ଭେଲୁ ନାଚିୟାର

ଉଇକିପିଡ଼ିଆ‌ରୁ
ରାଣୀ ଭେଲୁ ନାଚିୟାର
ଶିବଗଙ୍ଗ ଗଡଜାତ ରାଜବଂଶର ରାଣୀ
ରାମନାଥପୁରମର ରାଜକୁମାରୀ
ଶାସନ କାଳ୧୭୮୦-୧୭୯୦[୧]
ଜନ୍ମ(1730-01-03)ଜାନୁଆରୀ ୩, ୧୭୩୦
ଜନ୍ମସ୍ଥାନରାମନାଥପୁରମ, ତାମିଲନାଡ଼ୁ, ଭାରତ
ମୃତ୍ୟୁ୨୫ ଡିସେମ୍ବର ୧୭୯୬(1796-12-25) (ବୟସ ୬୬)
ମୃତ୍ୟୁସ୍ଥାନଶିବଗଙ୍ଗ, ତାମିଲନାଡ଼ୁ, ଭାରତ
ଉତ୍ତରାଧିକାରୀବେଲ୍ଲାକି[୨]
ପିତାଚେଲ୍ଲାମୁଥୁ ବିଜୟରଘୁନାଥ ସେତୁପାଥ୍ୟ
ମାତାମୁଥାଥାଲ ନାଚିୟାର
ଧର୍ମଶୈବ
ଭେଲୁ ନାଚିୟାରଙ୍କ ବାସଭବନରେ ଥିବା ତାଙ୍କର ପ୍ରତିମୂର୍ତ୍ତୀ

ଭେଲୁ ନାଚିୟାର (୩ ଜାନୁଆରୀ ୧୭୩୦-୨୫ ଡିସେମ୍ବର ୧୭୯୬)ଶିବଗଙ୍ଗା ଗଡଜାତ ରାଜବଂଶର ରାଣୀ ଥିଲେ । ସେ ଭାରତରେ ଇଂରେଜ ଔପନିବେଶକ ଶକ୍ତି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିବା ପ୍ରଥମ ବୀରାଙ୍ଗନା ରାଣୀ ।[୩] ତେଣୁ ସେ ତାମିଲନାଡୁରେ "ବୀରମ୍‌ଗଇ" (ବୀରାଙ୍ଗନା) ନାମରେ ମଧ୍ୟ ପରିଚିତ ।

ଜୀବନୀ[ସମ୍ପାଦନା]

ରାମନାଥ ରାଜ୍ୟର ରାଜା ଚେଲ୍ଲାମୁଥୁ ବିଜୟରଘୁନାଥ ସେତୁପଥି ଏବଂ ରାଣୀ ସକନ୍ଧିମୁଥାଲଙ୍କ ଏକମାତ୍ର କନ୍ୟା ବେଲୁ ନାଚିୟାର ଥିଲେ ରାମନାଥପୁରମ ରାଜ୍ୟର ରାଜକୁମାରୀ । ସେ ଚୋଳ ବଂଶଜଙ୍କ ଭଳି ସୂର୍ଯ୍ୟବଂଶୀ ତଥା କଶ୍ୟପ ଗୋତ୍ରୀ ଥିଲେ । ତାଙ୍କର ଲାଳନ ପାଳନ ଜଣେ ରାଜକୁମାରୀଙ୍କ ଭଳି କରାଯାଇଥିଲା । କଥିତ ଅଛି, ସେ ଛୋଟବେଳୁ ହିଁ ସେ ଘୋଡ଼ା ସବାରୀ, ତୀର ଚାଳନା ତଥା ଖଣ୍ଡା ଚାଳନା ଭଳି ଯୁଦ୍ଧ ବିଦ୍ୟାରେ ବିଧିବଦ୍ଧ ଶିକ୍ଷା ପ୍ରାପ୍ତ କରିଥିଲେ । ଅସ୍ତ୍ର ଶସ୍ତ୍ର ବିଦ୍ୟା ସହ ସେ ବିଭିନ୍ନ ଭାଷା ଯଥା ଫ୍ରେଞ୍ଚ, ଇଂରାଜୀ ଏବଂ ଉର୍ଦ୍ଦୁର ଭାଷାଜ୍ଞାନ ମଧ୍ୟ ଲାଭ କରିଥିଲେ । ତାଙ୍କର ବିବାହ ଶିବଗଙ୍ଗା ରାଜ୍ୟର ରାଜା ମୁଥୁବାଦୁଗାନାଥାପେରିୟା ଉଦୟୀ ଯଶେଶ୍ୱରଙ୍କ ସହ ହୋଇଥିଲା । ବିବାହ ପରେ ସେ ଏକ କନ୍ୟା ଲାଭ କରିଥିଲେ ।

ମହିଳା ସୈନ୍ୟବାହିନୀ ଗଠନ[ସମ୍ପାଦନା]

