ମହେଶ୍ୱର ମାଝି

ଉଇକିପିଡ଼ିଆ‌ରୁ
(Maheswar Majhiରୁ ଲେଉଟି ଆସିଛି)
ମହେଶ୍ୱର ମାଝି
ବିଧାୟକ: ୫ମ, ୬ଷ୍ଠ, ୭ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୧ – ୧୯୮୦
ପୂର୍ବ ଅଧିକାରୀରାମରାୟ ମୁଣ୍ଡା
ପର ଅଧିକାରୀହୃଷିକେଶ ନାୟକ
ନିର୍ବାଚନ ମଣ୍ଡଳୀପାଟଣା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1946-03-04)ମାର୍ଚ୍ଚ ୪, ୧୯୪୬
ମୃତ୍ୟୁ୨୭ ଅପ୍ରେଲ ୨୦୧୪(2014-04-27) (ବୟସ ୬୮)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଜନତା ପାର୍ଟି
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଉତ୍କଳ କଂଗ୍ରେସ
ଜୀବନ ସାଥୀକର୍ପୂର ଦେବୀ
ସନ୍ତାନ୧ ଝିଅ
ବାପା/ବୋଉରାମଦାସ ମାଝି (ବାପା)
ବୃତ୍ତିରାଜନୀତିଜ୍ଞ

ମହେଶ୍ୱର ମାଝି (୪ ମାର୍ଚ୍ଚ ୧୯୪୬ - ୨୭ ଅପ୍ରେଲ ୨୦୧୪) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ମହେଶ୍ୱର ଓଡ଼ିଶା ରାଜନୀତିରେ ଜନତା ପାର୍ଟି ଓ ଉତ୍କଳ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସେ ୩ଥର କାର୍ଯ୍ୟ କରିଥିଲେ । ୧୯୭୧, ୧୯୭୪ ଓ ୧୯୭୭ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପାଟଣା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୫ମ, ୬ଷ୍ଠ, ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ଶିକ୍ଷା ଓ ପରିବାର[ସମ୍ପାଦନା]

ମହେଶ୍ୱର ମାଝି ୧୯୪୬ ମସିହାର ମାର୍ଚ୍ଚ ମାସ ୪ ତାରିଖରେ କେନ୍ଦୁଝର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ ରାମଦାସ ମାଝି ।[୧] ମହେଶ୍ୱରଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ଇଣ୍ଟରମିଡିଏଟ୍ ।[୧] ତାଙ୍କ ପତ୍ନୀଙ୍କ ନାମ କର୍ପୂର ଦେବୀ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ମହେଶ୍ୱର ଓଡ଼ିଶା ରାଜନୀତିରେ ଜନତା ପାର୍ଟି ଓ ଉତ୍କଳ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ ।[୧] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ୩ଥର କାର୍ଯ୍ୟ ଭାବରେ କାର୍ଯ୍ୟ କରିଥିଲେ ।[୧]

୧୯୭୧ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ମହେଶ୍ୱର ମାଝି ଉତ୍କଳ କଂଗ୍ରେସର ପ୍ରାର୍ଥୀ ଭାବରେ ପାଟଣା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୫,୧୪୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ପଦ୍ମଲୋଚନ ସିଂହଙ୍କୁ ୯୬୨ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ । ଏହି ବିଧାନ ସଭାରେ ସେ ୧୯୭୧ ମସିହାରୁ ୧୯୭୪ ମସିହାଯାଏଁ କାର୍ଯ୍ୟ କରିଥିଲେ ।

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Late Maheswar Majhi". odishaassembly.nic.in. Odisha Assembly. Retrieved 29 July 2019.