ମାଲାବାର ବିବାହ ଅଧିନିୟମ, ୧୮୯୬

ଉଇକିପିଡ଼ିଆ‌ରୁ

୧୮୯୧ ମସିହାରେ ନିଯୁକ୍ତ ମାଲାବାର ବିବାହ ଆୟୋଗର ସୁପାରିଶକ୍ରମେ ତତ୍‌କାଳୀନ ମାଡ୍ରାସ ସରକାର ୧୮୯୬ ମସିହାରେ ମାଲାବାର ବିବାହ ଅଧିନିୟମ ପ୍ରଣୟନ କରିଥିଲେ । ଏହା ମାଲାବାରର 'ମାରୁମାକାଥ୍ୟାମ' (ମାଲାବାରରେ ପ୍ରଚଳିତ ଏକ ମାତୃକୈନ୍ଦ୍ରିକ ସମ୍ପତ୍ତି ଉତ୍ତରାଧୀକାର ପ୍ରଥା) ପ୍ରଥାରେ ଚଳିଆସୁଥିବା ଯେକୌଣସି ଜାତିର ଲୋକଙ୍କ 'ସମ୍ବନ୍ଧମ୍‌'[୧] ପ୍ରଥାରେ ହୋଇଥିବା ବିବାହକୁ ମାନ୍ୟତା ଦେବା ସହ ବିବାହ ଭାବରେ ପଞ୍ଜିକରଣ କରିବାକୁ ଅନୁମତି ଦେଲା । ଏହି ଅଧିନିୟମ, ପ୍ରତିବନ୍ଧକ ନିୟମ ପରିବର୍ତ୍ତେ ଅଧିକାରକୁ ଅନୁମତି ଦେବା ନିମିତ୍ତ ଉଦ୍ଦିଷ୍ଟ ଥିଲା । ତେବେ 'ସମ୍ବନ୍ଧମ୍‌' ପ୍ରଥାରେ ହୋଇଥିବା ବିବାହକୁ ପଞ୍ଜୀକୃତ କରିବା ସମ୍ପୁର୍ଣ୍ଣ ଭାବରେ ସେହି ସମ୍ପର୍କିତ ଲୋକଙ୍କ ଇଚ୍ଛାଧୀନ ଥିଲା ।[୨]

ସାର୍ ସି ଶଙ୍କର ନାୟାରଙ୍କଦ୍ୱାରା ଆରମ୍ଭ ହୋଇଥିବା ଏହି ପଦକ୍ଷେପଟି ବହୁ ମାତ୍ରାରେ ବିଫଳ ହୋଇଥିଲା । କାରଣ ଆଇନଟି କାର୍ଯ୍ୟକାରୀ ହେବାର ୨୦ ବର୍ଷ ମଧ୍ୟରେ କେବଳ ନାୟାର ପରିବାରର ମାତ୍ର ୬ଟି 'ସମ୍ବନ୍ଧମ୍‌' ପ୍ରଥାରେ ହୋଇଥିବା ବିବାହକୁ ପଞ୍ଜିକୃତ କରାଯାଇଥିଲା ।

ଇତିହାସ[ସମ୍ପାଦନା]

୧୮୭୦ ଓ ୧୮୮୦ ମଧ୍ୟରେ ମାରୁମାକ୍ୟାଲାମ୍ ପ୍ରଥା ପ୍ରତି ଲୋକଙ୍କ ଅସନ୍ତୋଷ ଖବରକାଗଜରେ ପ୍ରକାଶ ପାଇଲା ଏବଂ ସେହି ସମୟର ଏକ ସରକାରୀ ରିପୋର୍ଟକୁ ଉପନିବେଶକାରୀ ପ୍ରଶାସକ ୱିଲିୟମ୍ ଲୋଗାନ୍ ଏହାକୁ ସମର୍ଥନ କରିଥିଲେ । ୧୮୯୦ ମସିହାରେ ଯେତେବେଳେ ନାୟାର ମାଡ୍ରାସ ବିଧାନ ପରିଷଦରେ ଏହି ରୀତିନୀତିକୁ ଆଇନଗତ କରିବା ପାଇଁ ଏକ ବିଲ୍ ଉପସ୍ଥାପନ କରି ଏହି ମାମଲାକୁ ସାମ୍ନାକୁ ଆଣିଥିଲେ । ଫଲରେ ପ୍ରଶାସନ ୧୮୯୧ ମସିହାରେ ମାଲାବାର ବିବାହ ଆୟୋଗ ଗଠନ କରିଥିଲା । 'ସମ୍ବନ୍ଧମ୍‌' ପ୍ରଥାର ପରୀକ୍ଷା କରିବା ଏବଂ ଏହା ଉପରେ ସୁପାରିଶ କରିବା ପାଇଁ ଏହା ଉପରେ ଦାୟୀତ୍ୱ ଦିଆଯାଇଥିଲା ।[୩]

ଆଧାର[ସମ୍ପାଦନା]

  1. Panikkar, K. M. (July–December 1918). "Some Aspects of Nayar Life". Journal of the Royal Anthropological Institute. 48: 271. Retrieved 2022-03-12.
  2. Kodoth, Praveena (May 2001). "Courting Legitimacy or Delegitimizing Custom? Sexuality, Sambandham and Marriage Reform in Late Nineteenth-Century Malabar". Modern Asian Studies. 35 (2): 350. doi:10.1017/s0026749x01002037. JSTOR 313121.(subscription required)
  3. Kodoth, Praveena (May 2001). "Courting Legitimacy or Delegitimizing Custom? Sexuality, Sambandham and Marriage Reform in Late Nineteenth-Century Malabar". Modern Asian Studies. 35 (2): 351. doi:10.1017/s0026749x01002037. JSTOR 313121.(subscription required)