ଜଗଦ୍ଧାତ୍ରୀ

ଉଇକିପିଡ଼ିଆ‌ରୁ
(Jagaddhatriରୁ ଲେଉଟି ଆସିଛି)
ଜଗତ୍‌ଧାତ୍ରୀ/ ଜଗଦ୍ଧାତ୍ରୀ
Affiliationଦୁର୍ଗା, ଶକ୍ତି (Shakti), ଆଦି ପରାଶକ୍ତି, ପାର୍ବତୀ
Weaponଚକ୍ର, ଧନୁ, ତୀର
ସ୍ୱାମୀ/ସ୍ତ୍ରୀଶିବ
Mountସିଂହ

ଜଗଦ୍ଧାତ୍ରୀ (ଇଂରାଜୀ ଭାଷାରେ Jagatdhatri or Jagadhatri) (ବଙ୍ଗଳା ଭାଷାରେ: জগদ্ধাত্রী, ଦେବନାଗରୀରେ (Devanagri): जगद्धात्री, ଓଡ଼ିଆରେ: ଜଗଦ୍ଧାତ୍ରୀ, 'Bearer of the World') ଦେବୀ ଦୁର୍ଗାଙ୍କର ଏକ ରୂପ ଯାହାଙ୍କୁ ଭାରତର ପଶ୍ଚିମ ବଙ୍ଗ ଓ ଓଡ଼ିଶାରେ ପୂଜା କରାଯାଏ । ତନ୍ତ୍ରରୁ ତାଙ୍କର ସଂସ୍କୃତି ଆରମ୍ଭ ହୋଇଛି ଯେଉଁଠାରେ ତାଙ୍କୁ ଦୁର୍ଗାକାଳୀଙ୍କର ସତ୍ୱ (sattva), ତମ ( Tamas) ଓ ରଜର (Rajas) ପ୍ରତୀକ ଭାବରେ ଗ୍ରହଣ କରାଯାଇଛି ।

କାହାଣୀ[ସମ୍ପାଦନା]

ଇନ୍ଦ୍ର, ବରୁଣ, ବାୟୁ ଓ ଅନ୍ୟାନ୍ୟ ଦେବତାମାନଙ୍କର ସୃଷ୍ଟି ପରେ ସେମାନେ ନିଜକୁ ସର୍ବଶକ୍ତିମାନ ମନେକଲେ । ସେମାନେ ଭାବିଲେ, ନିଜର ଶକ୍ତି ବଳରେ ସେମାନେ ସବୁକିଛି କରିପାରିବେ । ତେଣୁ ଆଦିଶକ୍ତି (Adi shakti) ତାଙ୍କୁ ପରୀକ୍ଷା କଲେ । ମାୟା ରୂପରେ ଆସି ସେମାନଙ୍କ ସମ୍ମୁଖରେ ଗୋଟିଏ ଘାସ ଥୋଇ କ‌ହିଲେ, "ଦୟାକରି ଏହି ଘାସ ଆପଣମାନେ ନିଅନ୍ତୁ ।" ହସିବା ପରେ ଇନ୍ଦ୍ର ବାୟୁଙ୍କୁ ଘାସ ନେବାକୁ କ‌ହିଲେ । ବାୟୁ ଚେଷ୍ଟା କରି ଅକୃତକାର୍ଯ୍ୟ ହେଲେ । ସବୁ ଦେବତା ଚେଷ୍ଟ କରି ମଧ୍ୟ କିଛି କରିପାରିଲେନି । ଏହା ପରେ ଆଦି ଶକ୍ତି ତାଙ୍କ ସମ୍ମୁଖକୁ ଆସି କ‌ହିଲେ ଯେ ସେ ବ୍ରହ୍ମାଣ୍ଡର ସକଳ ଶକ୍ତିର ଆଧାର । ଦେବତାମାନେ ନିଜର ଭୁଲ ବୁଝିପାରିଲେ । ଦେବତାଙ୍କ ସମ୍ମୁଖକୁ ସେ ଜଗଦ୍ଧାତ୍ରୀ ରୂପରେ ସିଂହ ଉପରେ ବସି ଆସିଥିଲେ । ଦେବତାଙ୍କର ଗର୍ବ ଏକ ସିଂହ ଆକାରରେ ତାଙ୍କ ତଳେ ଥିବା ଦେଖାଯାଏ ।

ଜଗଦ୍ଧାତ୍ରୀ‌ ପୂଜା[ସମ୍ପାଦନା]

ଚନ୍ଦନ‌ନ‌ଗରର ନବମୀ ପୂଜାରେ ଜଗଦ୍ଧାତ୍ରୀ‌

ବେଙ୍ଗଲୀ ଓ ଫରାସୀମାନଙ୍କର ମିଳିତ ପ୍ରଚେଷ୍ଟା ଯୋଗୁ ଚନ୍ଦନ‌ନ‌ଗରର ପୂଜା ଅତି ସୁନ୍ଦର ହୁଏ । ଦେବୀଙ୍କର ଅତି ସୁନ୍ଦର ଆଲୋକ ସଜ୍ଜାର ଏହି ଶୋଭାଯାତ୍ରା ରିଓ ଡି ଜାନିରୋ ପରେ ପୃଥିବୀର ଦ୍ୱିତୀୟ ବୃହତ୍ତମ ଶୋଭାଯାତ୍ରା ।[୧]

