ଲଗାନ (୨୦୦୧ର ହିନ୍ଦୀ କଥାଚିତ୍ର)

ଉଇକିପିଡ଼ିଆ‌ରୁ
(Lagaanରୁ ଲେଉଟି ଆସିଛି)
ଲଗାନ
ନିର୍ଦ୍ଦେଶକଆଶୁତୋଷ ଗୋୱାରିକର
ପ୍ରଯୋଜକଅମିର ଖାଁ
ସଂଳାପକେ ପି ସାକ୍ସେନା
କାହାଣୀଆଶୁତୋଷ ଗୋୱାରିକର
କଳାକାରଅମିର ଖାଁ, ଗ୍ରେସି ସିଂ, କୁଳଭୂଷଣ ଖର୍ବନ୍ଦା
ବର୍ଣ୍ଣନାଅମିତଭ୍ ବଚ୍ଚନ
ସଙ୍ଗୀତଏ ଆର୍ ରେହେମାନ
ଚିତ୍ରଗ୍ରହଣଅନୀଲ ମେହେଟା
ବିତରକସୋନୀ ଏଣ୍ଟେରଟେନମେଣ୍ଟ ଟେଲିଭିଜନ
ମୁକ୍ତିଲାଭ ତାରିଖ
ଜୁନ ୧୫, ୨୦୦୧
କଥାଚିତ୍ରର ସମୟ
୨୨୪ ମିନିଟ
ଦେଶ ଭାରତ
ଭାଷାହିନ୍ଦୀ

ଲଗାନ ହେଉଛି ୨୦୦୧ ମସିହାରେ ମୁକ୍ତିଲାଭ କରିଥିବା ଏକ କ୍ରୀଡ଼ା (କ୍ରିକେଟ) ପ୍ରସଙ୍ଗ ଯୁକ୍ତ ନାଟକୀୟ ହିନ୍ଦୀ ଚଳଚ୍ଚିତ୍ର । ଚଳଚ୍ଚିତ୍ରର ନିର୍ଦ୍ଦେଶକ ହେଉଛନ୍ତି ଆଶୁତୋଷ ଗୋୱାରିକର । ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଅମିର ଖାଁଗ୍ରେସି ସିଂ । ଜୁନ ୧୫, ୨୦୦୧ରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରଟି ଭାରତ ତଥା ବିଦେଶରେ ଅଦ୍ଭୁତପୂର୍ବ ବ୍ୟାବସାୟିକ ସଫଳତା ଲାଭ କରିଥିଲା [୧]। ଚଳଚ୍ଚିତ୍ରର ସଂଗୀତ ପରିଚାଳନା କରିଥିଲେ ଏ ଆର୍ ରେହେମାନ । ଚଳଚ୍ଚିତ୍ରଟି ଆନ୍ତର୍ଜାତୀୟ ତଥା ଭାରତୀୟ ଚଳଚ୍ଚିତ୍ର ମହୋତ୍ସବରେ ଆୱାର୍ଡ ଲାଭ କରିଥିଲା ।

ଚଳଚ୍ଚିତ୍ରର ପ୍ରମୁଖ ଅଂଶ ଗୁଜରାଟର ପ୍ରାଚୀନ ଗ୍ରାମ ଭୁଜ ନିକଟରେ ଶୁଟିଂ କରାଯାଇଥିଲା । ଅକାଦମୀ ଆୱାର୍ଡ ପାଇଁ ମନୋନୀତ ହେବାରେ ଏହା ଥିଲା ମଦର ଇଣ୍ଡିଆ ପରେ ତୃତୀୟ ଚଳଚ୍ଚିତ୍ର ।

କାହାଣୀ[ସମ୍ପାଦନା]

