକ୍ଷାନୁଷ୍ଠାନ, ଏକ ହୋମିଓପ୍ୟାଥୀ ଦାତବ୍ୟ ଚିକିତ୍ସାଳୟ ତଥା ନୟାଗଦର ମେମୋରିଆଲ କ୍ଳବ ପ୍ରତିଷ୍ଠା କରାଇଥିଲେ । ୨୪ ଜୁନ ୧୯୮୩ରେ ସେ ମୃତ୍ୟୁ ବରଣ କରିଥିଲେ ।

ଆଧାର[ସମ୍ପାଦନା]

  1. Chisholm, Hugh, ed. (1911). "Nayagarh" . Encyclopædia Britannica Eleventh Edition. Vol. 19 (11th ed.). Cambridge University Press. p. 318.
  2. Great Britain India Office. The Imperial Gazetteer of India. Oxford: Clarendon Press, 1908.
  3. Panda, Dr. Saroj Kumar. "An Analysis of Trade and Commerce in thePrincely States of Nayagarh District (1858-1947)" (PDF). www.magazines.odisha.gov.in. Retrieved 29 May 2019.
  4. "History of Nayagarh District Government of Odisha". www.nayagarh.nic.in. Retrieved 29 May 2019.
  5. Rathore, Abhinay. "Nayagarh (Princely State)". Rajput Provinces of India (in ଇଂରାଜୀ). Retrieved 29 May 2019.

ବାହାର ଲିଙ୍କ[ସମ୍ପାଦନା]