Jump to content

ମାୟା ସଭ୍ୟତା

ଉଇକିପିଡ଼ିଆ‌ରୁ
(Maya civilizationରୁ ଲେଉଟି ଆସିଛି)
Detail of Lintel 26 from Yaxchilan

ମାୟା ସଭ୍ୟତା (ଇଂରାଜୀ ଭାଷାରେ The Maya civilization (/ˈmə/)) ଏକ ସଭ୍ୟତାର ନାମ ଯାହା ମାୟା ଲୋକମାନେ ପ୍ରାକ-କଲମ୍ବିଆନ ଯୁଗରେ ଉନ୍ନତ ଧରଣର ଲିପି, ଉଚ୍ଚ ବିକଶିତ ଲେଖା, ମାୟା କଳା, ମାୟା ସ୍ଥାପତ୍ୟ, ମାୟା ଗଣିତ ଓ ମାୟା ଖଗୋଳ ଶାସ୍ତ୍ର ଇତ୍ୟାଦି ବିକାଶ କରିଥିଲେ । ଏହି ସଭ୍ୟତା ଦକ୍ଷିଣପୂର୍ବ ମେକ୍ସିକୋ, ସମ୍ପୁର୍ଣ୍ଣ ଗୁଆତେମାଲା (Guatemala ) ଓ ବେଲିଜେରେ (Belize) ଥିଲା ଓ ଏହା ସ‌ହିତ ହୋଣ୍ଡୁରାସଏଲ ସାଲଭାଡରରେ (El Salvador) ମଧ୍ୟ ଥିଲା । ଉତ୍ତର ନିମ୍ନଭୂମିରେ ଥିବା ୟୁକାଟାନ ପେନିନସୁଲା (en:Yucatán Peninsula) ଓ ଉଚ୍ଚଭୂମିରେ ଥିବା ସିଏରା ମାଡ୍ରେ ଡି ଚିଆପାସ (Sierra Madre), ଗୁଆତେମାଲା, ମେକ୍ସିକୋ, ଏଲ ସାଲଭାଡର ଓ ପାସିଫିକ ଲୋଟୋରାଲ ସମତଳ ନିମ୍ନଭୂମି ପର୍ଯ୍ୟନ୍ତ ବ୍ୟାପିଥିଲା । ସେଠାକାର ଲୋକମାନଙ୍କ ନିମନ୍ତେ ଏକ ଆଧୁନିକ ମାୟା ନାମ ଦିଆଯାଇଥିଲା ଯାହା ଉକ୍ତ ସ୍ଥାନର ଲୋକମାନେ କେବେ ବ୍ୟବ‌ହର କରିନଥିଲେ କାରଣ ତାଙ୍କର ସେତେବେଳ କୌଣସି ଚିହ୍ନ ବା ରାଜନୈତିକ ଏକତା ନଥିଲା ।[]

