ଫ୍ୟାକ୍ଟର ୮ (ଔଷଧ)

ଉଇକିପିଡ଼ିଆ‌ରୁ
(Factor VIIIରୁ ଲେଉଟି ଆସିଛି)
ଫ୍ୟାକ୍ଟର ୮
A depiction of factor VIII
Clinical data
Trade namesAafact, octocog alfa, others[୧]
Routes of
administration
intravenous
ATC code
Identifiers
ChemSpider
  • none

ଫ୍ୟାକ୍ଟର ୮ (ଔଷଧ) (ଇଂରାଜୀ ଭାଷାରେ Factor VIII (medication)) ଏକ ଔଷଧ ଯାହା ହେମୋଫିଲିଆ କ (hemophilia A) ଓ ଫ୍ୟାକ୍ଟର ୮ର କମୁଥିବା କାରଣମାନଙ୍କ‌ଯୋଗୁ ହେଉଥିବା ରକ୍ତସ୍ରାବର (bleeding) ପ୍ରତିଷେଧ ଓ ଚିକିତ୍ସା ନିମନ୍ତେ ବ୍ୟବ‌ହାର କରାଯାଏ । [୨][୩] କେତେକ ଔଷଧ ଭନ ୱିଲେବ୍ରାଣ୍ଡସ୍ ଡିଜିଜରେ (von Willebrand's disease) ମଧ୍ୟ ବ୍ୟବ‌ହାର କରାଯାଏ । [୩] ଏହା ଶିରାଭ୍ୟନ୍ତର ଇନଫ୍ୟୁଜନ (slow injection into a vein) ଆକାରରେ ଦିଆଯାଏ ।[୨]

ଏହାର ପାର୍ଶ୍ୱ ପ୍ରତିକ୍ରିୟାରେ ଚମ ଲାଲ ଦେଖାଯାଇପାରେ, ଅଣନିଶ୍ୱାସୀ, ଜ୍ୱରହେମୋଲାଇସିସ ହୋଇପାରେ ।[୨][୩] ଆଲର୍ଜି ପ୍ରତିକ୍ରିୟାଆନାଫାଇଲାକ୍‌ସିସ ମଧ୍ୟ ହୋଇପାରେ ।[୩] ଗର୍ଭାବସ୍ଥାରେ ଶିଶୁ ଉପରେ ପ୍ରଭାବ ବିଷୟ ସ୍ପଷ୍ଟ ହୋଇନାହିଁ ।[୪] ରକ୍ତ ପ୍ଲାଜ୍ମାରୁ (blood plasma) ପରିଷ୍କୃତ ଗାଢ଼ ଫ୍ୟାକ୍ଟର ୮ ପ୍ରସ୍ତୁତ କରାଯାଏ ।[୩] ଏହାର ଏକ ରିକମ୍ବିନାଣ୍ଟ (recombinant) ଭର୍ସନ ମଧ୍ୟ ଉପଲବ୍ଧ ହେଉଛି ।[୨] ଫ୍ୟାକ୍ଟର ୮ ପ୍ରତି ଆଣ୍ଟବଡି (antibodies) ପ୍ରସ୍ତୁତ ହେବାଯୋଗୁ ଏହାର ପ୍ରଭାବ କମିଯାଏ । [୪]

ଫ୍ୟାକ୍ଟର ୮ ପ୍ରଥମେ ସନ ୧୯୪୦ରେ ଚିହ୍ନଟ କରାଯାଇଥିଲା ଓ ଔଷଧ ଭାବରେ ସନ ୧୯୬୦ରେ ମିଳିଥିଲା । [୫][୬] ରିକମ୍ବିନାଣ୍ଟ ଫ୍ୟାକ୍ଟର ପ୍ରଥମେ ସନ ୧୯୮୪ରେ ତିଆରି ହୋଇଥିଲା ଓ ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୧୯୯୨ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସ୍ୱୀକୃତ ହୋଇଥିଲା । [୭][୮] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୯] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ୫୦୦ଆଇୟୁ ଭାଏଲର ହୋଲସେଲ ମୂଲ୍ୟ ୧୧୯.୬୧ରୁ ୪୯୭.୫୦ ଆମେରିକୀୟ ଡଲାର ।[୧୦]

ଆଧାର[ସମ୍ପାଦନା]

  1. "Coagulation Factor VIII, Human - Drugs.com". www.drugs.com. Retrieved 8 January 2017.
  2. ୨.୦ ୨.୧ ୨.୨ ୨.୩ WHO Model Formulary 2008 (PDF). World Health Organization. 2009. pp. 259–260. ISBN 9789241547659. Retrieved 8 January 2017.
  3. ୩.୦ ୩.୧ ୩.୨ ୩.୩ ୩.୪ British national formulary : BNF 69 (69 ed.). British Medical Association. 2015. p. 171. ISBN 9780857111562.
  4. ୪.୦ ୪.୧ "Alphanate - Summary of Product Characteristics (SPC) - (eMC)". www.medicines.org.uk. Archived from the original on 9 January 2017. Retrieved 8 January 2017.
  5. Potts, D. M. Queen Victoria's Gene: Haemophilia and the Royal Family (in ଇଂରାଜୀ). The History Press. p. Chapter five. ISBN 9780752471969.
  6. Sibinga, Cees Smit; Das, P. C.; Overby, L. R. (2012). Biotechnology in blood transfusion: Proceedings of the Twelfth Annual Symposium on Blood Transfusion, Groningen 1987, organized by the Red Cross Blood Bank Groningen-Drenthe (in ଇଂରାଜୀ). Springer Science & Business Media. p. 224. ISBN 9781461317616.
  7. Buckel, P. (2012). Recombinant Protein Drugs (in ଇଂରାଜୀ). Birkhäuser. p. 79. ISBN 9783034883467.
  8. Hillyer, Christopher D. Blood Banking and Transfusion Medicine: Basic Principles & Practice (in ଇଂରାଜୀ). Elsevier Health Sciences. p. 353. ISBN 0443069816.
  9. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  10. "Factor Viii". International Drug Price Indicator Guide. Retrieved 8 December 2016.[permanent dead link]