ମାନସିକ ରୋଗ

ଉଇକିପିଡ଼ିଆ‌ରୁ
(Mental disorderରୁ ଲେଉଟି ଆସିଛି)
ମାନସିକ ରୋଗ
Eight women representing prominent mental diagnoses in the 19th century. (Armand Gautier)
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିpsychiatry[*], clinical psychology[*], psychotherapy[*]
ଆଇସିଡ଼ି-୧୦F99.
MeSHD001523

ମାନସିକ ରୋଗ ମନର ଏକ ଅସାଧାରଣ ଅବସ୍ଥା ଯାହା ମନୁଷ୍ୟର ବ୍ୟବହାରରୁ ଜଣାପଡ଼େ । ଏହାର ଦୂର୍ଦ୍ଦଶାଅସମର୍ଥତା ସହ ସମ୍ପର୍କ ଥାଏ ଯାହା ଲୋକର ସାଧାରଣ ସଂସ୍କୃତି ସହ ଜଡ଼ିତ ନ ଥାଏ । ଗୋଟିଏ ମଣିଷର ଚିନ୍ତାଧାରା, କର୍ମ, ଭାବନା ଓ ଗ୍ରହଣ ଶକ୍ତି ଉପରେ ମାନସିକ ରୋଗର ସଂଜ୍ଞା ନିର୍ଭର କରେ । ଏହା ମସ୍ତିଷ୍କର କୌଣସି ନିର୍ଦ୍ଦିଷ୍ଟ ଅଂଶର କାମ ଉପରେ ନିର୍ଭର କରେ ବା ସାମାଜିକ ସ୍ତରରେ ଅନ୍ୟ ସ୍ନାୟୁ ମଣ୍ଡଳର କାମ ଉପରେ ନିର୍ଭର କରେ ଯାହା ମୂଖ୍ୟତଃ ସାମାଜିକ ପରିପ୍ରେକ୍ଷୀରେ ଜଡ଼ିତ ଥାଏ । ମାନସିକ ସ୍ୱାସ୍ଥ୍ୟର ବୁଝାମଣା ସମୟ କ୍ରମେ ବଦଳି ଚାଲିଛି । ଏହାର ବର୍ଗୀକରଣ ବଦଳି ଚାଲିଛି । ଅନେକ କ୍ଷେତ୍ରରେ ମାନସିକ ସ୍ୱାସ୍ଥ୍ୟ ଓ ମାନସିକ ରୋଗର ସ୍ଥିତି ନେଇ ରୋଗ ନିର୍ଣ୍ଣୟ ଜଟିଳ ହୋଇଯାଏ[୧] । ଡବ୍ଲ୍ୟୁ.ଏଚ୍.ଓ. ତଥ୍ୟ ଅନୁସାରେ ଅଧିକାଂଶ ଦେଶରେ ଜନସଂଖ୍ୟାର ଏକ ତୃତୀୟାଂଶ ନିଜ ଜୀବଦ୍ଦଶାରେ କେବେ ନା କେବେ ମାନସିକ ରୋଗର ସଂଜ୍ଞା ଭୁକ୍ତ ହେବା ସମ୍ଭାବନା ରହେ[୨]
ଏହି ରୋଗର କାରଣରେ ବିଭିନ୍ନତା ଦେଖାଯାଏ । ବିଭିନ୍ନ ଧରଣର ଥିଓରୀ ଏହି ସମ୍ପର୍କରେ ଆଗକୁ ଆସିଛି । ପର୍ଯ୍ୟବେକ୍ଷଣ ଓ ପ୍ରଶ୍ନୋତ୍ତରଦ୍ୱାରା ସମାଜରେ ଓ ଚିକିତ୍ସାଳୟରେ ମାନସିକ ଚିକିତ୍ସକ, ମନୋବିଜ୍ଞାନୀସାମାଜିକ କର୍ମକର୍ତ୍ତାମାନେ ଏହାକୁ ସମୀକ୍ଷା କରନ୍ତି । ଏହାର ଚିକିତ୍ସା ମାନସିକ ଚିକିତ୍ସକମାନେ କରନ୍ତି । ଔଷଧ ଓ ସାଇକୋଥେରାପିଦ୍ୱାରା ଏହାର ଚିକିତ୍ସା କରାଯାଏ । ଏହା ବ୍ୟତୀତ ସାମାଜିକ କାର୍ଯ୍ୟଧାରା, ସାହାଯ୍ୟ ଓ ସ୍ୱସାହାଯ୍ୟ (Self help) ଚିକିତ୍ସାରେ ଉପକାର ଆଣେ । ଅଳ୍ପ ରୋଗୀଙ୍କର ଅନିଚ୍ଛାକୃତ ଆବଦ୍ଧ ଓ ଅନିଚ୍ଛାକୃତ ଚିକିତ୍ସା ଆବଶ୍ୟକ ହୁଏ । ବାଛ ବିଚାର ଓ ଚିନ୍ତାଧାରା ମାନସିକ ରୋଗୀଙ୍କୁ ଅଧିକ ଖରାପ ଦିଗକୁ ଟାଣିନିଏ । ସାମାଜିକ ବହିସ୍କାର ନ କରି ମୂଖ୍ୟ ସ୍ରୋତରେ ସାମିଲ କରିବା ନିମନ୍ତେ ସାମାଜିକ ଆନ୍ଦୋଳନ ହେଉଛି । ଅଧୁନା ଏହି ରୋଗର ପ୍ରତିଷେଧକ ଉପରେ ବେଶୀ ଜୋର ଦିଆଯାଉଛି ।

ଆଧାର[ସମ୍ପାଦନା]

  1. The United States Department of Health and Human Services. Mental Health: A Report of the Surgeon General. "Chapter 2: The Fundamentals of Mental Health and Mental Illness." pp 39 [୧] Retrieved May 21, 2012
  2. "Cross-national comparisons of the prevalences and correlates of mental disorders. WHO International Consortium in Psychiatric Epidemiology". Bulletin of the World Health Organization. 78 (4): 413–26. 2000. doi:10.1590/S0042-96862000000400003. PMC 2560724. PMID 10885160. {{cite journal}}: Unknown parameter |doi_brokendate= ignored (|doi-broken-date= suggested) (help)