ଜାମ୍ବବାନ

ଉଇକିପିଡ଼ିଆ‌ରୁ
(Jambavanରୁ ଲେଉଟି ଆସିଛି)

ଜାମ୍ବବାନ ହିନ୍ଦୁ ପୁରାଣ ରାମାୟଣର ଏକ ପ୍ରମୁଖ ଚରିତ୍ର । ରାମ-ରାବଣ ଯୁଦ୍ଧରେ ସେ ଥିଲେ ଭାଲୁମାନଙ୍କର ରାଜା । କେତେକ ପୁରାଣରେ ତାଙ୍କୁ କପି-ଶ୍ରେଷ୍ଠ ଭାବେ ମଧ୍ୟ ବର୍ଣ୍ନନା କରାଯାଇଛି । ତେବେ ତାଙ୍କର ସନ୍ଦର୍ଭ ମହାଭାରତରୁ ମଧ୍ୟ ଆସିଛି । ପୌରାଣିକ ତଥ୍ୟ ଅନୁସାରେ ବ୍ରହ୍ମା ଜାମ୍ବବାନଙ୍କୁ ଏଇଥିପାଇଁ ସୃଷ୍ଟି କରିଥିଲେ ଯେ ସେ ରାମ-ରାବଣ ଯୁଦ୍ଧରେ ରାମଙ୍କୁ ସହାୟତା କରିବେ ।[୧]

ସ୍ୟମନ୍ତକ ମଣି ପାଇଁ ଶ୍ରୀକୃଷ୍ଣ ଏବଂ ଜାମ୍ବବାନଙ୍କ ମଧ୍ୟରେ ନନ୍ଦୀବର୍ଦ୍ଧନ ପର୍ବତରେ ୨୪ ଦିନଯାଏଁ ଯୁଦ୍ଧ ହୋଇଥିଲା । ଶ୍ରୀକୃଷ୍ଣଙ୍କୁ ଅବତାରୀ ପୁରୁଷ ବୋଲି ଜାଣିବା ପରେ ଜାମ୍ବବାନ ତାଙ୍କ ଝିଅ ଜାମ୍ବବତୀଙ୍କୁ ଶ୍ରୀକୃଷ୍ଣଙ୍କ ସହ ବିବାହ ଦେଇଥିଲେ । ଜାମ୍ବବାନ ଯୁଦ୍ଧରେ ଯଜ୍ଞକୂପ ନାମକ ଏକ ରାକ୍ଷସକୁ ବଧ କଲେ । ହନୁମାନଙ୍କ ମାତା ଅଞ୍ଜନା ଜାମ୍ବବାନଙ୍କୁ ତାଙ୍କ ଭାଇ ଭାବେ ବିବେଚନା କରିଥିଲେ, ଫଳରେ ସେ ହନୁମାନଙ୍କ ମାତୁଳ ହେବାର ସୌଭାଗ୍ୟ ପ୍ରାପ୍ତ କରିଥିଲେ ।

ସ୍ୟମନ୍ତକ ମଣି ହରଣ[ସମ୍ପାଦନା]

ମହାଭାରତ କାହାଣୀ ଅନୁସାରେ, ଜାମ୍ବବାନ ଏକ ସିଂହକୁ ହତ୍ୟା କରିଥିଲେ, ଯେଉଁ ସିଂହ କି ରାଜା ପ୍ରସେନଙ୍କୁ ହତ୍ୟା କରିବା ପରେ ତାଙ୍କଠାରୁ ସ୍ୟମନ୍ତକ ମଣି ଲାଭ କରିଥିଲେ । ସ୍ୟମନ୍ତକ ମଣି ନିମିତ୍ତ କୃଷ୍ଣ ପ୍ରସେନ଼ଙ୍କୁ ହତ୍ୟା କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଥିଲା । ତେଣୁ କୃଷ୍ଣ, ପ୍ରସେନଙ୍କ ପଦାଙ୍କ ଅନୁସରଣ କରି ଜାଣି ପାରିଲେ ୟେ ପ୍ରସେନଙ୍କୁ ଏକ ସିଂହ ହତ୍ୟା କରିଛି ଏବଂ ସେହି ସିଂହକୁ ଏକ ଭାଲୁ ବଧ କରିଛି । ପରିଶେଷରେ କୃଷ୍ଣ, ଜାମ୍ବବାନଙ୍କ ଖବର ନେଇ ତାଙ୍କୁ ଗୁମ୍ଫାରେ ପାଇଲେ ଏବଂ ଉଭୟଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା । କୃଷ୍ଣ ଏବଂ ଜାମ୍ବବାନଙ୍କ ମଧ୍ୟରେ ୨୭/୨୮ ଦିନପାଇଁ ଯୁଦ୍ଧ ଚାଲିଲା । ଏହାପରେ ଜାମ୍ବବାନ କ୍ଳାନ୍ତ ହେବାକୁ ଲାଗିଲେ । ତା’ପରେ କୃଷ୍ଣଙ୍କୁ ଭଗବାନଙ୍କ ଅବତାର ବୋଲି ହୃଦୟଙ୍ଗମ କରି ଜାମ୍ବବାନ ସ୍ୟମନ୍ତକ ମଣି ସହ ନିଜ କନ୍ୟା ଜାମ୍ବବତୀଙ୍କୁ ମଧ୍ୟ କୃଷ୍ଣଙ୍କ ହସ୍ତରେ ଅର୍ପନ କରିଥିଲେ ।[୨]

ଆଧାର[ସମ୍ପାଦନା]

  1. Patricia Turner, Charles Russell Coulter. Dictionary of ancient deities. 2001, page 248
  2. Mani, Vettam (2015-01-01). Puranic Encyclopedia: A Comprehensive Work with Special Reference to the Epic and Puranic Literature (in ଇଂରାଜୀ). Motilal Banarsidass. ISBN 978-81-208-0597-2.