Jump to content

କ୍ଲାଇନଫେଲ୍ଟର ସିଣ୍ଡ୍ରୋମ

ଉଇକିପିଡ଼ିଆ‌ରୁ
(Klinefelter syndromeରୁ ଲେଉଟି ଆସିଛି)
କ୍ଲାଇନଫେଲ୍ଟର ସିଣ୍ଡ୍ରୋମ
47,XXY
ବିଭାଗMedical genetics
ଆଇସିଡ଼ି-୧୦Q98.0-Q98.4
ଆଇସିଡ଼ି-୯-ସିଏମ୍758.7
ମେଡ଼ିସିନ-ପ୍ଲସ000382
ଇ-ମେଡ଼ିସିନped/1252
Patient UKକ୍ଲାଇନଫେଲ୍ଟର ସିଣ୍ଡ୍ରୋମ
MeSHD007713

କ୍ଲାଇନଫେଲ୍ଟର ସିଣ୍ଡ୍ରୋମ (ଇଂରାଜୀରେ Klinefelter syndrome ବା Klinefelter's syndrome (KS) (/ˈklnfɛltər/) ବା 47,XXY or XXY, ଏକ ଲକ୍ଷଣ ସେଟର ନାମ ଯାହା ପୁରୁଷମାନଙ୍କର ଦୁଇଟି X କ୍ରୋମୋଜୋମଦ୍ୱାରା ସଂଘଟିତ ହୁଏ । [] ଏହାର ପ୍ରଧାନ ଲକ୍ଷଣ ହେଲା ପ୍ରଜନନ ଅକ୍ଷମତା । [] ଅଧିକାଂଶ ସମୟରେ ଆକ୍ରାନ୍ତ ଲୋକ ନିଜେ କିଛି ଅସୁବିଧା ଥିବା କଥା ଜାଣିପାରନ୍ତି ନାହିଁ । ବେଳେ ବେଳେ ଲକ୍ଷଣ ପରିଷ୍ଫୁଟ ହୁଏ ଓ ଦୁର୍ବଳ ମାଂସପେଶୀ, ଅଧିକ ଉଚ୍ଚତା, ସ୍ୱଳ୍ପ ଦେହ ରୁମ, ଛୋଟ ଯୌନାଙ୍ଗ, ସ୍ତନ ବୃଦ୍ଧି, ଯୌନ‌କ୍ରିୟା ନିମନ୍ତେ ଅରୁଚି ଓ କୋଅର୍ଡ଼ିନେସନ ଅଭାବ ଆଦି ଲକ୍ଷଣ ଦେଖାଯାଏ । [] ଯୌନପରିପକ୍ୱତା (puberty) ସମୟରେ ଏହି ଲକ୍ଷଣ ସମସ୍ତ ଥିବା ଲକ୍ଷ କରାଯାଏ । [] ସେମାନଙ୍କର ସାଧାରଣ ବୁଦ୍ଧି ଥାଏ କିନ୍ତୁ ପଢ଼ିବା ଅକ୍ଷମତା ଓ କ‌ହିବା ଅସୁବିଧା ଦେଖାଯାଏ । ତିନି ବା ତାଠାରୁ ଅଧିକ କ୍ରୋମୋଜୋମ ଥିଲେ ଲକ୍ଷଣ ଅଧିକ ଗମ୍ଭୀର ହୁଏ । []

କ୍ଲାଇନଫେଲ୍ଟର ସିଣ୍ଡ୍ରୋମ ଲକ୍ଷହୀନ (random) ଭାବରେ ହୁଏ । ବୟସ୍କ ମାତା ଥିଲେ ଏହି ରୋଗ ସଙ୍କଟ ସାମାନ୍ୟ ଅଧିକ ରହେ । ଏହା ବଂଶଗତ ନୁହେଁ ଓ ପିତାମାତାଙ୍କଠାରୁ ଉତ୍ତରାଧିକାର ସୂତ୍ରରେ ଆସେନାହିଁ । [] ଏହି ରୋଗୀର ଜୀବକୋଷରେ ୩୬ କ୍ରୋମୋଜୋମ ଥିବା ସ୍ଥାନରେ ଏହି ରୋଗୀର ୩୭ କ୍ରୋମୋଜୋମ ଥାଏ, Y କ୍ରୋମୋଜୋମ ସ‌ହିତ ଗୋଟିଏ ଅଧିକ X କ୍ରୋମୋଜୋମ ଥାଏ । [] କାରିଓଟାଇପ ଭଳି ଜେନେଟିକ ପରୀକ୍ଷା ସାହାଯ୍ୟରେ ଏହି ରୋଗ ନିର୍ଣ୍ଣୟ କରାଯାଏ । []