ଭାରତରେ ବ୍ରିଟିଶ ରାଜ ସମୟର ଏ କାହାଣୀ । ଗୁଜରାଟର ଚମ୍ପାନେର ଅଞ୍ଚଳରେ ତତ୍କାଳୀନ ବ୍ରିଟିଶ ଅଫିସର କ୍ୟାପଟେନ ଆଣ୍ଡୃ ରସେଲ ଚାଷୀଙ୍କ ଉପରେ ଅଧିକ ଲଗାଣ (କର) ଲଗାଇଲେ । ଲଗାତାର ଅନାବୃଷ୍ଟି ତଥା ଦାରିଦ୍ର‍୍ୟ ଯୋଗୁଁ ଗରୀବ ଚାଷୀ ଏହି ଲଗାଣ ଦେବାରେ ଅସମର୍ଥ ଥିଲେ । ଗାଁ ଲୋକେ ଭୁବନର ନେତୃତ୍ୱରେ ରାଜା ପୂରନ ସିଂଙ୍କୁ ଏହି ଅସୁବିଧା ଜଣାଇବାକୁ ଗଲେ । ସେହି ସମୟରେ କ୍ୟାପଟେନ ରାସେଲ ତାଙ୍କ ଇଁରେଜ ସହଯୋଗୀଙ୍କ ସହ କ୍ରିକେଟ ଖେଳରେ ବ୍ୟସ୍ତ ଥାଆନ୍ତି । ରାଜାଙ୍କ ମାଧ୍ୟମରେ ଏହି ଗୁହାରୀ କଲାବେଳେ ଭୁବନର କ୍ୟାପଟେନ ରସେଲ ସହ ଯୁକ୍ତିତର୍କ ହୁଏ । କ୍ୟାପଟେନ ରାସେଲ ଲଗାଣ (କର) କମାଇବା ପାଇଁ ମନା କରିଦିଅନ୍ତି । ହେଲେ, କଥା ପ୍ରସଙ୍ଗରେ ସେ କହନ୍ତି ଯେ ଚମ୍ପାନେର ବାସୀ ଯଦି କ୍ରୀକେଟ ଖେଳରେ ତାଙ୍କ ଇଁରେଜ ଦଳକୁ ହରାଇଦେବେ ତେବେ ସେ ଲଗାଇଥିବା ଲଗାଣ ସମ୍ପୂର୍ଣ୍ଣ ଛାଡ଼ କରିଦେବେ । କର ଛାଡ଼ କଥା ଶୁଣି ଭୁବନ ଏହାକୁ ଏକ ବାଜି ଭାବେ ଗ୍ରହଣ କରିନିଏ ।

ଭୁବନର ସହୟୋଗୀ କେହି କିନ୍ତୁ ଏଥିରେ ରାଜି ନ ଥିଲେ । କାରଣ ସେମାନେ ଜାଣିଥିଲେ ଯେ କ୍ରିକେଟରେ ଇଁରେଜଙ୍କୁ ହରାଇବା କାଠିକର ପାଠ । ଭୁବନ କିନ୍ତୁ ନଛୋଡବନ୍ଧା । ସେ ବାଜି ଜିତିବ ଏବଂ ଗ୍ରାମବାସିଙ୍କୁ ଲଗାଣରୁ ମୁକ୍ତି ମିଳିବ । ଏହି ଆଶାରେ ସେ ପ୍ରତ୍ୟେକ ସହଯୋଗୀଙ୍କୁ ରାଜି କରାଇଛି, ଖେଳ ଶିଖାଇଛି । ଏଥିରେ ପରଦା ଆଢୁଆଳରେ ରହି କ୍ୟାପଟେନ ରାସେଲ ଭଉଣୀ ଏଲିଜାବେଥ ଭୁବନର ଦଳକୁ ଉତ୍ସାହିତ କରିଛନ୍ତି । ପରିଶେଷରେ ଅନେକ ଘାତ ଏବଂ ପ୍ରତିଘାତ ସହି ଭୁବନର ଦଳ ଖେଳରେ ବିଜୟଲାଭ କରିଛନ୍ତି ଏବଂ ଗ୍ରାମବାସୀ ଲଗାଣମୁକ୍ତ ହୋଇଛନ୍ତି ।

ଚରିତ୍ର[ସମ୍ପାଦନା]

  • ଅମୀର ଖାଁ --- ଭୁବନ ଭୂମିକାରେ
  • ଗ୍ରେସି ସିଂ --- ଗୌରୀ ଭୂମିକାରେ
  • ରାଚେଲ ସେଲୀ --- ଏଲିଜାବେଥ୍ ରାଚେଲ ଭୂମିକାରେ
  • ସୁହାସିନୀ ମୁଲେ --- ଭୁବନର ମାଆ ଭୂମିକାରେ
  • ରାଜେନ୍ଦ୍ର ଗୁପ୍ତା --- ମୁଖିଆ ଭୂମିକାରେ
  • କୁଳଭୂଷଣ ଖର୍ବନ୍ଦା --- ରାଜା ପୂରନ ସିଂ ଭୂମିକାରେ

