ମୋଜେଜା ଅଶରଫ୍ ମୋନାଲିସା

ଉଇକିପିଡ଼ିଆ‌ରୁ
(Mozeza Ashraf Monalisaରୁ ଲେଉଟି ଆସିଛି)
ମୋଜେଜା ଅସରଫ ମୋନାଲିସା
Born
ମୋଜେଜା ଅସରଫ ମୋନାଲିସା

(1987-10-05) ୫ ଅକ୍ଟୋବର ୧୯୮୭ (ବୟସ ୩୬)
Occupation(s)ଅଭିନେତ୍ରୀ
ମଡେଲ
ନର୍ତ୍ତକୀ
Years active୧୯୯୭–ଏବେଯାଏଁ
Height୫ ଫୁଟ ୧ ଇଞ୍ଚ
Parent(s)ଅସରଫ ହୁସେନ (ବାପା)
ମମତାଜ ବେଗମ୍ (ମାଆ)

ମୋଜେଜା ଅସରଫ ମୋନାଲିସା (ଜନ୍ମ: ୫ ଅକ୍ଟୋବର ୧୯୮୭, ଜନ୍ମସ୍ଥାନ: ବଙ୍ଗଳାଦେଶ) ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ, ମଡେଲ ଏବଂ ନର୍ତ୍ତକୀ । ସେ ଦୂରଦର୍ଶନର ବିଜ୍ଞାପନରେ ପ୍ରଥମେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ ଏବଂ ଏଥିସ‌ହିତ ବିଭିନ୍ନ ମଞ୍ଚରେ ନୃତ୍ୟ କରୁଥିଲେ । ଏହି ସମୟରେ ସେ ୨୦୦୦ ମସିହାରେ ମିସ୍ ଫଟୋଜେନିକ୍ ପୁରସ୍କାର ମଧ୍ୟ ପାଇଥିଲେ ।[୧] ସେ ଅନେକ ଦୂରଦର୍ଶନ ଚେନାରେ ବିଭିନ୍ନ ଧାରାବାହିକ ଏବଂ ଟେଲି ଫିଲ୍ମରେ ଅଭିନୟ କରିଥିଲେ ।[୨] ଏତଦ୍ ବ୍ୟତୀତ ସେ ଜଣେ ପ୍ରଶିକ୍ଷିତ ନର୍ତ୍ତକୀ ।[୩][୪] ମୋନାଲିସା ମାତ୍ର ୧୦ ବର୍ଷ ବୟସରେ ବିଭିନ୍ନ ମଞ୍ଚରେ ନୃତ୍ୟ କରିବା ସ‌ହ ଅଭିନୟ ଆରମ୍ଭ କରିଥିଲେ ଏବଂ ଏଥି ସ‌ହ ମଡେଲିଂ ମଧ୍ୟ କରୁଥିଲେ । ଜଣେ ନର୍ତ୍ତକୀ ଭାବରେ ସେ ତାଙ୍କର ପେଶା ଆରମ୍ଭ କରିଥିଲେ ଏବଂ ଦୂରଦର୍ଶନର ବିଜ୍ଞାପନରେ ତାଙ୍କ ଅଭିନୟ ତାଙ୍କୁ ଲୋକପ୍ରିୟ କରାଇଥିଲା । ଏହାପରେ ସେ ଦୂରଦର୍ଶନ ଧାରାବାହିକ ଏବଂ ନାଟକମାନଙ୍କରେ ଅଭିନୟ କରିଥିଲେ । ବୟସ ଜୋଖନ ଏଖୁସ, କାଗଜର ଫୁଲ ଏବଂ ହୁମାୟୁନ ଅହମଦଙ୍କର ତ୍ରିଶ୍ନା ଆଦି ନାଟକରେ ଅଭିନୟ କରିଥିଲେ । ବିଭିନ୍ନ ବ୍ରାଣ୍ଡ ଗୁଡ଼ିକ ମଧ୍ୟରୁ ମୋନାଲିସା ବାଂଲାଲିଙ୍କ ଟେଲି କମୁନିକେସନର ବିଜ୍ଞାପନରେ କାର୍ଯ୍ୟ କରିଥିଲେ ।[୫]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ମୋନାଲିସା ୫ ଅକ୍ଟୋବର ୧୯୮୭ରେ ଢାକାଠାରେ ଜନ୍ମଗ୍ରହଣ କରିଥିଲେ ।[୬] ତାଙ୍କ ବାପା ଅସରଫ ହୁସେନ ଏବଂ ମମତାଜ ବେଗମ୍ ହେଉଛନ୍ତି ତାଙ୍କ ମାଆ । ପରିବାରରେ ସେ ହେଉଛନ୍ତି ତିନି ଭଉଣୀଙ୍କ ମଧ୍ୟରେ କନିଷ୍ଠା । ୧୯୯୯ ମସିହାରେ ତାଙ୍କ ପିତାଙ୍କର ଦେହାନ୍ତ ହୋଇଯାଇଥିଲା ।[୭]

