କୁୟିଲି
ବୀରମଙ୍ଗାଇ କୁୟିଲି | |
---|---|
ଫାତିମା ଇସମାଇଲଙ୍କଦ୍ୱାରା କୁୟିଲିଙ୍କ ଚିତ୍ର | |
ଜନ୍ମ | ୧୭ଶ ଶତାବ୍ଦୀ କୁଦଞ୍ଚବାଡ଼ି, ଶିବଗଙ୍ଗା ଜିଲ୍ଲା, ତାମିଲନାଡୁ |
ମୃତ୍ୟ | ୧୭୮୦ ଶିବଗଙ୍ଗା |
କୁୟିଲି ରାଣୀ ଭେଲୁ ନାଚିୟାରଙ୍କର ଜଣେ ସେନା କମାଣ୍ଡର ଥିଲେ ଯିଏ ଅଷ୍ଟାଦଶ ଶତାବ୍ଦୀରେ ଇଷ୍ଟ ଇଣ୍ଡିଆ କମ୍ପାନୀ ବିରୁଦ୍ଧରେ ଅଭିଯାନରେ ଭାଗ ନେଇଥିଲେ । ସେ ଭାରତୀୟ ଇତିହାସରେ ପ୍ରଥମ ଆତ୍ମଘାତୀ ବିସ୍ଫୋରଣକାରୀ ଏବଂ "ପ୍ରଥମ ମହିଳା ସହିଦ" ଭାବରେ ପରିଗଣିତ ହୋଇଥିଲେ ।[୧][୨][୩][୪]
ଜୀବନ
[ସମ୍ପାଦନା]କୁୟିଲି ଅଷ୍ଟାଦଶ ଶତାବ୍ଦୀରେ ଶିବଗଙ୍ଗା ଜିଲ୍ଲା ନିକଟସ୍ଥ କୁଦଞ୍ଚବାଡ଼ିରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ମା ମଧ୍ୟ ସାହସିକତା ପାଇଁ ଜଣାଶୁଣା ଥିଲେ । ନିଜ କ୍ଷେତକୁ ନଷ୍ଟ ନକରିବା ପାଇଁ ଏକ ବଣୁଆ ଷଣ୍ଢ ସହିତ ଯୁଦ୍ଧ କରୁଥିବାବେଳେ ତାଙ୍କ ମା'ଙ୍କର ମୃତ୍ୟୁ ହୋଇଥିଲା । କୁୟିଲି ଭେଲୁ ନାଚିୟାରଙ୍କର ଜଣେ ଭକ୍ତ କମାଣ୍ଡର ଥିଲେ ଏବଂ ବାରମ୍ବାର ତାଙ୍କ ଜୀବନ ରକ୍ଷା କରିଥିଲେ । ଏପରି ଏକ ସମୟରେ, ଯେତେବେଳେ ସେ ଜାଣିବାକୁ ପାଇଲେ ଯେ ତାଙ୍କ ଶିକ୍ଷକ ପ୍ରକୃତରେ ଜଣେ ଗୁପ୍ତଚର, ସେ ତୁରନ୍ତ ରାଣୀଙ୍କୁ ବଞ୍ଚାଇବା ପାଇଁ ପଦକ୍ଷେପ ନେଇଥିଲେ । ଅନ୍ୟ ଏକ ସମୟରେ, ରାଣୀ ଶୋଇବା ସମୟରେ ତାଙ୍କୁ ଆକ୍ରମଣ କରାଯାଇଥିଲା, ସେତେବେଳେ କୁଇଲି ସେମାନଙ୍କ ଉପରେ ଆକ୍ରମଣ କରିଥିଲେ । ତାଙ୍କର ବିଶ୍ୱସ୍ତତା ଏବଂ ସାହସିକତା ଦେଖି ତାଙ୍କୁ ତାଙ୍କ ସୈନ୍ୟବାହିନୀର ମହିଳା ସେନାଧ୍ୟକ୍ଷ କରାଯାଇଥିଲା । ପରେ କୁୟିଲି ରାଣୀଙ୍କ ଶିବଗଙ୍ଗା ଅଭିଯାନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।[୫][୬]
ମୃତ୍ୟୁ
[ସମ୍ପାଦନା]୧୭୮୦ ମସିହାରେ କୁୟିଲି ଆତ୍ମହତ୍ୟା କରିଥିଲେ । ଇଷ୍ଟ ଇଣ୍ଡିଆ କମ୍ପାନୀର ଏକ ଦୁର୍ଗ ଉପରେ ଆକ୍ରମଣ କରୁଥିବାବେଳେ ସେ ନିଜ ଶରୀରରେ ଘିଅ ଢାଳି ନିଜକୁ ନିଆଁ ଲଗାଇଲେ ଏବଂ ଭେଲୁ ନାଚିଆଙ୍କ ବିଜୟ ହାସଲ କରି ଇଷ୍ଟ ଇଣ୍ଡିଆ କମ୍ପାନୀର ଅସ୍ତ୍ରାଗାରକୁ ଡେଇଁପଡିଥିଲେ ।[୭][୮][୯][୧୦][୧୧][୧୨]
ଉତ୍ତରାଧିକାରୀ
[ସମ୍ପାଦନା]ତାମିଲନାଡ଼ୁ ସରକାର ଶିବଗଙ୍ଗା ଜିଲ୍ଲାରେ କୁଇଲିଙ୍କର ଏକ ସ୍ମାରକ ନିର୍ମାଣ କରିଥିଲେ ।[୧୩]
ଆଧାର
[ସମ୍ପାଦନା]- ↑ "First Woman Suicide Bomber of India against British during Freedom Struggle". myIndiamyGlory (in ବ୍ରିଟିଶ୍ ଇଂରାଜୀ). Retrieved 2018-02-17.
- ↑ "FIVE Unsung Women Martyrs of Indian Freedom Struggle". myIndiamyGlory (in ବ୍ରିଟିଶ୍ ଇଂରାଜୀ). Retrieved 2018-02-17.
- ↑ "Of valour and victory". The Hindu. Chennai, India. 26 July 2013. Retrieved 13 August 2014.
- ↑ "வியூகங்களால் வென்றவள் | If you won multiple strategies - Dinakaran". www.dinakaran.com. Archived from the original on 12 June 2018. Retrieved 2018-02-17.
- ↑ Udayavani. "Kuyili- A brave commander who was the First ever suicide bomber in history". Udayavani (in କନ୍ନଡ). Retrieved 2020-08-06.
- ↑ MV, Amudha. "Kuyili: The Dalit Commander Whose Sacrifice Remains An Unsung Tale". feminisminindia.com. Retrieved 6 May 2019.
- ↑ "Tamil Nadu to build memorial for freedom fighter Kuyili". Times of india. Chennai, India. 16 May 2013. Retrieved 13 August 2014.
- ↑ "Velu Nachiyar & Kuyili: The Women Who Took Down The British 85 Yrs Before 1857!". Chennai, India. Retrieved 28 August 2018.
- ↑ Remembering Queen Velu Nachiyar of Sivagangai, the first queen to fight the British. The News Minute. 3 January 2017
- ↑ "Of woman power and Tamizh glory". IBN Live. Chennai, India. 14 June 2011.
- ↑ "A Durga A Day-Day 6: Mata Katyayini-Rani Velu Nachiyar and Kuyili". Chennai, India. 15 October 2018.
- ↑ "Veeramangai Velu Nachiyar". The Hindu Business Line. Chennai, India. 18 January 2019.
- ↑ "Tamil Nadu to build memorial for freedom fighter Kuyili". Times of India. Chennai, India. 16 May 2013. Retrieved 13 August 2014.