ଖ୍ରୀ:ପୂ: ୨୦୦୦ ପୂର୍ବରୁ ମେସୋଆମେରିକାନ କ୍ରନୋଲୋଜି (Archaic period) ଅନୁସାରେ ପ୍ରଥମ ଥର ପାଇଁ କୃଷି ଓ ଗ୍ରାମ ବିକାଶ ଆରମ୍ଭ ହେଲା । ପ୍ରିକ୍ଲାସିକ କାଳରେ (c. ଖ୍ରୀ:ପୂ: ୨୦୦୦ରୁ ଖ୍ରୀ ୨୫୦) ପ୍ରଥମେ ମାୟା ସ୍ଥାନମାନଙ୍କରେ ଜଟିଳ ସମାଜର ସ୍ଥାପନା ହୋଇ କୃଷି କର୍ମ ସାହାଯ୍ୟରେ ମକା, ବିନ, ଲଙ୍କା ଇତ୍ୟାଦି ଚାଷ କରାଯାଉଥିଲା । ପ୍ରାୟ ଖ୍ରୀ:ପୂ: ୭୫୦ ବେଳକୁ ମାଯା ସ‌ହର (Maya cities) ସ୍ଥାପିତ ହୋଇଥିଲା ଯେଉଁଥିରେ ବିରାଟକାୟ ମନ୍ଦିର ଓ ସ୍ଟୁକୋ (stucco) ଫ୍ୟାକେଡ ଭଳି ସ୍ଥାପତ୍ୟ କଳା ତିଆରି ହୋଇଥିଲା । ଖ୍ରୀ:ପୂ: ତୃତୀୟ ଶତାବ୍ଦୀ ବେଳକୁ ହିଏରୋଗ୍ଲାଇଫିକ ଲିଖନ ବ୍ୟବ‌ହୃତ ହେଉଥିଲା । ପ୍ରିକ୍ଲାସିକ ଶେଷ ସମୟ ଆଡ଼କୁ ପେଟେନ ବେସିନରେ (Petén Basin) ବିରାଟ ସ‌ହରମାନଙ୍କର ସ୍ଥାପନା ହୋଇଥିଲା ଓ ଗୁଆତେମାଲା ହାଇଲ୍ୟାଣ୍ଡରେ (Guatemalan Highlands) ଥିବା କାମିନାଲଜୁୟୁ (Kaminaljuyu) ସ‌ହର ଉଲ୍ଲେଖନୀୟ ହୋଇଥିଲା । ସନ ୨୫୦ ଆରମ୍ଭରେ ମାୟା ବିରାଟ ସ୍ମାରକ (Long Count dates) ତିଆରି ହେଉଥିଲା । ଏହି କାଳରେ ମାୟା ସଭ୍ୟତାରେ ସ‌ହର-ପ୍ରଦେଶମାନଙ୍କର (city-states) ବେପାର ଲିଙ୍କ (trade network) ହୋଇଥିଲା । ମାୟା ନିମ୍ନଭୂମିରେ ଦୁଇଟି ପରସ୍ପର ବିରୋଧୀ ଟିକାଲ ଓ କାଲାକମୁଲ ସ‌ହର ଗଢ଼ିଉଠି ଶକ୍ତିଶାଳୀ ହୋଇଗଲେ । କେନ୍ଦ୍ରୀୟ ମେକ୍ସିକାନ ସ‌ହର ଟିଓଟିହୁଆକାନରେ (Teotihuacan) ପାରିବାରିକ ରାଜନୀତିରେ ହସ୍ତକ୍ଷେପ ହେବା ଆରମ୍ଭ ହେଲା । ନବମ ଶତାବ୍ଦି ବେଳକୁ କେନ୍ଦ୍ରୀୟ ମାୟା ସଭ୍ୟତାର ପତନ ଆରମ୍ଭ ହୋଇ ଯୁଦ୍ଧ ହେବା (internecine warfare) ସ‌ହିତ ଲୋକମାନେ ଉତ୍ତର ଦିଗକୁ ପଳାୟନ କଲେ । ପୋଷ୍ଟକ୍ଲାସିକ କାଳରେ ଉତ୍ତରରେ ଚିଚେନ ଇଟଜା ଉତ୍ଥାନ ହୋଇଥିଲା ଓ ହୁଆତେମାଲା ହାଇଲ୍ୟାଣ୍ଡରେ କିଚ ରାଜ୍ୟର (Kʼicheʼ kingdom) ବିସ୍ତାର ହୋଇଥିଲା । ଶୋଡ଼ଷ ଶତାବ୍ଦୀରେ ମେସୋପଟାମିଆ ଅଞ୍ଚଳରେ ସ୍ପେନ କଲୋନୀ ସ୍ଥାପନ କଲା ଓ ପରେ ପରେ ଶେଷ ମାୟା ସ‌ହର ନୋଜପେଟାନର ସନ ୧୬୯୭ରେ ପତନ ହେଲା ।

ପୁରାତନ ଯୁଗର ଶାସନ ଏକ ସିଦ୍ଧାନ୍ତ ଉପରେ ପ୍ରତିଷ୍ଠିତ ହୋଇଥିଲା ଯେଉଁଥିରେ ନଶ୍ୱର ବା ମରଣାଧୀନ ପ୍ରାଣୀ ଓ ଅଲୌକିକ ରାଜ୍ୟ ମଧ୍ୟରେ ଦିବ୍ୟ ରାଜା ଏକ ମଧ୍ୟସ୍ଥ ଥିଲେ । ପିତାଙ୍କଠାରୁ (patrilineal) ବଡ଼ ପୁଅ ରାଜତ୍ୱ (pass to the eldest son) ପ୍ରାପ୍ତ ହେଉଥିଲେ । ଏକ ସମ୍ଭାବ୍ୟ ରାଜା ଏକ ସଫଳ ଯୁଦ୍ଧ ନେତା ହେବା ଆଶା କରାଯାଉଥିଲା । ମାୟା ରାଜନୀତିରେ ଏକ ସଂରକ୍ଷଣ ପ୍ରଣାଳୀ ଚଳିଆସୁଥିଲା ଯଦିଓ ସ‌ହର ସ‌ହର ସଠିକ ରାଜନୀତି କାଇଦା ମଧ୍ୟରେ ପାର୍ଥକ୍ୟ ଥିଲା । କ୍ଲାସିକ ଯୁଗ ଶେଷ ଆଡ଼କୁ ଉଚ୍ଚବର୍ଗ ସଂଖ୍ୟା ବୃଦ୍ଧିପ୍ରାପ୍ତ ହୋଇଆସୁଥିବା ଫଳରେ ଦିବ୍ୟ ରାଜାଙ୍କ ସ୍ୱତନ୍ତ୍ର କ୍ଷମତା କ୍ରମଶଃ କମିଗଲା । ମାୟା ସଭ୍ୟତାରେ ଉଚ୍ଚ ଧରଣର କଳାର ଆକାର ଥିଲା ଓ ସେମାନରେ ନଷ୍ଟଶୀଳ ଓ ନଷ୍ଟ‌ହୀନ ପଦାର୍ଥ ବ୍ୟବ‌ହର କରୁଥିଲେ ଯେପରିକି କାଠା, ମେସୋଆମେରିକା ବ୍ୟବ‌ହୃତ ଜେଡ (jade) ଆଭୁଷଣ, ଓବସିଡିଆନ ବା ଲାଭା କାଚ (obsidian), ମାୟା ସେରାମିକ (ceramics), କାରୁକାର୍ଯ୍ୟପୂର୍ଣ୍ଣ ପ୍ରସ୍ତର କାର୍ଯ୍ୟ, ସ୍ଟୁକୋ (Stucco)(ନିର୍ମାଣ କାର୍ଯ୍ୟରେ ବ୍ୟବ‌ହୃତ ଏକ ପଦାର୍ଥ) ଓ କାନ୍ଥ ତ‌ଥା ଛାତରେ ବ୍ୟବ‌ହୃତ ସୁନ୍ଦର ମ୍ୟୁରାଲ ଚିତ୍ରକଳା ବା ପେଣ୍ଟ ଇତ୍ୟାଦିର ବିକାଶ ହୋଇଥିଲା ।

