Jump to content

ଏକ୍ସପ୍ଲୋଡିଙ୍ଗ ହେଡ ସିଣ୍ଡ୍ରୋମ

ଉଇକିପିଡ଼ିଆ‌ରୁ
(Exploding head syndromeରୁ ଲେଉଟି ଆସିଛି)
ଏକ୍ସପ୍ଲୋଡିଙ୍ଗ ହେଡ ସିଣ୍ଡ୍ରୋମ (Exploding head syndrome)
Episodic cranial sensory shock,[] snapping of the brain,[] auditory sleep start[]
ବିଭାଗନିଦ୍ରା ଭେଷଜ ବିଜ୍ଞାନ (Sleep medicine)
ଲକ୍ଷଣଶୟନ ସମୟରେ ବଡ଼ ଶବ୍ଦ ଶୁଣିବା ଓ ଉଠିପଡ଼ିବା []
ଅବଧିସ୍ୱଳ୍ପ କାଳ[]
କାରଣଅଜ୍ଞାତ[]
ସଠିକ ରୋଗ ନିର୍ଣ୍ଣୟରାତ୍ରୀ କାଳୀନ (epilepsy
ଚିକିତ୍ସାଆଶ୍ୱାସନା, କ୍ଲୋମିପ୍ରାମିନ, କ୍ୟାଲସିଅମ ଚ୍ୟାନେଲ ବ୍ଲକର (calcium channel blockers[]
Prognosisଉତ୍ତମ[]
ପୁନଃପୌନିକ~୧୦% ଲୋକ []

ଏକ୍ସପ୍ଲୋଡିଙ୍ଗ ହେଡ ସିଣ୍ଡ୍ରୋମ (ଇଂରାଜୀ ଭାଷାରେ Exploding head syndrome/ EHS) ରୋଗରେ ମଣିଷ ନିଦ ଆସିଲା ବେଳେ (asleep) ବା ନିଦରୁ ଉଠିଲା (waking up) ବେଳେ ଅବାସ୍ତବ ବଡ଼ ଶବ୍ଦ ଅଳ୍ପ ସମୟ ପାଇଁ ଶୁଣେ ଯାହାକୁ ହାଲ୍ୟୁସିନେସନ (experiences unreal noises) କୁହାଯାଏ । [][] ଶବ୍ଦ ଭୟାନ‌କ ହୋଇପାରେ, ବେଳେ ବେଳେ ହୁଏ ଓ ସାଂଘାତିକ ନୁହେଁ [] ଧପ୍ କରି ଏକ ଆଲୋକ ମଧ୍ୟ ଦେଖାଯାଇପାରେ । [] କୌଣସି ଯନ୍ତ୍ରଣା ହୁଏନାହିଁ । []

ଏହି ରୋଗର କାରଣ ଅଦ୍ୟାବଧି ଅଜ୍ଞାତ ଅଛି ।[] ସମ୍ଭାବ୍ୟ କାରଣ ମଧ୍ୟରେ କାନ ସମସ୍ୟା, ଟେମ୍ପୋରାଲ ଲୋବ ସିଜର (temporal lobe seizure), ସ୍ନାୟୁ ଗୋଳମାଳ ବା ନିର୍ଦ୍ଦିଷ୍ଟ ଜେନେଟିକ ପରିବର୍ତ୍ତନ (genetic changes|) ହୋଇପାରେ ।[] ମାନସିକ ଚାପ (psychological stress) ମଧ୍ୟ ଏହି ସଙ୍କଟ ଆଣିପାରେ ।[] ନିଦ୍ରା ବେମାରୀ (sleep disorder) ବା ମୁଣ୍ଡ ବିନ୍ଧା ବେମାରୀରେ (headache disorder) ଏହାକୁ ବର୍ଗୀକରଣ କରାଯାଏ ।[][] ଅଧିକାଂଶ ସମୟରେ ଏହି ରୋଗ ନିର୍ଣ୍ଣୟ ହୋଇପାରେ ନାହିଁ ।[]

କୌଣସି ଚିକିତ୍ସାରେ ଭଲ ହେବାର ଉତ୍ତମ ପ୍ରମାଣ ମିଳୁନି ।[] ଆଶ୍ୱସନା ଯଥେଷ୍ଟ ହୁଏ ।[] କ୍ଲୋମିପ୍ରାମିନ, କ୍ୟାଲସିଅମ ଚ୍ୟାନେଲ ବ୍ଲକର (calcium channel blockers ଔଷଧ ଦେଇ ଚେଷ୍ଟା କରାଯାଇଛି ।[] ଏହି ରୋଗ ୧୦% ଲୋକଙ୍କୁ ହୁଏ କିନ୍ତୁ କେତେ ଥର ହୁଏ ସେ କଥା ଜଣାଯାଇନାହିଁ ।[] ମହିଳାମାନେ ଅଧିକ ଆକ୍ରାନ୍ତ ହୁଅନ୍ତି ।[] ପ୍ରଥମେ ୧୮୭୬ରେ ଏହି ରୋଗ ବିଷୟ ବର୍ଣ୍ଣନା ହୋଇଥିଲା । [] ଆଧୁନିକ ନାମ ସନ ୧୯୮୮ରେ ଦିଆଯାଇଥିଲେ । []

  1. Goadsby, Peter J.; Sharpless, Brian A. (2016-11-01). "Exploding head syndrome, snapping of the brain or episodic cranial sensory shock?". J Neurol Neurosurg Psychiatry (in ଇଂରାଜୀ). 87 (11): 1259–1260. doi:10.1136/jnnp-2015-312617. ISSN 0022-3050. PMID 26833175.
  2. 1 2 3 4 5 6 7 8 9 10 11 12 13 14 15 16 17 Sharpless, Brian A. (December 2014). "Exploding head syndrome". Sleep Medicine Reviews. 18 (6): 489–493. doi:10.1016/j.smrv.2014.03.001. PMID 24703829.
  3. 1 2 3 Blom JD (2015). "Auditory hallucinations". Handb Clin Neurol. 129: 433–55. doi:10.1016/B978-0-444-62630-1.00024-X. PMID 25726283.
  4. Frese, A.; Summ, O.; Evers, S. (6 June 2014). "Exploding head syndrome: Six new cases and review of the literature". Cephalalgia. 34 (10): 823–827. doi:10.1177/0333102414536059. PMID 24907167.
  5. 1 2 3 4 5 Ceriani, CEJ; Nahas, SJ (30 July 2018). "Exploding Head Syndrome: a Review". Current Pain and Headache Reports. 22 (10): 63. doi:10.1007/s11916-018-0717-1. PMID 30062616.

ବାହ୍ୟ ଲିଙ୍କ

[ସମ୍ପାଦନା]
ଶ୍ରେଣୀବିଭାଗ