ବ୍ୟବହାରକାରୀ:Chittaranjan kar/ମୁରଲୀ ମନୋହର ଶର୍ମା

ଉଇକିପିଡ଼ିଆ‌ରୁ
(Murali Manohar Sharmaରୁ ଲେଉଟି ଆସିଛି)
ମୁରଲୀ ମନୋହର ଶର୍ମା
ଜନ୍ମ (1966-08-17) ୧୭ ଅଗଷ୍ଟ ୧୯୬୬ (ବୟସ ୫୭)
ଜାତୀୟତାଭାରତୀୟ
ପ୍ରସିଦ୍ଧିରାଜନୈତିକ ନେତା

ମୁରଲୀ ମନୋହର ଶର୍ମା (ଜନ୍ମ ୧୭ ଅଗଷ୍ଟ ୧୯୬୬, ବଡ଼ବିଲ, କେନ୍ଦୁଝର, ଓଡ଼ିଶା) ଜଣେ ରାଜନୈତିକ ନେତା ।

ଜୀବନକାଳ[ସମ୍ପାଦନା]

ମୁରଲୀଙ୍କ ପିତା ତାରାଚାନ୍ଦ ଶର୍ମା ଜଣେ ସ୍ଵୟଂସେବକ । ସେ ବଡ଼ବିଲର ଶ୍ରୀ ଗୋପବନ୍ଧୁ ବିଦ୍ୟାଳୟର ପ୍ରତିଷ୍ଠାତା ସମ୍ପାଦକ । ମୁରଲୀ ଶ୍ରୀ ଗୋପବନ୍ଧୁ ବିଦ୍ୟାଳୟରୁ ପ୍ରାଥମିକ ଶିକ୍ଷାପରେ ବଡ଼ବିଲ ମୁନିସିପାଲ ହାଇସ୍କୁଲରୁ ମାଧ୍ୟମିକ ଶିକ୍ଷା ସମାପନ କରିଥିଲେ । ସେ କଲେଜ ଶିକ୍ଷା ସମୟରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଜଣେ ସଂଗଠକ ଭାବେ ଯୋଗଦେଇଥିଲେ । ମୁରଲୀ କେନ୍ଦୁଝର କଲେଜରୁ ବି.କମରେ ଅନର୍ସ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ସେ ପ୍ରଥମେ ଭାରତୀୟ ଜନତା ପାର୍ଟିର ବଡ଼ବିଲ ନଗର ଶକ୍ତିକେନ୍ଦ୍ର ପ୍ରମୁଖ ଭାବରେ କାମ ଆରମ୍ଭ କରିଥିଲେ । ମୁରଲୀ ମନୋହର ଶର୍ମା ୧୯୯୨ରେ କେନ୍ଦୁଝର ଜିଲ୍ଲା ଭାରତୀୟ ଜନତା ଯୁବମୋର୍ଚାର ସଭାପତି ହୁଅନ୍ତି. ୧୯୯୩ -୯୭ ଜିଲ୍ଲା ସାଧାରଣ ସଂପାଦକ, ୧୯୯୭ - ୨୦୦୦ ଏବଂ ୨୦୦୬-୨୦୦୯ରେ ଜିଲ୍ଲା ସଭାପତି । ୨୦୧୦ରୁ ଭାରତୀୟ ଜନତା ପାର୍ଟିର ରାଜ୍ୟ ସାଧାରଣ ସମ୍ପାଦକ ଭାବେ ଦାୟିତ୍ଵ ତୁଲାଉଛନ୍ତି ।

ସମାଜ ସେବା ଓ ଅବଦାନ[ସମ୍ପାଦନା]

ଆଦିବାସୀମାନଙ୍କ ସ୍ଵାର୍ଥ ପାଇଁ ଲଢ଼େଇ[ସମ୍ପାଦନା]