ଯେତେବେଳେ ତାଙ୍କ ସ୍ୱାମୀ ବ୍ରିଟିଶ ସୈନ୍ୟଦ୍ୱାରା ନିହତ ହେଲେ, ସେ ଯୁଦ୍ଧର ସାମନା କରିବାକୁ ବାଧ୍ୟ ହେଲେ । ତେବେ ସେ ନିଜ କନ୍ୟା ସହ ଖସି ପଳାଇବାରେ ସମର୍ଥ ହେଲେ ଏବଂ ଡିଣ୍ଡିଗୁଲ ନିକଟବର୍ତ୍ତୀ ବୀରୁପାଚୀର ପାଲାୟାକାରାର କୋପଲା ନାୟାକ୍କାରଙ୍କ ସୁରକ୍ଷାରେ ପ୍ରାୟ ଆଠବର୍ଷ ପାଇଁ ରହିଥିଲେ । ଏହି ସମୟ ମଧ୍ୟରେ ସେ ଏକ ମହିଳା-ସୈନ୍ୟବାହିନୀ ଗଠନ କଲେ ଏବଂ ଗୋପାଲା ନାୟକାର ଏବଂ ହାଇ‌ଦର ଅଲ୍ଲୀଙ୍କ ସହାୟତା ଲୋଡିଲେ ।[୪] ଭେଲୁଙ୍କ ପାଳିତା କନ୍ୟା ଉଦୈୟାଲର ସ୍ମୃତିରେ ଏହି ସୈନ୍ୟବାହିନୀର ନାମକରଣ କରାଯାଇଥିଲା । ଲକ୍ଷ୍ୟ ଥିଲା, ବ୍ରିଟିଶ ସେନାକୁ ପରାଜିତ କରିବା । ତେବେ ୧୭୮୦ ମସିହାରେ ତାଙ୍କର ଏହି ସ୍ୱପ୍ନ ସଫଳ ହେଲା । ଭେଲୁ ନାଚିୟାର ଯେତେବେଳେ ଇଂରେଜମାନଙ୍କ ଅସ୍ତ୍ରାଗାରର ସନ୍ଧାନ ପାଇଗଲେ, ସେ ଏକ ଆତ୍ମଘାତୀ ଆକ୍ରମଣର ଯୋଜନା କଲେ ।[୫] ବେଲୁଙ୍କ ଏକ ବିଶ୍ୱସ୍ତ ଲୋକ କୁୟୁଲୀ, ନିଜ ଦେହରେ ତୈଳ ବୋଳି ହୋଇ ନିଜକୁ ଜଳାଇ ଦେଇ ଅସ୍ତ୍ରାଗାର ମଧ୍ୟକୁ ପ୍ରବେଶ କରିଗଲା । ଫଳରେ ଇଂରେଜ ଅସ୍ତ୍ରାଗାର ଧ୍ୱଂସ ପାଇଗଲା । ପାଳିତା କନ୍ୟା ଉଦୈୟାଲ ମଧ୍ୟ ଇଂରେଜ ମାନଙ୍କ ଆଉଏକ ଅସ୍ତ୍ରାଗାର ଧ୍ୱଂସ କରୁ କରୁ ନିଜ ଜୀବନ ହାରିଯାଇଥିଲେ ।

ଶେଷ ଜୀବନ[ସମ୍ପାଦନା]

ଭେଲୁ ନାଚିୟାର ହେଉଛନ୍ତି ବ୍ରିଟିଶ ବିରୁଦ୍ଧରେ ଲଢିଥିବା ପ୍ରଥମ ଭାରତୀୟ ରାଣୀ । ୧୭୮୦ରେ ବ୍ରିଟିଶ ବିରୁଦ୍ଧରେ ଜୟଲାଭ କରି ସେ ମାଉଡୁ ଭାଇଙ୍କୁ ରାଜ୍ୟର ଶାସନ ଦାୟିତ୍ୱ ଅର୍ପଣ କରିଥିଲେ ।[୬] ଏହାର କିଛି ବର୍ଷପରେ ସେ ୨୫ ଡିସେମ୍ବର ୧୭୯୬ରେ ମୃତ୍ୟୁବରଣ କଲେ ।

ଆଧାର[ସମ୍ପାଦନା]

  1. K. R. Venkatarama Ayyar, Sri Brihadamba State Press, 1938, A Manual of the Pudukkóttai State, p.720
  2. K. R. Venkatarama Ayyar, Sri Brihadamba State Press, 1938, A Manual of the Pudukkóttai State, p.720
  3. "Remembering Queen Velu Nachiyar of Sivagangai, the first queen to fight the British". The News Minute. 3 January 2017. Retrieved 13 August 2018.
  4. "Velu Nachiyar". ipfs.io. Retrieved 14 August 2018.
  5. "Velu Nachiyar was well-trained in martial arts, horse riding, Silambam, and archery". www.inuth.com. Retrieved 14 August 2018.
  6. "Uphill, for history's sake". The Hindu (in Indian English). 24 December 2007. Retrieved 14 August 2018.