ଜେନିଟାଲ ୱାର୍ଟସ
ଜେନିଟାଲ ୱାର୍ଟସ (Genital warts) | |
---|---|
କଣ୍ଡାଇଲୋମାଟା ଆକୁମିନାଟା (Condylomata acuminata), ଭେନେରିଆଲ ୱାର୍ଟସ, (venereal warts), ଆନାଲ ୱାର୍ଟସ (anal warts), ଅନୋଜେନିଟାଲ ୱାର୍ଟସ (anogenital warts) | |
ବିଭାଗ | ସଂକ୍ରାମକ ରୋଗ (Infectious disease) |
ଲକ୍ଷଣ | ପିଙ୍କ ରଙ୍ଗର ଚର୍ମ ଦାଗ ଯାହା ସାମାନ୍ୟ ଉପରକୁ ଉଠିଥାଏ [୧] |
ଆକ୍ରାନ୍ତ ସମୟ | ସଂସ୍ପର୍ଶରେ ଆସିବାର ୧-୮ ମାସ ପରେ ଏ ରୋଗ ହୁଏ । [୨] |
କାରଣ | ଏଚପିଭି ଟାଇପ ୬ ଓ ୧୧ [୩] |
ରୋଗ ନିର୍ଣ୍ଣୟ ପଦ୍ଧତି | ଲକ୍ଷଣ ଦେଖି ଓ ତନ୍ତୁ ବାୟୋପ୍ସି (biopsy) କରି ନିର୍ଣ୍ଣୟ କରାଯାଏ । [୩] |
ସଠିକ ରୋଗ ନିର୍ଣ୍ଣୟ | ମୋଲୁସ୍କମ କୋଣ୍ଟାଜିଓସମ, ଚର୍ମ ଟ୍ୟାଗ (skin tags), କଣ୍ଡାଇଲୋମା ଲାଟମ (condyloma latum), ସ୍କ୍ୱାମସ ସେଲ କର୍କଟ (squamous cell carcinoma)[୧] |
ପ୍ରତିକାର | ଏହପିଭି ଟିକା (HPV vaccine), କଣ୍ଡୋମ (en:condoms)[୨][୪] |
ଔଷଧ | ପୋଡୋଫାଇଲିନ (Podophyllin), ଇମିକୁଇମୋଡ (imiquimod), ଟ୍ରାଇକ୍ଲୋରୋଆସେଟିକ ଏସିଡ (trichloroacetic acid)[୩] |
ଚିକିତ୍ସା | ଔଷଧ, କ୍ରାୟୋଥେରାପି (cryotherapy), ଅପରେଶନ[୩] |
ପୁନଃପୌନିକ | ~୧% (US)[୨] |
ଜେନିଟାଲ ୱାର୍ଟସ (ଇଂରାଜୀ ଭାଷାରେ Genital warts) କେତେକ ଯୌନ ସଞ୍ଚାରିତ ରୋଗମାନଙ୍କର ନାମ (sexually transmitted infection) ଯାହା ମାନବ ପାପିଲୋମା ଭୁତାଣୁ (human papillomavirus) ବା HPV ଯୋଗୁ ବିସ୍ତାରଲାଭ କରେ ।[୪] ସାଧାରଣତଃ ଏହି ଦାଗ ପିଙ୍କ ରଙ୍ଗର ହୋଇଥାଏ ଚର୍ମ ସ୍ତରରୁ ଉପରକୁ ଉଠିଥାଏ ।[୧] ବିଶେଷ କିଛି ଲକ୍ଷଣ ନଥିଲେ ମଧ୍ୟ ବେଳେ ବେଳେ ଯନ୍ତ୍ରଣା ହୁଏ ।[୩] ସଂକ୍ରମଣର ୧-୮ ମାସ ପରେ ଏହି ରୋଗ ଦେଖାଯାଏ ।[୨] ଜେନିଟାଲ ଏଚପିଭ ସଂକ୍ରମଣର (genital HPV infection) ଲକ୍ଷଣମାନଙ୍କ ମଧ୍ୟରୁ ସହଜରେ ୱାର୍ଟ (Wart) ଚିହ୍ନାପଡ଼ିଯାଏ । [୨]
ଏଚପିଭି ଟାଇପ ୬ ଓ ୧୧ ଯୋଗୁ ସାଧାରଣତଃ ଜେନିଟାଲ ୱାର୍ଟ ହୁଏ ।[୩] ସଂକ୍ରମିତ ଯୌନ ସାଥୀଠାରୁ ମୁଖ ମୈଥୁନ, ଯୌନ ସଙ୍ଗମ ବା ଅନ୍ୟାନ୍ୟ ସଙ୍ଗମ ସମୟରେ ଏହି ରୋଗ ସଞ୍ଚାରିତ ହୁଏ ।[୨] ଲକ୍ଷଣ ଦେଖି ଓ ତନ୍ତୁ ବାୟୋପ୍ସି (biopsy) କରି ରୋଗ ନିର୍ଣ୍ଣୟ କରାଯାଏ ।[୩] ୱାର୍ଟ ସୃଷ୍ଟି କରୁଥିବା ଏଚପିଭି ଓ କର୍କଟର କାରଣ ଥିବା ଏଚପିଭି ଦୁହେଁ ପୃଥିକ ଅଟନ୍ତି ।[୫]