ଆଦିବାସୀମାଙ୍କର ସରଳତା ଏବଂ ଦୁର୍ବଳତାର ସୁଯୋଗ ନେଇ ବହୁ କମ୍ପାନୀ ସେମାନଙ୍କ ଜମିକୁ ଜବର ଦଖଲ କରି ନେଇଥିଲେ। ସ୍ଥାନୀୟ କାରଖାନା ଓ ଖଣିଖାଦାନରେ ସେମାନଙ୍କୁ ଉପଯୁକ୍ତ ନିଯୁକ୍ତି ମିଳୁନଥିଲା । ଗ୍ରାମ ସୁରକ୍ଷା ସମିତି ମାଧ୍ୟମରେ ଆଦିବାସୀ ଓ ଗ୍ରାମବାସୀମାନଙ୍କ ସ୍ଵାର୍ଥପାଇଁ ଅର୍ଥନୈତିକ ଅବରୋଧର ଆହ୍ଵାନ ଦେଇ ରାସ୍ତା ଉପରେ ବସି ରହିବା ଫଳରେ ଅନେକାଂଶରେ ଆନ୍ଦୋଳନର ସୁଫଳ ପାଇଛନ୍ତି।

ସେବା ସଂକଳ୍ପ[ସମ୍ପାଦନା]

୧୯୯୯ରେ ଓଡ଼ିଶାର ପ୍ରଳୟଂକାରୀ ମହାବାତ୍ୟା ସମୟରେ ବିପୁଳପରିମାଣର ରିଲିଫ ସାମଗ୍ରୀ ନେଇ ଜିଲ୍ଲାର ଆନନ୍ଦପୁର ସବଡ଼ିଭିଜନର ଦୁର୍ଗମ ଗ୍ରାମାଞ୍ଚଳରେ ସହାୟତା ପ୍ରଦାନ କରିଛନ୍ତି । ବିଭିନ୍ନ ସମୟରେ ରାଜ୍ୟର ବହୁ ବନ୍ୟା ଦୁର୍ଗତ ଅଞ୍ଚଳରେ ରିଲିଫ ଓ ପଶୁ ଖାଦ୍ୟ ବଣ୍ଟନ କରିଛନ୍ତି । ଜାତି, ବର୍ଣ୍ଣ ନିର୍ବିଶେଷରେ ଦୁର୍ବଳ ଶ୍ରେଣୀର ଦୁରାରୋଗ୍ୟ ଦୁର୍ଦ୍ଦଶାଗ୍ରସ୍ତ ରୋଗୀଙ୍କ ଚିକିତ୍ସା ପାଇଁ ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କ ଅଧ୍ୟୟନ ପାଇଁ ସବୁ ବେଳେ ଆଗେଇ ଆସନ୍ତି । କେନ୍ଦୁଝର ଜିଲ୍ଲାର ୨୧୫ନଂ ଜାତୀୟ ରାଜପଥର ଉନ୍ନତିକରଣ ସହିତ ଜିଲ୍ଲାରେ ପାସେଞର ଟ୍ରେନର ଶୁଭାରମ୍ଭ ହେବାରେ ଯେଉଁ ଆନ୍ଦୋଳନ ହେଇଥିଲା ସେଥିରେ ତାଙ୍କ ଅବଦାନ ରହିଛି । ବଲାଣି ମଜଦୁର ସଂଘ ସମେତ ବହୁ ଟ୍ରେଡୟୁନିୟନର କର୍ମକର୍ତା ଓ ପରାମର୍ଶଦାତା ଭାବେ ଶ୍ରମିକମାନଙ୍କ ସ୍ଵାର୍ଥପାଇଁ ଲଢ଼େଇ କରି ସଫଳତା ପାଇଛନ୍ତି।

କୃଷକଙ୍କ ପାଇଁ ଆନ୍ଦୋଳନ[ସମ୍ପାଦନା]