ମାୟା ସ‌ହରଗୁଡ଼ିକ ବିପଦଜନ‌କ ଭାବରେ ବୃଦ୍ଧି ପାଇବାକୁ ଲାଗିଲା, ଏହାର ମଧ୍ୟ ଭାଗରେ ଉତ୍ସବ ମହଲ ଓ ଶାସନ ଗୃହ ରହିଲା ଓ ତା' ଚାରିପାଖରେ ଜନ ସାଧାରଣଙ୍କର ଘର ଜିଲ୍ଲା ଭାବରେ ଥିଲା । ସ‌ହରର ବିଭିନ୍ନ ଭାଗ ଅନିୟମିତ ଉଚ୍ଚ ରାସ୍ତାଦ୍ୱାରା ସଂଯୁକ୍ତ ହୋଇଥିଲା । ମୂଖ୍ୟ ସ୍ଥାପତ୍ୟ ମଧ୍ୟରେ ଉଆସ, ପିରାମିଡ ମନ୍ଦିର (pyramid-temples), ମେସୋଆମେରିକାନ ବଲକୋର୍ଟ (ceremonial ballcourts) ଓ ଖଗୋଳୀୟ ଅନୁଶୀଳନ ନିମନ୍ତେ ଥିଲା । ସମ୍ଭ୍ରାନ୍ତ ମାୟାବାସୀମାନେ ଶିକ୍ଷିତ ଥିଲେ ଓ ଜଟିଳ ଚିତ୍ରଲିପି ଲେଖା ବ୍ୟବ‌ହାର କରୁଥିଲେ ଯାହା ସେତେବେଳର ପ୍ରି-କଲମ୍ବିଆନ ସମୟରେ ସବୁଠାରୁ ଉନ୍ନତ ଥିଲା । ସେମାନେ ତାଙ୍କର ଇତିହାସ ଓ ଆନୁଷ୍ଟାନିକ ଜ୍ଞାନ‌କୁ ଲିପିବଦ୍ଧ କରୁଥିବା ବ‌ହି ମଧ୍ୟରୁ କେବଳ ତିନୋଟି ବ‌ହିକୁ ଛାଡ଼ି ବାକି ସମସ୍ତ ପୁସ୍ତକମାନଙ୍କୁ ସ୍ପେନ ଲୋକମାନେ ନଷ୍ଟ କରିଦେଇଥିଲେ । ଦସ୍ତା ଓ ସେରାମିକରେ ଅନେକ ମାୟା ଅକ୍ଷର ଲିଖିତ ଥିବା ଦେଖାଯାଏ । ସେମାନେ ଉଚ୍ଚ ଧରଣର ଜଟିଳ କ୍ୟାଲେଣ୍ଡର ଧାରା ବିକଶିତ କରିଥିଲେ ଓ ପୃଥିବୀରେ ଗଣିତରେ 'O'ର (explicit zero ) ପୁରାତନ ପ୍ରୟୋଗ କରିଥିଲେ । ତାଙ୍କ ଧର୍ମ ସଂସ୍କୃତି ଅନୁଯାୟୀ ସେମାନେ ମାନବ ବଳି (human sacrifice|) ଦେଉଥିଲେ ।

  1. Restall, Matthew; Asselbergs, Florine. Invading Guatemala : Spanish, Nahua, and Maya Accounts of the Conquest Wars. Pennsylvania State University Press. p. 4. ISBN 9780271027586. We call this civilization "Maya", although the term would not have meant anything to the Mayas in Guatemala (it was a Yucatec Maya word) and there was never a common sense of identity or political unity among all the various groups we call Maya.