ଏହି ରୋଗ ଆରୋଗ୍ୟସାଧ୍ୟ ନ ହେଲେ ମଧ୍ୟ କେତେକ ଚିକିତ୍ସାଦ୍ୱାରା ଉପକାର ମିଳେ । [] ଫିଜିଓଥାରାପି, ବାକ୍ ଓ ଭାଷା ଥେରାପି, କାଉନସେଲିଙ୍ଗ ଶିକ୍ଷା ପ୍ରଣାଳୀ ସୁବ୍ୟବସ୍ଥା କଲେ ଉପକାର ମିଳେ । ଟେସ୍ଟୋସ୍ଟେରନ ସ୍ତର କମ ଥିଲେ ଟେସ୍ଟୋସ୍ଟେରନ ପୁନଃସ୍ଥାପନ କରାଯାଏ । ବର୍ଦ୍ଧିତ ସ୍ତନ ଅପରେଶନ କରି କାଢ଼ିଦିଆଯାଏ । ସ‌ହ‌ଯୋଗ ପ୍ରଜନନ ଟେକନୋଲୋଜି ପଦ୍ଧତିରେ ଅର୍ଦ୍ଧେକ ସଂଖ୍ୟକ ରୋଗୀମାନଙ୍କର ସନ୍ତାନ ଜନ୍ମ ହୁଏ । [] ଏହି ରୋଗରେ ଆୟୁଷ ସାଧାରଣ ଥାଏ । []

କ୍ଲାଇନଫେଲ୍ଟର ସିଣ୍ଡ୍ରୋମ ଏକ ସାଧାରଣ କ୍ରୋମୋଜୋମ ରୋଗ, ପ୍ରତି ୫୦୦ରୁ ୧୦୦୦ ଜୀବନ୍ତ ପୁଅ ଜନ୍ମରେ ଜଣେ ଆକ୍ରାନ୍ତ ହୁଏ । [][] ସନ ୧୯୪୦ରେ ହାରି କ୍ଲାଇନଫେଲ୍ଟର ଏହି ରୋଗ ପ୍ରଥମେ ଚିହ୍ନଟ କରିଥିଲେ । [] ସନ ୧୯୫୬ରେ ଅଧିକ କ୍ରୋମୋଜୋମ ଚିହ୍ନଟ ହୋଇଥିଲା । [୧୦] ମୂଷା ଦେହରେ XXY ସିଣ୍ଡ୍ରୋମ ହୁଏ, ତେଣୁ ଏମାନଙ୍କୁ ଗବେଷଣା ମଡେଲ କରାଯାଏ । [୧୧]

  1. 1 2 "Klinefelter Syndrome (KS): Overview". www.nichd.nih.gov/. Eunice Kennedy Shriver National Institute of Child Health and Human Development. 2013-11-15. Retrieved 15 March 2015.
  2. 1 2 "What are common symptoms of Klinefelter syndrome (KS)?". Eunice Kennedy Shriver National Institute of Child Health and Human Development. 2013-10-25. Retrieved 15 March 2015.
  3. 1 2 "How do health care providers diagnose Klinefelter syndrome (KS)?". Eunice Kennedy Shriver National Institute of Child Health and Human Development. 2012-11-30. Retrieved 15 March 2015.
  4. 1 2 "How many people are affected by or at risk for Klinefelter syndrome (KS)?". Eunice Kennedy Shriver National Institute of Child Health and Human Development. 2012-11-30. Retrieved 15 March 2015.
  5. Visootsak J, Graham JM; Graham Jr (2006). "Klinefelter syndrome and other sex chromosomal aneuploidies". Orphanet Journal of Rare Diseases. 1: 42. doi:10.1186/1750-1172-1-42. PMC 1634840. PMID 17062147.{{cite journal}}: CS1 maint: unflagged free DOI (link)
  6. 1 2 "Is there a cure for Klinefelter syndrome (KS)?". Eunice Kennedy Shriver National Institute of Child Health and Human Development. 2012-11-30. Retrieved 16 March 2015.
  7. "What are the treatments for symptoms in Klinefelter syndrome (KS)?". Eunice Kennedy Shriver National Institute of Child Health and Human Development. 2013-10-25. Retrieved 15 March 2015.
  8. "Klinefelter syndrome". Genetics Home Reference. National Library of Medicine. 2012-10-30. Retrieved 2012-11-02.
  9. "Klinefelter Syndrome (KS): Condition Information". www.nichd.nih.gov/. 2013-11-15. Retrieved 15 March 2015.
  10. Odom, Samuel L. (2009). Handbook of developmental disabilities (Pbk. ed. ed.). New York: Guilford. p. 113. ISBN 9781606232484. {{cite book}}: |edition= has extra text (help)
  11. Conn, P. Michael (2013). Animal models for the study of human disease (First edition. ed.). San Diego: Elsevier Science & Technology Books. p. 780. ISBN 9780124159129.