Jump to content

କମଳ ରାଣାଦିବେ

ଉଇକିପିଡ଼ିଆ‌ରୁ
(Kamal Ranadiveରୁ ଲେଉଟି ଆସିଛି)
କମଳ ରାଣାଦିବେ
ଜନ୍ମ୧୯୧୭
ମୃତ୍ୟୁ୨୦୦୧
ଜାତୀୟତାଭାରତୀୟ
ବିଜ୍ଞାନୀ ଜୀବନ
କ୍ଷେତ୍ରCell biology

କମଳ ରାଣାଦିବେ ଆଲିଆସ କମଳ ସମର୍ଥ (୧୯୧୭ରୁ ୨୦୦୧ମସିହା) ଭାରତର ଜଣେ ଜୈବଚିକିତ୍ସା ବିଜ୍ଞାନ ଗବେଷଣାବିତ୍ ଥିଲେ ଓ ସେ କର୍କଟ ରୋଗ ସହ ଭୁତାଣୁର ସମ୍ପର୍କ ବିଷୟରେ କାମ କରୁଥିଲେ[] । ଭାରତୀୟ ମହିଳା ବିଜ୍ଞାନୀ ସଂଘର ସେ ପ୍ରତିଷ୍ଠାତ୍ରୀ ଥିଲେ । କୁଷ୍ଠ ରୋଗ ଉପରେ କରିଥିବା କାମ ଯୋଗୁ ତାଙ୍କୁ ୧୯୮୨ ମସିହାରେ ପଦ୍ମ ଭୂଷଣରେ ସମ୍ମାନିତ କରାଯାଇଥିଲା ।
ମୁମ୍ବାଇର ଭାରତୀୟ କର୍କଟ ଗବେଷଣା କେନ୍ଦ୍ରରେ ସେ ୧୯୬୦ ମସିହାର ପ୍ରଥମ ଟିସୁ କଲ୍‌ଚର ଗବେଷଣା ଲାବୋରେଟରି ଖୋଲିବାରେ ସାହାଯ୍ୟ କରିଥିଲେ[]

ପ୍ରାକ ଜୀବନ

[ସମ୍ପାଦନା]

ପୁଣେର ବାଳିକା ବିଦ୍ୟାଳୟରେ ସେ ସ୍କୁଲ ଶିକ୍ଷା ଲାଭ କରିଥିଲେ ଓ ଫର୍ଗୁସନ୍ କଲେଜରୁ ଉଦ୍ଭିଦ ବିଜ୍ଞାନରେ ସ୍ନାତକ ଡିଗ୍ରୀ ପାଇଥିଲେ . ପୁଣେ ଏଗ୍ରିକଲଚରାଲ କଲେଜରୁ ସେ ମାସ୍ଟର ଡିଗ୍ରୀ ପାଇଥିଲେ । ବମ୍ବେ ୟୁନିଭରସିଟିରେ ଡକ୍ଟର ଅଫ୍ ଫିଲୋସୋଫିରେ ଆଡମିସନ ନେଇଥିଲେ । ଏହି ସମୟରେ ଭାରତୀୟ କର୍କଟ ଗବେଷଣା କେନ୍ଦ୍ରର ପ୍ରତିଷ୍ଠାତା ଭି.ଆର.ଖାନୋଲକର ତାଙ୍କୁ ଦିଗ୍‌ଦର୍ଶନ ଦେଉଥିଲେ । ଏହା ପରେ ସେ ବାଲ୍ଟିମୋରରେ ଥିବା ହପକିନ୍ସ ୟୁନିଭରସିଟିରେ ପୋଷ୍ଟଡକ୍ଟରାଲ ଗବେଷଣା ନିମନ୍ତେ ଯାଇଥିଲେ[]

  1. Mody, Rekha (1999). A Quest For Roots. Gurgaon, Haryana: Shubhi Books. Archived from the original on 2013-08-17. Retrieved 2013-09-26.
  2. Bhisey, Rajani (2008). Lilavati's Daughters: The Women Scientists of India (PDF). Bangalore: Indian Academy of Sciences. pp. 24–26.
  3. Bhisey, R. "Obsessed with excellence" (PDF). Indian Academy of Sciences. Retrieved 20 October 2012.