ଲାହୋର
ଲାହୋର
ਲਹੌਰ l لہور l لاہور | |
---|---|
ସହର | |
ସହର ଜିଲ୍ଲା ପ୍ରଶାସନ | ११ सितंबर २००८ |
ନଗର ପରିଷଦ | ଲାହୋର |
ନଗର | 9 |
Government | |
• Type | ସହର ଜିଲ୍ଲା |
• शहर नाज़िम | ମିୟାଁ ଆମେର ମେହେମୁଦ |
• ନାୟବ ନାଜିମ | इदरीस हनीफ़ |
• ଜିଲ୍ଲା ସମନ୍ଵୟ ଅଧିକାରୀ | मु. अनवर उल हक (D.M.G) |
Area | |
• ସମୁଦାୟ | 1,772 km2 (684 sq mi) |
Elevation | 217 m (712 ft) |
Population (2024) | |
• Total | ୧,୪୪,୦୭,୧୦୦ |
• Density | 8,100/km2 (21,000/sq mi) |
Area code | 042 |
Website | http://www.lahore.gov.pk |
ଲାହୋର (ପଞ୍ଜାବୀ: لہور / لہور, ଉର୍ଦ୍ଦୁ: لاحور) ହେଉଛି ପାକିସ୍ତାନର ପଞ୍ଜାବ ପ୍ରଦେଶର ରାଜଧାନୀ ଏବଂ କରାଚି ପରେ ପାକିସ୍ତାନର ଦ୍ୱିତୀୟ ଜନବହୁଳ ସହର। ପାକିସ୍ତାନର ଇତିହାସ, ସଂସ୍କୃତି ଏବଂ ଶିକ୍ଷା କ୍ଷେତ୍ରରେ ଏହି ସହରର ବିଶେଷ ଅବଦାନ ରହିଥିବାରୁ ଏହା "ହାର୍ଟ ଅଫ୍ ପାକିସ୍ତାନ" ଭାବରେ ମଧ୍ୟ ଜଣାଶୁଣା | ଏହାକୁ ପ୍ରାୟତଃ ପାକିସ୍ତାନର ବଗିଚା ସହର ବୋଲି ମଧ୍ୟ କୁହାଯାଏ | ୧୪ ମିଲିୟନରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଏହି ଲାହୋର ସହର ଭାରତ-ପାକିସ୍ତାନ ସୀମାରେ ରାବି ନଦୀ କୂଳରେ ଅବସ୍ଥିତ ।[୧]
ଲାହୋରର ଅଧିକାଂଶ ସ୍ଥାପତ୍ୟ ମୋଗଲ ସମୟ ଏବଂ ଔପନିବେଶିକ ବ୍ରିଟିଶ ସମୟରୁ ଆସିଛି, ଯାହା ମଧ୍ୟରୁ ଅଧିକାଂଶ ଆଜି ମଧ୍ୟ ସୁରକ୍ଷିତ | ଆଜି ବି ବାଦଶାହୀ ମସଜିଦ, ଅଲି ହୁଜୱିରି ଶାଲିମାର ବାଗ ଏବଂ ନୁରଜାହାନ ଏବଂ ଜାହାଙ୍ଗୀରର ସମାଧି ମୋଗଲ ଅବଧି ସ୍ଥାପତ୍ୟର ଉପସ୍ଥିତି ଏବଂ ମହତ୍ତ୍ୱକୁ ଦର୍ଶାଏ । ବ୍ରିଟିଶ ସମୟର ଗୁରୁତ୍ୱପୂର୍ଣ୍ଣ କୋଠାଗୁଡ଼ିକ ମଧ୍ୟରେ ଲାହୋର ହାଇକୋର୍ଟ, ଜେନେରାଲ ଡାକ କାର୍ଯ୍ୟାଳୟ ଇତ୍ୟାଦି ଲାହୋରରେ ମୋଗଲ ଏବଂ ବ୍ରିଟିଶ ସ୍ଥାପତ୍ୟର ମିଶ୍ରିତ ଉଦାହରଣ ଭାବରେ ଉଭା ଏବଂ ସେଗୁଡ଼ିକ ଲାହୋରର ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନ ସ୍ଥାନ ଭାବରେ ଲୋକପ୍ରିୟ |
