Jump to content

ଜଗଜୀତ ସିଂହ

ଉଇକିପିଡ଼ିଆ‌ରୁ
(Jagjit Singhରୁ ଲେଉଟି ଆସିଛି)
ଜଗଜୀତ ସିଂହ
ଭୁବନେଶ୍ୱର ଜୟଦେବ ଭବନରେ ଜଗଜୀତ ସିଂହ ଗଜଲ ପରିବେଷଣ କରୁଛନ୍ତି ,୭ ସେପ୍ଟେମ୍ବର,୨୦୧୧
Background information
ଜନ୍ମ ସମୟରେ ନାମଜଗମୋହନ ସିଂହ
ଜନ୍ମ(1941-02-08)୮ ଫେବୃଆରୀ ୧୯୪୧
ଶ୍ରୀ ଗଙ୍ଗନଗର, ବିକାନୀର ପ୍ରଦେଶ, ଭାରତ
ମୃତ୍ୟୁ୧୦ ଅକ୍ଟୋବର ୨୦୧୧(2011-10-10) (ବୟସ ୭୦)
ମୁମ୍ବାଇ, ଭାରତ
ଶୈଳୀଗଜଲ, ଭକ୍ତି ସଙ୍ଗୀତ, ଶାସ୍ତ୍ରୀୟ ସଙ୍ଗୀତ
ପେଷାଗାୟକ, ନିର୍ଦ୍ଦେଶକ
ବାଦ୍ୟଯନ୍ତ୍ରହାରମୋନିୟମ, ପିଆନୋ
କାର୍ଯ୍ୟକାଳ୧୯୬୫-୨୦୧୧

ଜଗଜୀତ ସିଂହ (୮ ଫେବୃଆରୀ, ୧୯୪୧– ୧୦ ଅକ୍ଟୋବର , ୨୦୧୧) ଜଣେ ବିଶିଷ୍ଟ ଭାରତୀୟ ଗଜଲ ଗାୟକ , ସୁରସ୍ରଷ୍ଟା, ସଙ୍ଗୀତ ପରିଚାଳକ ଓ ସମାଜସେବୀ ଥିଲେ। ସେ ଗଜଲ ସମ୍ରାଟ ନାମରେ ପରିଚିତ। ତାଙ୍କର ପତ୍ନୀ ଚିତ୍ରା ସିଂ ହ , ଜଣେ ବିଶିଷ୍ଟ ଗଜଲ ଗାୟିକା।

୧୯୪୧ ମସିହା ଫେବୃୟାରୀ ୮ ତାରିଖରେ ରାଜସ୍ଥାନର ଶ୍ରୀଗଙ୍ଗନଗରରେ ଜଗଜିତଙ୍କ ଜନ୍ମ। ପିଲାଦିନୁ ସଙ୍ଗୀତ ପ୍ରତି ସେ ଆଗ୍ରହୀ ଥିଲେ । ପିତା ଅମର ସିଂ ଧୀମନ ଜଣେ ସାଧାରଣ ସରକାରୀ କର୍ମଚାରୀ ହୋଇଥିଲେ ମଧ୍ୟ ପୁଅର ଆଗ୍ରହକୁ ଦେଖି ପଣ୍ଡିତ ଛଗନଲାଲ ଶର୍ମା ଏବଂ ଉସ୍ତାଦ ଜମାଲ ଖାନଙ୍କ ନିକଟରେ ସଙ୍ଗୀତ ଶିକ୍ଷା ପାଇଁ ଛାଡ଼ିଥିଲେ।[]

ପ୍ରାରମ୍ଭିକ ସମୟରେ ସମୟରେ ତାଙ୍କୁ ଅନେକ ପ୍ରତିବନ୍ଧକର ସାମ୍ନା କରିବାକୁ ପଡ଼ିଥିଲା । ଏହି ସମୟରେ ବିଖ୍ୟାତ ଗାୟିକା ଚିତ୍ରାଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା ଓ ୧୯୬୯ମସିହାରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।

୧୯୭୬ ମସିହାରେ ତାଙ୍କର ଲୋକପ୍ରିୟ ଆଲବମ୍ ‘ଦ ଅନଫର୍ଗଟେବଲ'ମୁକ୍ତିଲାଭ କରିଥିଲା । ପରେ ପରେ ମୁକ୍ତିଲାଭ କରିଥିବା ତାଙ୍କର ଅନ୍ୟ କେତେକ ଗଜଲ ଯେମିତିକି ‘ହୋଠୋଁ ସେ ଛୁଁ ଲୋ ତୁମ..., ଚିଠି ନା କୋଇ ସନ୍ଦେଶ..., ଝୁକି ଝୁକିସି ନଜର..,ୱୋ ତୁଟେ ଫୁଲ..ଆଦି ଶ୍ରୋତାମାନଙ୍କ ନିକଟରେ ଆଦୃତ ହୋଇଥିଲା । ନିଜର ଅଧିକାଂଶ ଗଜଲ ଜଗଜିତ ନିଜେ କମ୍ପୋଜ କରୁଥିଲେ। ସେଥିପାଇଁ ଗଜଲରେ ଗାୟନ ସହ ବାଦ୍ୟଯନ୍ତ୍ରର ସୁଲଳିତ ସଙ୍ଗତ ଦେଖିବାକୁ ମିଳିଥିଲା।

୨୦୦୩ ମସିହାରେ ସଙ୍ଗୀତରେ ତାଙ୍କର ଅବଦାନ ପାଇଁ ଭାରତର ତୃତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମ ଭୂଷଣ ପ୍ରଦାନ କରାଯାଇଥିଲା ୨୦୧୧ ଅକ୍ଟୋବର ୧୦ ତାରିଖ ଦିନ ମୁମ୍ବାଇସ୍ଥିତ ଲିଳାବତୀ ହସ୍ପିଟାଲରେ ବ୍ରେନ ହାମରେଜ କାରଣରୁ ତାଙ୍କର ମୃତ୍ୟୁ ଘଟିଥିଲା।

  1. "ଜଗଜିତ୍ ସିଂ: ଅପ୍ରତିଦ୍ୱନ୍ଦଜ୍ୱୀ ଗଜଲ ସମ୍ରାଟ..." ଦ ସନଡେ ଇଣ୍ଡିୟାନ. Retrieved 30 November 2013.[permanent dead link]