ଜଗଦ୍ଧାତ୍ରୀ ପୂଜା ପ୍ରଥମେ ବେଙ୍ଗଲରେ ଥିବା ନ‌ଦିଆର କ୍ରିଶନ‌ଙ୍ଗରରେ ମହାରାଜା କୃଷ୍ଣଚନ୍ଦ୍ର ଆରମ୍ଭ କରିଥିଲେ । କ୍ରିଶନ‌ନ‌ଗର, ଚନ୍ଦନନ‌ଗର, ହୁଗଳିର ଭଦ୍ରେଶ୍ୱର, ବୋଇଞ୍ଚି ଓ ଅଶୋକନ‌ଗର-କଲ୍ୟାନ‌ଗଡ଼ ପ୍ରଭୃତି ସ୍ଥାନମାନଙ୍କରେ ଏହି ପୂଜା ଅତ୍ୟନ୍ତ ଜନପ୍ରିୟ । କିମ୍ବଦନ୍ତୀ ଅନୁସାରେ ନବାବ ରାଜତ୍ୱ ସମୟରେ ଥରେ ସଠିକ ସମୟରେ ଟିକସ ନ ଦେବାରୁ ନବାବ ସିରାଜ‌-ଉଦ-ଦୁଲ୍ଲା ଆସି ମହାରାଜା କୃଷ୍ଣଚନ୍ଦ୍ରଙ୍କୁ ଗିରଫ କଲେ । ତାଙ୍କ ଯୋଗୁ ସମୁଦାୟ ଦୁର୍ଗା ପୂଜା ନଷ୍ଟ ହୋଇଗଲା । ତେଣୁ ସେ ବିଜୟାଦଶମୀ ଦିନ ଖଲାସ ହେବା ପରେ ଏହି ଜଗଦ୍ଧାତ୍ରୀ ପୂଜାର ଶୁଭାରମ୍ଭ କଲେ । ପ୍ରଥମେ ରାଜମାତା ରାଜ ରାଜେଶ୍ୱରୀ ଏହି ପୂଜା ବେଙ୍ଗଲୀ ଭାଷାରେ ଆରମ୍ଭ କରିଥିଲେ ।

କ୍ରିଷନନ‌ଗର ରାଜପ୍ରସାଦରେ ଜଗଦ୍ଧାତ୍ରୀ‌ ପୂଜା
ବାରିପଦାର ଭଞ୍ଜପୁର ଜଗଦ୍ଧାତ୍ରୀ ମେଳାରେ ମା ଜଗଦ୍ଧାତ୍ରୀ ପ୍ରତିମୂର୍ତ୍ତି (୨୦୧୨2012)
ଜଗଦ୍ଧାତ୍ରୀ ପୂଜା ତୋରଣ, ମହୀଶୂର

ଓଡ଼ିଶାର ବରିପଦାଠାରେ ରଥ‌ଯାତ୍ରା ପରେ ଜଗଦ୍ଧାତ୍ରୀ ମେଳା ସବୁଠାରୁ ବଡ଼ ମେଳା । ସାରା ପୃଥିବୀର ମାତା ଜଗଦ୍ଧାତ୍ରୀଙ୍କର ଏହି ମେଳା ୮ରୁ ୧୫ ଦିନ ଧରି ହୁଏ ଯାହାକୁ ମିନି ବାଲିଯାତ୍ରା ମଧ୍ୟ କୁହାଯାଏ । ଅକ୍ଟୋବର-ନଭେମ୍ବର ମାସରେ ଭଞ୍ଜପୂରଠାରେ ଏହି ମେଳା ଅନୁଷ୍ଠିତ ହୁଏ । ଗୋଷ୍ଠାଷ୍ଟମୀ ଦିନ ପୂଜା ହୁଏ । ଏହାକୁ ଆଉ ଏକ ଦୁର୍ଗା ପୂଜା ମନେକାରାଯାଏ, ଅଷ୍ଟମୀ ତିଥିରେ ଆରମ୍ଭ ହୋଇ ଦଶମୀ ତିଥିରେ ସରିଯାଏ ।

ସନ ୨୦୧୨ରେ ଏହି ସାର୍ବଜନୀନ ମାଆ ଜଗଦ୍ଧାତ୍ରୀ ପୂଜା [୨] ନଭେମ୍ବର ୨୧ ତାରିଖରେ ଆରମ୍ଭ ହୋଇଥିଲା କିନ୍ତୁ ମେଳା ୨୬ ନଭେମ୍ବରରୁ ଆରମ୍ଭ ହୋଇ ଡିସେମ୍ବର ୭ ତାରିଖ ପର୍ଯ୍ୟନ୍ତ ଚାଲିଥିଲା ।

ଆଧାର[ସମ୍ପାଦନା]

  1. "French connection: Jagatdhatri's homecoming to Chandernagore - Times of India". The Times of India. Retrieved 23 November 2016.
  2. "Jagadhatri Puja and Mela, Bhanjpur on e-News Sites". Archived from the original on 2019-10-30. Retrieved 2020-03-01.