ମୁଖ୍ୟତଃ ପଞ୍ଜାବୀ ଲାହୋରରେ ମାତୃଭାଷା ଭାବରେ ବ୍ୟବହୃତ ହୁଏ, ତଥାପି ଉର୍ଦ୍ଦୁ ଏବଂ ଇଂରାଜୀ ଭାଷା ଏଠାରେ ପ୍ରଚଳିତ ଏବଂ ଯୁବକମାନଙ୍କ ମଧ୍ୟରେ ଲୋକପ୍ରିୟ | ମୁଖ୍ୟତଃ କାଲରା ସମ୍ପ୍ରଦାୟର ଲୋକମାନେ ଏଠାରେ ରହୁଥିଲେ। ସ୍ୱାଧୀନତା ପରେ କାଲରା ସମ୍ପ୍ରଦାୟ ଲାହୋରରୁ ପଳାଇ ଦିଲ୍ଲୀ ଆସିଥିଲେ। ଲାହୋରର ପଞ୍ଜାବୀ ଶୈଳୀକୁ ଲାହୋରୀ ପଞ୍ଜାବୀ ମଧ୍ୟ କୁହାଯାଏ, ଯାହା ପଞ୍ଜାବୀ ଏବଂ ଉର୍ଦ୍ଦୁର ଏକ ସୁନ୍ଦର ମିଶ୍ରଣ | 1998 ଜନଗଣନା ଅନୁଯାୟୀ, ସହରର ଜନସଂଖ୍ୟା ପ୍ରାୟ 7 ଲକ୍ଷ ହେବ, ଯାହା ୨୦୨୪ ମସିହାରେ ୧୪ ମିଲିୟନ ପାର କରିଛି।[୧]
ଇତିହାସ
[ସମ୍ପାଦନା]ଷୋଡଶ ଶତାବ୍ଦୀରେ ପ୍ରତିଷ୍ଠିତ ଏହି ସହରର ନାମର ଉତ୍ପତ୍ତି ସମ୍ପର୍କରେ ନିର୍ଦ୍ଦିଷ୍ଟ ପ୍ରାମାଣିକ ତଥ୍ୟ ଉପଲବ୍ଧ ନାହିଁ । ପ୍ରାଚୀନ ମୁସଲିମ ଐତିହାସିକମାନେ ଏହି ସହରର ନାମକୁ Luhawar (ଲୁହାବର), Lūhār (ଲୁହାର) ଏବଂ Rahwar (ରହବାର) ଭାବରେ ମଧ୍ୟ ଲିପିବଦ୍ଧ କରିଛନ୍ତି । ଅମୀର ଖୁସୃ ଯିଏକି ଦିଲ୍ଲୀ ସୁଲତାନଙ୍କ ସମସାମୟିକ ଏହି ସହରକୁ ଲୁହାନୁର ବୋଲି କହିଥିଲେ ।[୨]
ଅନ୍ୟ ଏକ କୀମ୍ବଦନ୍ତି ଅନୁସାରେ ବିଶ୍ୱାସ କରାଯାଏ ଯେ ଲାହୋର ସହର ପ୍ରଭୁ ରାମଙ୍କ ପୁତ୍ର ଲବଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା । ଲାହୋରରେ ଆଜି ବି, ଏପରି କିଛି ପୂରାତନ ତଥ୍ୟ ଦେଖିବାକୁ ମିଳେ ଯାହାକି ପ୍ରଭୁ ରାମଙ୍କ ସମୟର ସ୍ମ୍ରୁତିକୁ ସତେଜ କରିଥାଏ | ଲବପୁର, ଯେଉଁଥିରୁ ଲାହୋର ଶବ୍ଦର ଉତ୍ପତ୍ତି ବୋଲି ବିଶ୍ୱାସ କରାଯାଏ |[୩] [୪]
ପର୍ବ ପର୍ବାଣୀ
[ସମ୍ପାଦନା]ଲାହୋରର ଲୋକମାନେ ଇସଲାମିକ, ପାରମ୍ପାରିକ ପଞ୍ଜାବୀ, ଖ୍ରୀଷ୍ଟିଆନ ଏବଂ ଜାତୀୟ ପର୍ବ ସମେତ ବର୍ଷସାରା ଅନେକ ପର୍ବ ଏବଂ କାର୍ଯ୍ୟକ୍ରମ ପାଳନ କରନ୍ତି |
