Jump to content

ନର୍ଗିସ ଅଖତାର

ଉଇକିପିଡ଼ିଆ‌ରୁ
(Nargis Akhterରୁ ଲେଉଟି ଆସିଛି)
ନର୍ସିସ ଅଖତାର
নারগিস আক্তার
ଜନ୍ମ
ହୋସ୍‌ନେ ଅରା
ଜାତୀୟତାବଙ୍ଗଳାଦେଶୀ
ବୃତ୍ତିଅଭିନେତ୍ରୀ
ସମ୍ପର୍କୀୟ

ହୋସ୍‌ନେ ଅରା (ଅଭିନୟ ଜଗତରେ ସେ ନର୍ଗିସ ଅଖତାର ଭାବରେ ଜଣାଶୁଣା) ଜଣେ ବାଂଲାଦେଶୀ ଅଭିନେତ୍ରୀ । ସେ ୨୦୧୯ ମସିହାରେ ମାୟା: ଦ ଲଷ୍ଟ ମଦର୍ ଚଳଚ୍ଚିତ୍ରରେ ଅଭିନୟ ପାଇଁ ଶ୍ରେଷ୍ଠ ସହାୟକ ଅଭିନେତ୍ରୀ ଭାବରେ ବାଂଲାଦେଶ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି ।[]

ପୃଷ୍ଠଭୂମି

[ସମ୍ପାଦନା]

ନର୍ଗିସ ବଙ୍ଗଳାଦେଶୀ ଅଭିନେତ୍ରୀ ଅନ୍ୱରା ବେଗମଙ୍କ ଭଉଣୀ । ତାଙ୍କର ଆଉ ଜଣେ ଭଉଣୀ ଶ୍ୟାମସୁନହାର ଏବଂ ତାଙ୍କର ଜଣେ ଭାଇ ଥିଲେ ହୁମାୟୁନ କବୀର, ଯିଏକି ୨୦୨୦ ମସିହାରେ ମୃତ୍ୟୁବରଣ କରିଥିଲେ ।[][] ସେ ତାଙ୍କର ପ୍ରଥମ ଥିଏଟର ନାଟକ କୁଆଶର କନ୍ନାରେ ଅଭିନୟ କରିଥିଲେ ।[] ୧୯୭୩ ମସିହାରେ, ସେ ଖାନ ଆତୁର ରହମାନଙ୍କ ପ୍ରଯୋଜିତ କଥାଚିତ୍ର ଜୋରେର ପାଖୀରେ ଅଭିନୟ ଆରମ୍ଭ କରିବାବେଳେ ତାଙ୍କ ନାମ ପରିବର୍ତ୍ତନ କରି ନର୍ଗିସ ରଖିଥିଲେ ।[]

ଅଭିନୟ ଜୀବନ

[ସମ୍ପାଦନା]

ସେ ଅବଦାନ, ଗୁନାଃଗର, ଚମ୍ପା ଚାମେଲି, ଭାଇ ଆମାର ଭାଇ, ଅଦାଲତ, ନୋଲୋକ, ଫକିର ମଜନୁ ଶାହା, ରଙ୍ଗ ବେରଙ୍ଗ, ସରେଙ୍ଗ ବୋଉ, ମାୟାର ବନ୍ଧନ ଏବଂ ରାମର ସୁମୋତି ଆଦି କଥାଚିତ୍ରରେ ଅଭିନୟ କରିଥିଲେ ।[] ସେ ଆୟନା, ହିରାମନ୍ ଏବଂ ବୋଉ କଥା କୋଉ ଭଳି ଦୂରଦର୍ଶନ ଧାରାବାହିକରେ ମଧ୍ୟ ଅଭିନୟ କରିଥିଲେ ।[]

  1. "Award 2019" (PDF). Ministry of Information. Retrieved 2020-12-06.
  2. ୨.୦ ୨.୧ ୨.୨ ୨.୩ ୨.୪ "Nargis amused for getting National Film Award for first time". m.thedailynewnation.com. Archived from the original on 2022-11-12. Retrieved 2020-12-07.
  3. "Actress Anowara's only brother dies of Covid-19". Daily Bangladesh (in ଇଂରାଜୀ). Retrieved 2020-12-07.

ବାହାର ଆଧାର

[ସମ୍ପାଦନା]