ଲେସବିଆନ
ଲେସବିଆନ ନାମ ସମଲିଙ୍ଗୀ (homosexual) ମହିଳାଙ୍କୁ ଦିଆଯାଏ । [୩][୪] ଏହି ଲେସବିଆନ ଶବ୍ଦଟି ଯୌନ ଚିହ୍ନଟ ବା ଯୌନ ବ୍ୟବହାର ନିମନ୍ତ ମଧ୍ୟ ବ୍ୟବହାର କରାଯାଏ ଓ ସମଲିଙ୍ଗୀ ଯୌନ ଆକର୍ଷିତ ମହିଳାଙ୍କର ସୂଚନା ଦେବାକୁ ବ୍ୟବହାର କରାଯାଏ । [୪][୫]
ମହିଳାମାନେ ପରଷ୍ପର ସହିତ ଯୌନ ମିଳନ କରିବା ଚିନ୍ତାଧାରା ବିଂଶ ଶତାବ୍ଦୀରେ ଆରମ୍ଭ ହେଲା । ପୁରୁଷଙ୍କ ଭଳି ମହିଳାମାନଙ୍କର ସମଲିଙ୍ଗୀ ମିଳନର ସ୍ୱାଧୀନତା ଇତିହାସରେ ନଥିଲା ନା ଅନେକ ସମାଜରେ ପୁରୁଷଙ୍କ ଭଳି ନିର୍ଯ୍ୟାତିତ ଓ ଦଣ୍ଡପ୍ରାପ୍ତ ହେଉଥିଲେ । ଅସମଲିଙ୍ଗୀ ମିଳନ ଅପେକ୍ଷା ଅଧିକାଂଶ ସମୟରେ ଲେସବିଆନ ସମ୍ପର୍କକୁ ସମାଜ ଏକ ନିରାପଦ ପ୍ରକ୍ରିୟା ମାନୁଥିଲା ଯଦି କୌଣସି ସାଥୀ କିଛି ବିଶେଷ ଅଧିକାର କାମନା କରୁନଥିଲେ । ଏହି କାରଣରୁ ମହିଳାମାନେ କିପରି ସମଲିଙ୍ଗୀ କାମନା ବ୍ୟକ୍ତ ହେଉଥିଲା, ତାହା ଇତିହାସରେ ଲିଖିତ ନଥିଲା । ଊନବିଂଶ ଶତାବ୍ଦୀରେ ଯୌନବିଶାରଦମାନେ (sexologists) ଓ ସମଲିଙ୍ଗୀ ବ୍ୟବହାରକୁ ବର୍ଗୀକରଣ କଲେ । ଯଥେଷ୍ଟ ସମଲିଙ୍ଗୀ ବ୍ୟବହାରର ଜ୍ଞାନ ଅଭାବରୁ ସେମାନେ ମତ ଦେଲେ ଯେ ନିଜର ସ୍ୱାଭାବିକ ଯୌନ (gender) କର୍ତ୍ତବ୍ୟ ସମ୍ପାଦନ ନ କରୁଥିବା ମହିଳାମାନଙ୍କୁ ଲେସବିଆନ ନାମକରଣ କଲେ ଯାହା ସମୟ ଯିବା ସଙ୍ଗେ ସଙ୍ଗେ ପୃଥିବୀର ବୈଜ୍ଞାନିକ ସମାଜଦ୍ୱାରା ପରିବର୍ତ୍ତୀତ ହୋଇଯାଇଛି ।
ସମଲିଙ୍ଗୀ ମହିଳାମାନେ ଏହି ଲେସବିଆନ ପଦବୀକୁ ଏଡ଼େଇବକୁ ତାଙ୍କର ବ୍ୟକ୍ତିଗତ ଜୀବନକୁ ଲୁଚେଇଲେ ବା ଏହାକୁ ଏକ ନୂଆ ସଂସ୍କୃତି ଭାବରେ ଓ ପରିଚୟ (identity) ଭାବରେ ଗ୍ରହଣ କରିନେଲେ ଯାହା ୟୁରୋପ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ବିକାଶ ଲାଭ କଲା । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଏକ ସାମାଜିକ ଅବସାଦର ସମୟ ଆସିଲା ଯେତେବେଳେ ସମଲିଙ୍ଗୀଙ୍କ ଉପରେ ସରକାର ଜୁଲୁମ କରିବାରୁ ସେମାନେ ଏକ ନେଟୱର୍କ କରି ପରସ୍ପର ସହିତ ପରିଚିତ ହୋଇ ଶିକ୍ଷିତ ହେଲେ । ସମୟକ୍ରମେ ଅଧିକ ଅର୍ଥନୈତିକ ଓ ସାମାଜିକ ସ୍ୱାଧୀନତା ପାଇବାରୁ ସେମାନେ କିପରି ସମ୍ପର୍କ ଓ ପରିବାର ରଖିବେ, ସେ ବିଷୟ ନିର୍ଦ୍ଧାରଣ କଲେ । ଦ୍ୱତୀୟ ନାରୀବାଦ ଢେଉ ଆସିବା ପରେ ବିଂଶ ଶତାବ୍ଦୀରେ ମହିଳାମାନଙ୍କର ଇତିହାସରେ ଲେସବିଆନର ସଂଜ୍ଞା ବୃଦ୍ଧିପ୍ରାପ୍ତ ହେବାକୁ ଲାଗିଲା ।