ଇତ୍ୟାଦି

କଣ୍ଠଶିଳ୍ପୀ[ସମ୍ପାଦନା]

ଗୀତ କଣ୍ଠଶିଳ୍ପୀ ଅବଧୀ
ଘନନ ଘନନ ଉଦିତ ନାରାୟଣ, ସୁଖବିନ୍ଦର ସିଂ, ଆଲ୍‌କା ୟାଗ୍ନିକ୍‌ ୬ ମିନିଟ୍ ୧୧ ସେକେଣ୍ଡ
ମିତବା ଉଦିତ ନାରାୟଣ, ସୁଖବିନ୍ଦର ସିଂ, ଆଲ୍‌କା ୟାଗ୍ନିକ୍‌ ୬ ମିନିଟ୍ ୪୭ ସେକେଣ୍ଡ
ରାଧା କୈସେ ନା ଜଲେ ଆଶା ଭୋଂସଲେ, ଉଦିତ ନାରାୟଣ, ବୈଶାଳୀ ସାମନ୍ତ ୫ ମିନିଟ୍ ୩୪ ସେକେଣ୍ଡ
ଓରେ ଛୋରୀ ଉଦିତ ନାରାୟଣ,ବସୁନ୍ଧରା ଦାସ, ଆଲ୍‌କା ୟାଗ୍ନିକ୍‌ ୫ ମିନିଟ୍ ୫୯ ସେକେଣ୍ଡ
ଚାଲ ଚଲୋ ଏ ଆର୍ ରେହେମାନ, ଶ୍ରୀନିବାସ ୬ ମିନିଟ୍ ୪୦ ସେକେଣ୍ଡ
Waltz for a romance (instrumental) ---- ୨ମିନିଟ୍ ୨୯ ସେକେଣ୍ଡ
ଓ ପାଲନ ହାରୀ ଲତା ମଙ୍ଗେସକର, ଉଦିତ ନାରାୟଣ ୫ ମିନିଟ୍ ୧୯ ସେକେଣ୍ଡ
ଲଗାନ ଅନୁରାଧା ଶ୍ରୀରାମ ୪ ମିନିଟ୍ ୧୨ ସେକେଣ୍ଡ


ପୁରସ୍କାର ଓ ସମ୍ମାନ[ସମ୍ପାଦନା]

୨୦୦୨ରେ ଚଳଚ୍ଚିତ୍ରଟି ବିଦେଶୀ ଭାଷାର ଶ୍ରେଷ୍ଠ ଚଳଚ୍ଚିତ୍ର ଶ୍ରେଣିରେ ଏକାଡେମି ଆୱାର୍ଡ ପାଇଁ ମନୋନୀତ ହେଲା । ଏକାଡେମୀ ପୁରସ୍କାର ନ ପାଇଲେ ବି ବିଦେଶରେ ଭାରତୀୟ ଚଳଚ୍ଚିତ୍ରର ସୁନାମ ବଢାଇବାରେ ଏହା ବେଶ ସହାୟକ ହୋଇଥିଲା ।

ତେବେ ଚଳଚ୍ଚିତ୍ରଟି ଆଠୋଟି ଶ୍ରେଣୀରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ନଅଟି ଶ୍ରେଣୀରେ ଫିଲ୍ମଫେୟାର ଆୱାର୍ଡ, ନଅଟି ଶ୍ରେଣୀରେ ସ୍କ୍ରୀନ ଆୱାର୍ଡ, ଦଶଟି ଶ୍ରେଣୀରେ ଆଇଫା ଆୱାର୍ଡ ସହ ବହୁ ଜାତୀୟ ଏବଂ ଅନ୍ତର୍ଜାତୀୟ ପୁରସ୍କାର ଲାଭ କରିଛି ।[୨]

ଆଧାର[ସମ୍ପାଦନା]

  1. "Lagaan a big hit in France". Archived from the original on 12 January 2009. Retrieved 29 May 2018.{{cite web}}: CS1 maint: bot: original URL status unknown (link)
  2. "Lagaan wins 8 National awards". Retrieved 29 May 2018.

ବାହାର ଆଧାର[ସମ୍ପାଦନା]

  • ଇଣ୍ଟରନେଟ ମୁଭି ଡାଟାବେସରେ ଲଗାନ