ଅନେକ ଲୋକ ପର୍ବପର୍ବାଣୀ ଦିନରେ ରାସ୍ତା ଏବଂ ଘରଗୁଡ଼ିକୁ ଆଲୋକିତ କରିବା ପାଇଁ ନିଜ ଘରକୁ ମହମବତୀ ଜଳାଇ ସଜାନ୍ତି | ଲାହୋରର ହଜାର ହଜାର ସୁଫି ଶ୍ରଦ୍ଧାଳୁ ନିଜ ନିଜ ସାଧୁମାନଙ୍କୁ ସମ୍ମାନ ଦେବା ପାଇଁ ବାର୍ଷିକ ଉର୍ସ ଉତ୍ସବ ପାଳନ କରନ୍ତି |[୫] ଲାହୋରରେ ଲୋକପ୍ରିୟ ମେଳା ଚିରାଗାନ୍ ମହୋତ୍ସବ ମଧୁ ଲାଲ ହୁସେନ ମନ୍ଦିରରେ ଅନୁଷ୍ଠିତ ହୋଇଥିବାବେଳେ ଅନ୍ୟ ବଡ଼ ମହୋତ୍ସବ ଉର୍ସ ବିବି ପାକ୍ ଦାମନଙ୍କ ମନ୍ଦିରରେ ଏବଂ ମିଲାନ୍ ମିରର ମନ୍ଦିରରେ ଅନୁଷ୍ଠିତ ହୋଇଥାଏ । ସହରରେ ସର୍ବସାଧାରଣ କୋଠା ଏବଂ ବାଣିଜ୍ୟିକ କେନ୍ଦ୍ର ଆଲୋକରେ ସଜାଯାଇ ଇଦ୍ ଉଲ୍-ଫିତ୍ର ଏବଂ ଇଦ୍ ଉଲ୍-ଅଧା ସହରରେ ପାଳନ କରାଯାଏ | ଲାହୋରର ଲୋକମାନେ ମଧ୍ୟ କରବାଲା ଉତ୍ସବରେ ଇମାମ ହୁସେନ୍ଙ୍କ ତିରୋଧାନକୁ ସ୍ମରଣ କରନ୍ତି ଯାହା ମହରମ ମାସର ପ୍ରଥମ ଦଶ ଦିନରେ ପଡିଥାଏ ।[୬]
ବସନ୍ତ ହେଉଛି ଏକ ପାରମ୍ପାରିକ ପଞ୍ଜାବୀ ପର୍ବ ଯାହାକି ବସନ୍ତର ଆଗମନକୁ ସୂଚାଏ | ପାକିସ୍ତାନରେ ବସନ୍ତ-ଉତ୍ସବ ମୁଖ୍ୟତଃ ଲାହୋରରେ ବିଶେଷ ଭାବରେ ପାଳିତ ହୁଏ, ତେଣୁ ଦେଶ ତଥା ବିଦେଶର ଲୋକମାନେ ଏହି ବାର୍ଷିକ ଉତ୍ସବ ପାଇଁ ଲାହୋର ସହରକୁ ଆଗମନ କରନ୍ତି | ଏହି ଅବସରରେ ଗୁଡି ଉଡାଇବା ପ୍ରତିଯୋଗିତା ପାରମ୍ପାରିକ ଭାବରେ ପ୍ରତି ଘରର ଛାତ ଉପରେ କୋଳାହଳ ସୃଷ୍ଟି କରୁଥିବାବେଳେ ଲାହୋର କେନାଲରେ କୁ ଭାସମାନ ଅଲୋକର ଲଣ୍ଠନ ଶୋଭାପାଏ |
ଖ୍ରୀଷ୍ଟିଆନମାନେ ଲାହୋରର ମୋଟ ଜନସଂଖ୍ୟାର ଏକ ବୃହତ ଅଂଶ ନ ହେଲେ ମଧ୍ୟ ଖ୍ରୀଷ୍ଟମାସ ଏବଂ ଇଷ୍ଟର ଉତ୍ସବ ବେଳେ ଲାହୋରର ଚର୍ଚ୍ଚଗୁଡିକ ସୁନ୍ଦର ଭାବେ ସଜାଯାଏ ଏବଂ ଏହି ପର୍ବକୁ ସେମାନେ ପାରମ୍ପରିକ ରୀତିରେ ପାଳନ କରନ୍ତି ।[୭]
ପ୍ରମୁଖ ଆକର୍ଷଣ
[ସମ୍ପାଦନା]-
ଲାହୋର ଦୁର୍ଗ (ଶାହି କିଲ୍ଲା)