ରାଜ୍ୟର ମେରୁଦଣ୍ଡ, କୃଷକମାନଙ୍କର ବିଭିନ୍ନ୍ ସମସ୍ୟା ଉପରେ ସବୁବେଳେ ସଜାଗ ରହି ସାର କଳାବଜାର ବିରୁଦ୍ଧରେ ଚାଷୀମାନଙ୍କୁ ଏକତ୍ରିତ କରି ସରକାରୀ ଗୋଦାମ ଘେରାଉ ସହ ଦୁର୍ନୀତିଗ୍ରସ୍ତ ଅଫିସରମାନଙ୍କ ମୁଖା ଖୋଲିଛନ୍ତି । ଚାଷୀମାନଙ୍କୁ ଉଚିତ ଦାମରେ ସାର ଯୋଗାଇ ଦେବାକୁ ବାଧ୍ୟ କରିଛନ୍ତି । ସରକାରଙ୍କ କୃଷକ ମାରଣ ନୀତିର ଶିକାର ହୋଇ ଆତ୍ମହତ୍ୟା କରୁଥିବା କୃଷକମାନଙ୍କ ପରିବାରକୁ ଯାଇ ସମବେଦନା ଓ ସହାୟତା ଦେଇଛନ୍ତି ।

ଦୁର୍ନୀତି ବିରୁଦ୍ଧରେ ମହାସଂଗ୍ରାମ[ସମ୍ପାଦନା]

ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଖଣି ମହାଦୁର୍ନୀତିର ପର୍ଦ୍ଦାଫାସ କରିବା ସହ ଖଣି ଚୋରୀକୁ ଲୋକ ଲୋଚନକୁ ଆଣିବା ପାଇଁ କେନ୍ଦୁଝରଠାରେ ମହା ଖଣିଦୁର୍ନୀତି ବିରୁଦ୍ଧରେ ଏକ ବିଶାଳ ସମାବେଶର ଆୟୋଜନ କରି ସାରା ରାଜ୍ୟରେ ମହାସଂଗ୍ରାମର ଅଗ୍ରଦୂତ ଭାବେ ମଙ୍ଗ ଧରିଥିଲେ ।

ବୈତରଣୀ ବଞ୍ଚାଅ ଅଭିଯାନ[ସମ୍ପାଦନା]

ଆମ ଧର୍ମ ଓ ସଂସ୍କୃତିର ପ୍ରତୀକ, ଓଡ଼ିଶାର ଗଙ୍ଗା ଭାବେ ପ୍ରସିଦ୍ଧ ବୈତରଣୀ ନଦୀର ଜଳକୁ କେତେକ କମ୍ପାନୀକୁ ଲୁହାପଥର ପରିବହନ ପାଇଁ ବ୍ୟବହାର କରିବାକୁ ଅନୁମତି ଦେଇ ରାଜ୍ୟର ୫ଟି ଜିଲ୍ଲାର ଜନ ସାଧାରଣଙ୍କୁ ଦୁର୍ଦ୍ଦଶା ଭିତରକୁ ଠେଲି ଦେବାକୁ ଉଦ୍ୟମ କରୁଥିବା ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଦୁର୍ବାର ଜନ ଆନ୍ଦୋଳନର ସେ ଏବେ ସେନାପତି ।

ଧର୍ମ, ସଂସ୍କୃତି, ସାହିତ୍ୟ, କ୍ରୀଡ଼ା ଓ ଯୁବନେତା କ୍ଷେତ୍ରରେ ଅବଦାନ[ସମ୍ପାଦନା]

ବ୍ୟସ୍ତବହୁଳ ରାଜନୈତିକ ଜୀବନରେ ଟିକିଏ ସମୟ ପାଇଲେ ଓଡ଼ିଶାର କୋଣ ଅନୁକୋଣ ଶିକ୍ଷା, ସାହିତ୍ୟ, ସଂସ୍କୃତି, କଳା ଓ କ୍ରୀଡ଼ା କ୍ଷେତ୍ରରେ ସେ ମନୋନିବେଶ କରନ୍ତି । ଏଥିପାଇଁ ମାତୃଭାଷା ଓ ସୁରତରଙ୍ଗ ଭଳି ସଂଗଠନ ତରଫରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।

ଆଧାର[ସମ୍ପାଦନା]