Jump to content

ମାଲାବାର ବିବାହ ଅଧିନିୟମ, ୧୮୯୬

ଉଇକିପିଡ଼ିଆ‌ରୁ
(Malabar Marriage Act, 1896ରୁ ଲେଉଟି ଆସିଛି)

୧୮୯୧ ମସିହାରେ ନିଯୁକ୍ତ ମାଲାବାର ବିବାହ ଆୟୋଗର ସୁପାରିଶକ୍ରମେ ତତ୍‌କାଳୀନ ମାଡ୍ରାସ ସରକାର ୧୮୯୬ ମସିହାରେ ମାଲାବାର ବିବାହ ଅଧିନିୟମ ପ୍ରଣୟନ କରିଥିଲେ । ଏହା ମାଲାବାରର 'ମାରୁମାକାଥ୍ୟାମ' (ମାଲାବାରରେ ପ୍ରଚଳିତ ଏକ ମାତୃକୈନ୍ଦ୍ରିକ ସମ୍ପତ୍ତି ଉତ୍ତରାଧୀକାର ପ୍ରଥା) ପ୍ରଥାରେ ଚଳିଆସୁଥିବା ଯେକୌଣସି ଜାତିର ଲୋକଙ୍କ 'ସମ୍ବନ୍ଧମ୍‌'[] ପ୍ରଥାରେ ହୋଇଥିବା ବିବାହକୁ ମାନ୍ୟତା ଦେବା ସହ ବିବାହ ଭାବରେ ପଞ୍ଜିକରଣ କରିବାକୁ ଅନୁମତି ଦେଲା । ଏହି ଅଧିନିୟମ, ପ୍ରତିବନ୍ଧକ ନିୟମ ପରିବର୍ତ୍ତେ ଅଧିକାରକୁ ଅନୁମତି ଦେବା ନିମିତ୍ତ ଉଦ୍ଦିଷ୍ଟ ଥିଲା । ତେବେ 'ସମ୍ବନ୍ଧମ୍‌' ପ୍ରଥାରେ ହୋଇଥିବା ବିବାହକୁ ପଞ୍ଜୀକୃତ କରିବା ସମ୍ପୁର୍ଣ୍ଣ ଭାବରେ ସେହି ସମ୍ପର୍କିତ ଲୋକଙ୍କ ଇଚ୍ଛାଧୀନ ଥିଲା ।[]

ସାର୍ ସି ଶଙ୍କର ନାୟାରଙ୍କଦ୍ୱାରା ଆରମ୍ଭ ହୋଇଥିବା ଏହି ପଦକ୍ଷେପଟି ବହୁ ମାତ୍ରାରେ ବିଫଳ ହୋଇଥିଲା । କାରଣ ଆଇନଟି କାର୍ଯ୍ୟକାରୀ ହେବାର ୨୦ ବର୍ଷ ମଧ୍ୟରେ କେବଳ ନାୟାର ପରିବାରର ମାତ୍ର ୬ଟି 'ସମ୍ବନ୍ଧମ୍‌' ପ୍ରଥାରେ ହୋଇଥିବା ବିବାହକୁ ପଞ୍ଜିକୃତ କରାଯାଇଥିଲା ।

ଇତିହାସ

[ସମ୍ପାଦନା]

୧୮୭୦ ଓ ୧୮୮୦ ମଧ୍ୟରେ ମାରୁମାକ୍ୟାଲାମ୍ ପ୍ରଥା ପ୍ରତି ଲୋକଙ୍କ ଅସନ୍ତୋଷ ଖବରକାଗଜରେ ପ୍ରକାଶ ପାଇଲା ଏବଂ ସେହି ସମୟର ଏକ ସରକାରୀ ରିପୋର୍ଟକୁ ଉପନିବେଶକାରୀ ପ୍ରଶାସକ ୱିଲିୟମ୍ ଲୋଗାନ୍ ଏହାକୁ ସମର୍ଥନ କରିଥିଲେ । ୧୮୯୦ ମସିହାରେ ଯେତେବେଳେ ନାୟାର ମାଡ୍ରାସ ବିଧାନ ପରିଷଦରେ ଏହି ରୀତିନୀତିକୁ ଆଇନଗତ କରିବା ପାଇଁ ଏକ ବିଲ୍ ଉପସ୍ଥାପନ କରି ଏହି ମାମଲାକୁ ସାମ୍ନାକୁ ଆଣିଥିଲେ । ଫଲରେ ପ୍ରଶାସନ ୧୮୯୧ ମସିହାରେ ମାଲାବାର ବିବାହ ଆୟୋଗ ଗଠନ କରିଥିଲା । 'ସମ୍ବନ୍ଧମ୍‌' ପ୍ରଥାର ପରୀକ୍ଷା କରିବା ଏବଂ ଏହା ଉପରେ ସୁପାରିଶ କରିବା ପାଇଁ ଏହା ଉପରେ ଦାୟୀତ୍ୱ ଦିଆଯାଇଥିଲା ।[]

  1. Panikkar, K. M. (July–December 1918). "Some Aspects of Nayar Life". Journal of the Royal Anthropological Institute. 48: 271. Retrieved 2022-03-12.
  2. Kodoth, Praveena (May 2001). "Courting Legitimacy or Delegitimizing Custom? Sexuality, Sambandham and Marriage Reform in Late Nineteenth-Century Malabar". Modern Asian Studies. 35 (2): 350. doi:10.1017/s0026749x01002037. JSTOR 313121.(subscription required)
  3. Kodoth, Praveena (May 2001). "Courting Legitimacy or Delegitimizing Custom? Sexuality, Sambandham and Marriage Reform in Late Nineteenth-Century Malabar". Modern Asian Studies. 35 (2): 351. doi:10.1017/s0026749x01002037. JSTOR 313121.(subscription required)