ପାକିସ୍ତାନର ଦ୍ୱିତୀୟ ବୃହତ୍ତମ ସହର ଲାହୋର ଏହି ସ୍ଥାନର ସାଂସ୍କୃତିକ ରାଜଧାନୀ ଭାବରେ ପ୍ରସିଦ୍ଧ | ଏହି ସହରଟି ଗତ ଶତାବ୍ଦୀ ଧରି ବୁଦ୍ଧିଜୀବୀ ଏବଂ ସାଂସ୍କୃତିକ କାର୍ଯ୍ୟକଳାପର ଏକ କେନ୍ଦ୍ର ଭାବେ ବିବେଚିତ | ରାବି ନଦୀ କୂଳରେ ଅବସ୍ଥିତ ଏହି ସହର ପଞ୍ଜାବ ପ୍ରଦେଶର ବ୍ୟବସାୟିକ କାର୍ଯ୍ୟକଳାପର କେନ୍ଦ୍ର ଅଟେ। ପର୍ଯ୍ୟଟକମାନେ ପରିଦର୍ଶନ କରିବା ପାଇଁ ଏଠାରେ ବହୁ ଲୋକପ୍ରିୟ ଏବଂ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥାନ ଅଛି | ଲାହୋର ଦୁର୍ଗ, ବାଦଶାହୀ ମସଜିଦ, ଆକବରୀ ଫାଟକ, କାଶ୍ମୀରୀ ଫାଟକ, ପ୍ରାଣୀ ଉଦ୍ୟାନ, ଶାଲିମାର ଉଦ୍ୟାନ, ୱାଜିର ଖାନ ମସଜିଦ ଇତ୍ୟାଦି ପ୍ରସିଦ୍ଧ ଦର୍ଶନୀୟ ସ୍ଥାନ ଏହି ସହରର ପ୍ରମୁଖ ଆକର୍ଷଣ |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Lahore, Pakistan Population 2024". worldpopulationreview.com. Retrieved 2024-11-18.
- ↑ Suvorova, Anna (2004-07-22). Muslim Saints of South Asia: The Eleventh to Fifteenth Centuries (in ଇଂରାଜୀ). Routledge. ISBN 978-1-134-37005-4.
- ↑ Baqir, Muhammad (1985). Lahore, Past and Present: Being an Account of Lahore Compiled from Original Sources (in ଇଂରାଜୀ). B.R. Publishing Corporation.
- ↑ Naqoosh, Lahore Number 1976
- ↑ Dandekar, Deepra; Tschacher, Torsten (2016-09-13). Islam, Sufism and Everyday Politics of Belonging in South Asia (in ଇଂରାଜୀ). Routledge. ISBN 978-1-317-43596-9.
- ↑ Shahid, QAM | Sheharyar Rizwan | Kalbe Ali | Shakeel Ahmed | Mohammad Hussain Khan | Zulfiqar Ali | Saleem (2019-09-08). "MUHARRAM: WALKING THE MOURNERS' PATH". DAWN.COM (in ଇଂରାଜୀ). Retrieved 2024-11-18.
- ↑ "Largest Christian Community of Pakistan resides in Lahore District". web.archive.org. 2016-09-18. Retrieved 2024-11-18.