ମିଡିଆରେ ଲେସବିଆନଙ୍କ ଚର୍ଚ୍ଚାରୁ ଜଣାଯାଏ, କୌତୁହଳପ୍ରାପ୍ତ ଓ ଭୟଭୀତ ହୋଇଥିବା ସମାଜ ଏହି ମହିଳାଙ୍କର ଯୌନ ଭୂମିକା (gender role) ପ୍ରସଙ୍ଗ କଥା ଜାଣି ସମାଜ ଚକିତ ହୋଇଛି । ଲେସବିଆନ ପରିଚୟପ୍ରାପ୍ଟ ମହିଳାମାନେ ଜାତିଭେଦ ଭଳି ଦୃଷ୍ଟିକୋଣ ପାଇବା ଅନୁଭବ କରୁଛନ୍ତି : ଅସମଲିଙ୍ଗୀଙ୍କ (heterosexist) ବାଛବିଚାର, ବନ୍ଧୁ ଓ ପରିବାରର ସଭ୍ୟମାନଙ୍କର ସମ୍ଭାବ୍ୟ ବହିସ୍କାର ଯୋଗୁ ଲେସବିଆନମାନେ ଅଧିକ ସଂଗଠିତ ହେଉଛନ୍ତି । ମହିଳା ଭାବରେ ସେମାନେ ପୁରୁଷଙ୍କ ଅପେକ୍ଷା ଅଧିକ ଚିନ୍ତାଗ୍ରସ୍ତ ହେଉଛନ୍ତି । ଏହି ଭେଦଭାବ, ସଂଖ୍ୟାଲଘୁ ଚାପ ଓ ପକ୍ଷପାତ ଫଳରେ ଶାରୀରିକ ବା ମାନସିକ ଚିନ୍ତାଗ୍ରସ୍ତ ରହୁଛନ୍ତି । ରାଜନୈତିକ ସ୍ଥିତି ଓ ସାମାଜିକ ମନୋଭାବ ଯୋଗୁ ଲେସବିଆନ ସମ୍ପର୍କ ଓ ଖୋଲା ପରିବାର ସୃଷ୍ଟିରେ ଅନ୍ତରାୟ ହେଉଛି ।
ଲେସବିଆନ ଶବ୍ଦର ସୃଷ୍ଟି
[ସମ୍ପାଦନା]ଷଷ୍ଠ ଶତାବ୍ଦୀର କବି ସାଫୋଙ୍କ ବାସଗୃହ ଥିବା ଲେସବସ (Lesbos) ଦ୍ୱୀପ ନାମରୁ ଲେସବିଆନ ଶବ୍ଦ ଗ୍ରହଣ କରାଯାଇଛି [୩] ଅନେକ ପୁରାତନ ଲେଖାରୁ ଐତିହାସିକମାନେ ସଂଗ୍ରହ କରିଛନ୍ତି ଯେ ଗୋଟିଏ ଯୁବତୀ ଦଳ ସାଫୋଙ୍କ ଜିମାରେ ତାଙ୍କର ନିର୍ଦ୍ଦେଶ ଓ ଆତ୍ମିକ ଉନ୍ନତି ନିମନ୍ତେ ସେଠାରେ ରହିଥିଲେ । [୬] ସାଫୋଙ୍କ ଖୁବ କମ କବିତା ବଞ୍ଚିଛି କିନ୍ତୁ ସେହି ବଳକା କବିତାରେ ମହିଳାମାନଙ୍କର ଦୈନନ୍ଦିନ ଜୀବନ, ସମ୍ପର୍କ ଓ ଧାର୍ମିକ ସଂସ୍କାର ବିଷୟ ଲେଖାଅଛି । ସେ ନାରୀ ସୌନ୍ଦର୍ଯ୍ୟ ଉପରେ ତାଙ୍କର ଦୃଷ୍ଟି କେନ୍ଦ୍ରିଭୂତ କରିଥିଲେ ସେହି ଝିଅମାନଙ୍କ ସହିତ ପ୍ରେମ ଥିବା ଘୋଷଣା କରିଥଲେ । [୭] ମଧ୍ୟ ଊନବିଂଶ ଶତାବ୍ଦୀ ପୂର୍ବରୁ [୮] ମଦ୍ୟ ସହିତ ଲେସବସର ଅନ୍ୟାନ୍ୟ ସୂଚନାକୁ ଲେସବିଆନ କୁହାଯାଉଥିଲା । ଏହି ଲେସବିଆନ ଶବ୍ଦକୁ କେବଳ ବାସିନ୍ଦାଙ୍କ ନିମନ୍ତେ ବ୍ୟବହାର କରିବାକୁ ଦିଆଯାଇଥିବା ଦରଖାସ୍ତ ସନ ୨୦୦୮ରେ ଗ୍ରୀକ କୋର୍ଟରେ ଅଗ୍ରାହ୍ୟ ହୋଇଯାଇଥିଲା । ଲେସବିଆନର ବାସିନ୍ଦାମାନେ ଏହି ଲେସବିଆନ ଶବ୍ଦର ବ୍ୟବହାର ଯୋଗୁ ନିନ୍ଦିତ ଓ ମାନବିକ ଅଧିକାର କ୍ଷୁର୍ଣ୍ଣ ହେଉଥିବାର ଘୋଷଣା କରିଥିଲେ ।[୯]