ଏହପିଭି ଟିକା (HPV vaccine) ଓ କଣ୍ଡୋମ (en:condoms) ସାହାଯ୍ୟରେ ଏହି ରୋଗ ପ୍ରତିରୋଧ କରିହୁଏ ।[୨][୪] ପୋଡୋଫାଇଲିନ (podophyllin), ଇମିକୁଇମୋଡ (imiquimod), ଓ ଟ୍ରାଇକ୍ଲୋରୋଆସେଟିକ ଏସିଡ (trichloroacetic acid) ଔଷଧମାନଙ୍କ କ୍ରିମ ଦେଇ ଚିକିତ୍ସା କରାଯାଏ ।[୩] ଏହାର ଚିକିତ୍ସାରେ ଔଷଧ, କ୍ରାୟୋଥେରାପି (cryotherapy) ଓ ଅପରେଶନର ସାହାଯ୍ୟ ନିଆଯାଏ ।[୩] ଉପଯୁକ୍ତ ଚିକିତ୍ସା କଲେ ୬ ମାସ ମଧ୍ୟରେ ଏହା ଭଲ ହୋଇଯାଏ ।[୨] ଚିକିତ୍ସା ନପାଇଲେ ମଧ୍ୟ ଏକ ତୃତୀୟାଂଶ ରୋଗ ସ୍ୱୟଂ ଉପଶମ ହୋଇଯାଏ ।[୨]
ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରାୟ ୧% ଲୋକଙ୍କର ଜେନିଟାଲ ୱାର୍ଟ ହୁଏ ।[୨] ଅନେକ ବ୍ୟକ୍ତିଙ୍କର ରୋଗ ଥିଲେ ମଧ୍ୟ ଲକ୍ଷଣ ନଥାଏ ।[୨] ସମସ୍ତ ଯୌନ ସକ୍ରିୟ ଲୋକଙ୍କର ଜୀବନରେ ଏହି ରୋଗ ହୁଏ ।[୫][୬] ଖ୍ରୀ:ପୂ: ୩୦୦ର ହିପୋକ୍ରେଟସ (Hippocrates) ଅମଳରୁ ଏହି ରୋଗ ଥିବା ଜଣାଯାଏ । [୭]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ Ferri, Fred F. (2017). Ferri's Clinical Advisor 2018 E-Book: 5 Books in 1 (in ଇଂରାଜୀ). Elsevier Health Sciences. p. 1376. ISBN 9780323529570.
- ↑ ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ Juckett, G; Hartman-Adams, H (Nov 15, 2010). "Human papillomavirus: clinical manifestations and prevention". American Family Physician. 82 (10): 1209–13. PMID 21121531.
- ↑ ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ ୩.୮ "CDC - Genital Warts - 2010 STD Treatment Guidelines". www.cdc.gov (in ଆମେରିକୀୟ ଇଂରାଜୀ). 28 January 2011. Retrieved 2 January 2018.
- ↑ ୪.୦ ୪.୧ ୪.୨ "Genital warts". NHS. 21 August 2017. Retrieved 2 January 2018.
- ↑ ୫.୦ ୫.୧ US National Cancer Institute. "HPV and Cancer". Retrieved 2 January 2018.
- ↑ US Centers for Disease Control. "Genital HPV Infection - Fact Sheet". Retrieved 16 November 2017.
- ↑ Syrjänen, Kari J.; Syrjänen, Stina M. (2000). Papillomavirus infections in human pathology. Chichester [u.a.]: Wiley. p. 1. ISBN 9780471971689.
External links
[ସମ୍ପାଦନା]ଶ୍ରେଣୀବିଭାଗ | |
---|---|
ବାହାର ଉତ୍ସ |
- Human Papilloma Virus at Curlie