ଏକ୍ସପ୍ଲୋଡିଙ୍ଗ ହେଡ ସିଣ୍ଡ୍ରୋମ

ଉଇକିପିଡ଼ିଆ‌ରୁ
ଏକ୍ସପ୍ଲୋଡିଙ୍ଗ ହେଡ ସିଣ୍ଡ୍ରୋମ (Exploding head syndrome)
Episodic cranial sensory shock,[୧] snapping of the brain,[୨] auditory sleep start[୩]
ବିଭାଗନିଦ୍ରା ଭେଷଜ ବିଜ୍ଞାନ (Sleep medicine)
ଲକ୍ଷଣଶୟନ ସମୟରେ ବଡ଼ ଶବ୍ଦ ଶୁଣିବା ଓ ଉଠିପଡ଼ିବା [୨]
ଅବଧିସ୍ୱଳ୍ପ କାଳ[୨]
କାରଣଅଜ୍ଞାତ[୩]
ସଠିକ ରୋଗ ନିର୍ଣ୍ଣୟରାତ୍ରୀ କାଳୀନ (epilepsy
ଚିକିତ୍ସାଆଶ୍ୱାସନା, କ୍ଲୋମିପ୍ରାମିନ, କ୍ୟାଲସିଅମ ଚ୍ୟାନେଲ ବ୍ଲକର (calcium channel blockers[୨]
Prognosisଉତ୍ତମ[୨]
ପୁନଃପୌନିକ~୧୦% ଲୋକ [୨]

ଏକ୍ସପ୍ଲୋଡିଙ୍ଗ ହେଡ ସିଣ୍ଡ୍ରୋମ (ଇଂରାଜୀ ଭାଷାରେ Exploding head syndrome/ EHS) ରୋଗରେ ମଣିଷ ନିଦ ଆସିଲା ବେଳେ (asleep) ବା ନିଦରୁ ଉଠିଲା (waking up) ବେଳେ ଅବାସ୍ତବ ବଡ଼ ଶବ୍ଦ ଅଳ୍ପ ସମୟ ପାଇଁ ଶୁଣେ ଯାହାକୁ ହାଲ୍ୟୁସିନେସନ (experiences unreal noises) କୁହାଯାଏ । [୨][୪] ଶବ୍ଦ ଭୟାନ‌କ ହୋଇପାରେ, ବେଳେ ବେଳେ ହୁଏ ଓ ସାଂଘାତିକ ନୁହେଁ [୨] ଧପ୍ କରି ଏକ ଆଲୋକ ମଧ୍ୟ ଦେଖାଯାଇପାରେ । [୫] କୌଣସି ଯନ୍ତ୍ରଣା ହୁଏନାହିଁ । [୨]

ଏହି ରୋଗର କାରଣ ଅଦ୍ୟାବଧି ଅଜ୍ଞାତ ଅଛି ।[୩] ସମ୍ଭାବ୍ୟ କାରଣ ମଧ୍ୟରେ କାନ ସମସ୍ୟା, ଟେମ୍ପୋରାଲ ଲୋବ ସିଜର (temporal lobe seizure), ସ୍ନାୟୁ ଗୋଳମାଳ ବା ନିର୍ଦ୍ଦିଷ୍ଟ ଜେନେଟିକ ପରିବର୍ତ୍ତନ (genetic changes|) ହୋଇପାରେ ।[୨] ମାନସିକ ଚାପ (psychological stress) ମଧ୍ୟ ଏହି ସଙ୍କଟ ଆଣିପାରେ ।[୨] ନିଦ୍ରା ବେମାରୀ (sleep disorder) ବା ମୁଣ୍ଡ ବିନ୍ଧା ବେମାରୀରେ (headache disorder) ଏହାକୁ ବର୍ଗୀକରଣ କରାଯାଏ ।[୨][୫] ଅଧିକାଂଶ ସମୟରେ ଏହି ରୋଗ ନିର୍ଣ୍ଣୟ ହୋଇପାରେ ନାହିଁ ।[୫]

କୌଣସି ଚିକିତ୍ସାରେ ଭଲ ହେବାର ଉତ୍ତମ ପ୍ରମାଣ ମିଳୁନି ।[୨] ଆଶ୍ୱସନା ଯଥେଷ୍ଟ ହୁଏ ।[୨] କ୍ଲୋମିପ୍ରାମିନ, କ୍ୟାଲସିଅମ ଚ୍ୟାନେଲ ବ୍ଲକର (calcium channel blockers ଔଷଧ ଦେଇ ଚେଷ୍ଟା କରାଯାଇଛି ।[୨] ଏହି ରୋଗ ୧୦% ଲୋକଙ୍କୁ ହୁଏ କିନ୍ତୁ କେତେ ଥର ହୁଏ ସେ କଥା ଜଣାଯାଇନାହିଁ ।[୨] ମହିଳାମାନେ ଅଧିକ ଆକ୍ରାନ୍ତ ହୁଅନ୍ତି ।[୫] ପ୍ରଥମେ ୧୮୭୬ରେ ଏହି ରୋଗ ବିଷୟ ବର୍ଣ୍ଣନା ହୋଇଥିଲା । [୨] ଆଧୁନିକ ନାମ ସନ ୧୯୮୮ରେ ଦିଆଯାଇଥିଲେ । [୫]

ଆଧାର[ସମ୍ପାଦନା]

  1. Goadsby, Peter J.; Sharpless, Brian A. (2016-11-01). "Exploding head syndrome, snapping of the brain or episodic cranial sensory shock?". J Neurol Neurosurg Psychiatry (in ଇଂରାଜୀ). 87 (11): 1259–1260. doi:10.1136/jnnp-2015-312617. ISSN 0022-3050. PMID 26833175.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ ୨.୧୫ ୨.୧୬ Sharpless, Brian A. (December 2014). "Exploding head syndrome". Sleep Medicine Reviews. 18 (6): 489–493. doi:10.1016/j.smrv.2014.03.001. PMID 24703829.
  3. ୩.୦ ୩.୧ ୩.୨ Blom JD (2015). "Auditory hallucinations". Handb Clin Neurol. 129: 433–55. doi:10.1016/B978-0-444-62630-1.00024-X. PMID 25726283.
  4. Frese, A.; Summ, O.; Evers, S. (6 June 2014). "Exploding head syndrome: Six new cases and review of the literature". Cephalalgia. 34 (10): 823–827. doi:10.1177/0333102414536059. PMID 24907167.
  5. ୫.୦ ୫.୧ ୫.୨ ୫.୩ ୫.୪ Ceriani, CEJ; Nahas, SJ (30 July 2018). "Exploding Head Syndrome: a Review". Current Pain and Headache Reports. 22 (10): 63. doi:10.1007/s11916-018-0717-1. PMID 30062616.

ବାହ୍ୟ ଲିଙ୍କ[ସମ୍ପାଦନା]

ଶ୍ରେଣୀବିଭାଗ