ଆଧାର
[ସମ୍ପାଦନା]- ↑ Zimmerman, Bonnie, ed. (2000). "Symbols (by Christy Stevens)". Encyclopedia of Lesbian and Gay Histories and Cultures. Vol. 1 (Lesbian Histories and Cultures: An Encyclopedia) (1st ed.). Garland Publishing. p. 748. ISBN 0-8153-1920-7.
- ↑ Stearn, William T. (May 1962). "The Origin of the Male and Female Symbols of Biology" (PDF). Taxon. 11 (4): 109–113. doi:10.2307/1217734. ISSN 0040-0262. JSTOR 1217734. Retrieved 23 July 2019.
- ↑ ୩.୦ ୩.୧ "Lesbian". Oxford Reference. Retrieved December 10, 2018.
- ↑ ୪.୦ ୪.୧ Zimmerman, p. 453.
- ↑ Committee on Lesbian Health Research Priorities; Neuroscience and Behavioral Health Program; Health Sciences Policy Program, Health - Sciences Section - Institute of Medicine (1999). Lesbian Health: Current Assessment and Directions for the Future. National Academies Press. p. 22. ISBN 0309174066. Retrieved October 16, 2013.
{{cite book}}
:|author3=
has generic name (help) - ↑ Foster, p. 18.
- ↑ Aldrich, pp. 47–49.
- ↑ Gollmann, Wilhelm (1855). The Homeopathic Guide, In All Diseases of the Urinary and Sexual Organs, Including the Derangements Caused by Onanism and Sexual Excesses. Charles Julius Hempel; J. Emerson Kent. Philadelphia: Rademacher & Sheek. p. 201.
- ↑ (Lesbos locals lose lesbian appeal, BBC News Europe [July 22, 2008]. Retrieved on February 3, 2009.)