ଅଭିନୟ, ମଡେଲିଂ ଓ ନୃତ୍ୟ[ସମ୍ପାଦନା]

ମୋନାଲିସା ମାତ୍ର ୧୦ ବର୍ଷ ବୟସରେ ମଞ୍ଚରେ ନୃତ୍ୟ ଏବଂ ଅଭିନୟ କରିବା ଆରମ୍ଭ କରିଥିଲେ ।[୮] ସେ ନୃତ୍ୟ କରିବା ସମୟରେ ଜଣେ ନର୍ତ୍ତକୀ ଭାବରେ ତୁର୍କୀରେ ଅନୁଷ୍ଠିତ ଏକ ମଞ୍ଚରେ ନୃତ୍ୟ ପାଇଁ ବିଦେଶ ଯାତ୍ର କରିଥିଲେ ।[୯][୧୦] ଜଣେ ନର୍ତ୍ତକୀ ଭାବରେ ମୋନାଲିସା ତାଙ୍କର ପେଶା ଆରମ୍ଭ କରିଥିଲେ ମଧ୍ୟ ଜଣେ ବିଜ୍ଞାପନର ଅଭିନେତ୍ରୀ ଭାବରେ ସେ ଅଧିକ ଲୋକପ୍ରିୟତା ଅର୍ଜନ କରିଥିଲେ ।[୧୧] ତାରିକ ଆନମ ଖାନ୍‌ଙ୍କ ନିର୍ଦ୍ଦେଶନାରେ ସେ ପ୍ରଥମେ ଫେୟାର ଆଣ୍ଡ ଲଭ୍‌ଲି ପାଇଁ ବିଜ୍ଞାପନରେ ଅଭିନୟ କରିଥିଲେ ।[୧୨] ପରବର୍ତ୍ତୀ ସମୟରେ ସେ ବୟସ ଜୋଖନ ଏଖୁସ, କାଗଜର ଫୁଲ ଏବଂ ହୁମାୟୁନ ଅହମଦଙ୍କର ତ୍ରିଶ୍ନା ଆଦି ଦୂରଦର୍ଶନ ନାଟକରେ ଅଭିନୟ କରିଥିଲେ ।[୧୩]

ବିବାହ ପରେ ୨୦୧୩ରେ ସେ ତାଙ୍କ ପତିଙ୍କ ସ‌ହ ନିୟୁର୍କ ଚାଲିଯାଇଥିଲେ ଏବଂ ସେଠାରେ ସେ ଆମେରିକାସ୍ଥିତ ଏକ ବଙ୍ଗଳା ଟିଭି ଚେନାଲରେ ପ୍ରୋଗ୍ରମ ହେଡ୍ ଭାବରେ କାର୍ଯ୍ୟ କରିଥିଲେ ।[୧୪] ଏହାର ତିନିବର୍ଷ ପରେ ସେ ପୁଣିଥରେ ବାଂଲାଦେଶ ପ୍ରତ୍ୟାବର୍ତ୍ତନ କରିଥିଲେ ଏବଂ ଅଭିନୟ ଓ ମଡେଲିଂରେ ଯୋଗ ଦେଇଥିଲେ ।[୧୫] ଏହି ସମୟରେ ସେ ଯମୁନା ଗ୍ରୁପର ଟିଭି ଓ ଫ୍ରିଜ୍ ପାଇଁ ବିଜ୍ଞାପନରେ କାର୍ଯ୍ୟ କରିଥିଲେ ।[୧୬] ଦୀର୍ଘ ଦିନର ବ୍ୟବଧାନ ପରେ ସେ ଇଦ୍ ପାଇଁ ୮ଟି ସ୍ୱତନ୍ତ୍ର ନାଟକରେ ଅଭିନୟ କରିଥିଲେ ।[୧୭]

