ବିଶ୍ୱ ଚେସ ଦିବସ
ଦେଖଣା
(International Chess Dayରୁ ଲେଉଟି ଆସିଛି)
| ବିଶ୍ୱ ଚେସ ଦିବସ | |
|---|---|
| ପାଳନକାରୀ | ବିଭିନ୍ନ ଦେଶ |
| ତାରିଖ | ୨୦ ଜୁଲାଇ |
| ପୁନଃପୌନିକତା | ବାର୍ଷିକ |
| ପ୍ରଥମ ପାଳନ | ୧୯୬୬ |
| ସମ୍ପର୍କିତ | ଫିଡ଼େ, ଚେସ |
ବିଶ୍ୱ ଚେସ ଦିବସ, ପ୍ରତିବର୍ଷ ଜୁଲାଇ ୨୦ ତାରିଖରେ ପାଳନ କରାଯାଏ । ଆନ୍ତର୍ଜାତିକ ଚେସ ଫେଡ଼ରେସନ (ଫିଡ଼େ) ୧୯୨୪ ମସିହା ଜୁଲାଇ ୨୦ ପ୍ରତିଷ୍ଠା କରାଯାଇଥିଲା । ୧୯୬୬ ମସିହାରୁ ଫିଡ଼େଦ୍ୱାରା ଏହି ଦିବସ ପାଳିତ ହେଉଛି ।[୧] ଏହିଦିନ ଫିଡ଼େ ଅଧିନରେ ଥିବା ୧୮୧ଟି ଦେଶର ଚେସ ଫେଡରେସନଦ୍ୱାରା ବିଭିନ୍ନ ପ୍ରତିଯୋଗିତା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯାଏ ।[୨]
ୟୁନେସ୍କୋଦ୍ୱାରା ବିଶ୍ୱ ଚେସ ଦିବସ ପାଳନର ପ୍ରସ୍ତାବ ଦିଆଯାଇଥିଲା ଓ ୨୦୧୯ ମସିହା ଡିସେମ୍ବର ୧୨ ତାରିଖରୁ ମିଳିତ ଜାତିସଂଘଦ୍ୱାରା ଏହି ଦିବସକୁ ମାନ୍ୟତା ଦିଆଯାଇଛି ।[୩]
ଆଧାର
[ସମ୍ପାଦନା]- ↑ "History of International Chess Day". Chess-teacher.com. 2012-07-21. Retrieved 2015-07-07.
- ↑ "FIDE Membership". FIDE.com. Archived from the original on 2023-06-09. Retrieved 2015-07-01.
- ↑ UN adopts July 20 as World Chess Day, FIDE, 13 December 2019, retrieved 2 May 2020