ମାନବାଧିକାର ଦିବସ

ଉଇକିପିଡ଼ିଆ‌ରୁ
(Human Rights Dayରୁ ଲେଉଟି ଆସିଛି)

ପ୍ରତିବର୍ଷ ଡିସେମ୍ବର ୧୦ ତାରିଖରେ ମାନବାଧିକାର ଦିବସ ସମଗ୍ର ବିଶ୍ୱରେ ପାଳନ କରାଯାଏ ।[୧]

ଇତିହାସ[ସମ୍ପାଦନା]

ମିଳିତ ଜାତିସଂଘର ସାଧାରଣ ସଭାର ୧୦ ଡିସେମ୍ବର ୧୯୪୮ ଅଧିବେଶନରେ ମାନବିକ ଅଧିକାରର ସର୍ବଭାରତୀୟ ଘୋଷଣାନାମା କରାଯାଇଥିଲା । ମିଳିତ ଜାତିସଂଘର ଏହି ପ୍ରଥମ ପ୍ରମୁଖ ସଫଳତା ତଥା ଘୋଷଣାକୁ ସମ୍ମାନିତ କରିବାକୁ ଏହି ତାରିଖ ଚୟନ କରାଯାଇଥିଲା । ମାନବାଧିକାର ଦିବସର ଆନୁଷ୍ଠାନିକ ଘୋଷଣା ୪ ଡିସେମ୍ବର ୧୯୫୦ରେ ସାଧାରଣ ସଭାର ୩୧୭ତମ ସାଧାରଣ ଅଧିବେଶନରେ ଗୃହୀତ ହୋଇଥିଲା । ଯେତେବେଳେ ସାଧାରଣ ସଭାରେ ଏହି ସଂକଳ୍ପ ଘୋଷଣା କରାଯାଇଥିଲା, ସମସ୍ତ ସଦସ୍ୟ ରାଷ୍ଟ୍ର ତଥା ଅନ୍ୟ ଯେ କୌଣସି ଆଗ୍ରହୀ ସଂଗଠନକୁ ଏହି ଦିନ ପାଳନ କରିବାକୁ ଆମନ୍ତ୍ରଣ କରାଯାଇଥିଲା ।[୨]

ପାଳନ[ସମ୍ପାଦନା]

ଏହି ଦିନଟିରେ ସାଧାରଣତଃ ଉଚ୍ଚସ୍ତରୀୟ ରାଜନୈତିକ ସମ୍ମିଳନୀ ତଥା ମାନବିକ ଅଧିକାର ସମ୍ବନ୍ଧୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ପ୍ରଦର୍ଶନୀ କରାଯାଇଥାଏ । ଏଥିସହ ପାରମ୍ପାରିକ ଭାବରେ ୧୦ ଡିସେମ୍ବରରେ ମିଳିତ ଜାତିସଂଘର ମାନବିକ ଅଧିକାର ପୁରସ୍କାର ଏବଂ ନୋବେଲ ଶାନ୍ତି ପୁରସ୍କାର ମଧ୍ୟ ପ୍ରଦାନ କରାଯାଏ । ମାନବିକ ଅଧିକାର କ୍ଷେତ୍ରରେ ସକ୍ରିୟ ଥିବା ଅନେକ ସରକାରୀ ଏବଂ ବେସରକାରୀ ସଂଗଠନ ତଥା ଅନେକ ନାଗରିକ ମଧ୍ୟ ଏହି ଦିନକୁ ପାଳନ କରିବା ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରନ୍ତି ।[୩]

ଆଧାର[ସମ୍ପାଦନା]

  1. "Human Rights Day | Definition, History, Celebrations, Date, & Facts | Britannica". www.britannica.com (in ଇଂରାଜୀ). Retrieved 21 February 2022.
  2. "Human Rights Day". UNESCO (in ଇଂରାଜୀ). 13 November 2018. Retrieved 21 February 2022.
  3. "vikaspedia Domains". vikaspedia.in. Retrieved 21 February 2022.