ବୈବାହିକ ଜୀବନ[ସମ୍ପାଦନା]

୧୨ ଜୁନ ୨୦୧୨ରେ ଫିୟାଜ ଶରୀଫଙ୍କ ସ‌ହିତ ମୋନାଲିସାଙ୍କର ନିର୍ବନ୍ଧ ହୋଇଥିଲା ।[୭] ଏହାପରେ ୧୨ ଡିସେମ୍ବର ୨୦୧୨ରେ ଉଭୟଙ୍କର ବିବାହ ହୋଇଥିଲା । ଢାକାରେ ଗଲ୍ଫ କ୍ଲବ୍ ଅଫ୍ ପାଲ୍ମାରେ ସେମାନଙ୍କର ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା ।[୧୮]

ଆଧାର[ସମ୍ପାଦନା]

  1. "Monalisa First taste of modelling". The Daily Star. Retrieved 23 July 2013.
  2. "Monalisa busy in competitive media arena". Retrieved 23 July 2013.
  3. "Spicy Bites- Monalisa: Model to role model". news.priyo.com. Retrieved 23 July 2013.
  4. "The Monalisa mystique". news.priyo.com. Retrieved 23 July 2013.
  5. "Monalisa busy in competitive media arena". Retrieved 23 July 2013.
  6. "মোনালিসা চিরকালই রহস্য". দৈনিক যুগান্তর. 28 April 2016. Retrieved 11 April 2017.
  7. ୭.୦ ୭.୧ খান, রুম্মান রশীদ (5 July 2012). "বাগদানের পর মোনালিসা". দৈনিক প্রথম আলো. Retrieved 11 April 2017.[permanent dead link]
  8. "I am very selective about my work: Monalisa". Retrieved 23 July 2013.
  9. "Monalisa at DailyStar Cafe". দ্য ডেইলি স্টার. 1 June 2012. Archived from the original on 17 October 2014. Retrieved 11 April 2017.
  10. কিবরিয়া, মারুফ (7 May 2016). "নতুন উদ্যমে মোনালিসা". দৈনিক মানবজমিন. Retrieved 11 April 2017.
  11. "Monalisa's price for fame". Retrieved 23 July 2013.
  12. "Monalisa First taste of modelling". দ্য ডেইলি স্টার. 17 May 2013. Retrieved 11 April 2017.
  13. "Monalisa- captured the hearts of a huge audience". news.priyo.com. Retrieved 23 July 2013.
  14. "Monalisa is back!". দ্য ডেইলি স্টার. 11 April 2016. Retrieved 11 April 2017.
  15. "মডেল হয়ে মোনালিসার ফেরা". দৈনিক সমকাল. 24 April 2016. Retrieved 11 April 2017.[permanent dead link]
  16. "বিজ্ঞাপনের কাজ শুরু করতে যাচ্ছেন মোনালিসা". এনটিভি. 24 April 2016. Retrieved 11 April 2017.
  17. "ঈদের আট নাটকে মোনালিসা". দৈনিক ইত্তেফাক. 1 June 2016. Retrieved 11 April 2017.
  18. "মোনালিসার বিয়ে সম্পন্ন". বাংলানিউজটোয়েন্টিফোর.কম. 13 December 2012. Retrieved 11 April 2017.[permanent dead link]

ବାହାର ଆଧାର[ସମ୍ପାଦନା]