Jump to content

ଏବଲିନ ଶର୍ମା

ଉଇକିପିଡ଼ିଆ‌ରୁ
(Evelyn Sharmaରୁ ଲେଉଟି ଆସିଛି)
ଏବଲିନ ଶର୍ମା
Evelyn Sharma
୨୦୧୬ର ଭୋଗ୍ ବିଉଟି ଆୱାର୍ଡ଼ରେ ଏବଲିନ
ଜନ୍ମ
ଏବଲିନ ଲକ୍ଷ୍ମୀ ଶରମା

(1986-07-12) ୧୨ ଜୁଲାଇ ୧୯୮୬ (ବୟସ ୪୦)[୧]
ଫ୍ରାଙ୍କଫର୍ଟ, ହେସ୍ସେ, ଜର୍ମାନୀ
ପେଷାsମଡେଲ, ଅଭିନେତ୍ରୀ
Height1.7 m (5 ft 7 in)

ଏବଲିନ ଲକ୍ଷ୍ମୀ ଶର୍ମା (ଜନ୍ମ: ୧୨ ଜୁଲାଇ ୧୯୮୬) ଜଣେ ଜର୍ମାନ ଜନ୍ମିତା ଭାରତୀୟ ମଡେଲ ଏବଂ ଅଭିନେତ୍ରୀ । [୨] ସେ ୨୦୦୬ରେ ଇଂରାଜୀ ଚଳଚ୍ଚିତ୍ର ଟର୍ଣ୍ଣ ଲେଫ୍ଟ ଜରିଆରେ ଅଭିନୟ ଆରମ୍ଭ କରିଥିଲେ । ୨୦୧୨ରେ ସେ ଫ୍ରମ ସିଡ୍‌ନୀ ଉଇଥ୍ ଲଭ୍ କଥାଚିତ୍ର ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ନୌଟଙ୍କି ସାଲା, ୟେ ଜବାନୀ ହୈ ଦିୱାନୀ, ଇସ୍କ, ୟାରିୟାଁ, ମେଁ ତେରା ହିରୋ, କୁଛ୍ କୁଛ୍ ଲୋଚା ହୈ ଭଳି ହିନ୍ଦୀ କଥାଚିତ୍ରରେ ଅଭିନୟ କରିଥିଲେ ।

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ଏବଲିନ ଶର୍ମା ୧୨ ଜୁଲାଇ ୧୯୮୬ରେ ଜର୍ମାନର ଫ୍ରାଙ୍କଫର୍ଟରେ ଜନ୍ମଗ୍ରହଣ କରିଥିଲେ ।[୩][୪] ତାଙ୍କ ବାପା ଜଣେ ପଞ୍ଜାବୀ ଏବଂ ମାଆ ଜଣେ ଜର୍ମାନ ଅଧିବାସୀ ଥିଲେ ।[୫][୬]

ଅଭିନୟ ଜୀବନ

[ସମ୍ପାଦନା]

ଏବଲିନ ୨୦୦୬ରେ ଏକ ବ୍ରିଟଶ୍ ଚଳଚ୍ଚିତ୍ର ଟର୍ଣ୍ଣ ଲେଫ୍ଟ ଜରିଆରେ ଅଭିନୟ ଜଗତରେ ପ୍ରବେଶ କରିଥିଲେ ।[୭] ୨୦୧୨ରେ ସେ ହିନ୍ଦୀ କଥାଚିତ୍ର ଫ୍ରମ୍ ସିଡୀନି ଉଇଥ୍ ଲଭ୍ ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ ।[୮] ସେହି ବର୍ଷ ସେ ୟେ ଜବାନୀ ହୈ ଦିୱାନୀ, ନୌଟଙ୍କି ସାଲା ଏବଂ ଇସ୍କ ଭଳି ହିନ୍ଦୀ କଥାଚିତ୍ରରେ ଅଭିନ୍ୟ କରିଥିଲେ ।[୯] ୨୦୧୪ରେ ସେ ୟାରିୟାଁ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।[୧୦] ୨୦୧୫ରେ ତାଙ୍କ ଅଭିନୀତ ଚଳଚ୍ଚିତ୍ର କୁଛ୍ କୁଛ୍ ଲୋଚା ହୈ ଅଭିନେତା ନବଦୀପ ଛବ୍‌ରା, ସନି ଲିୟୋନ ଏବଂ ରାମ କପୁରଙ୍କ ସ‌ହ ମୁକ୍ତିଲାଭ କରିଥିଲା ।[୧୧]

ଅଗଷ୍ଟ ୨୦୧୪ରେ ତାଙ୍କର ପ୍ରଥମ ଗୀତ ଆଲବମ୍ ସମଥିଙ୍ଗ୍ ବିଉଟିଫୁ ମୁକ୍ତିଲାଭ କରିଥିଲା । ସେ ଏକ କାର୍ଯ୍ୟକ୍ରମ ଲାଇଫ ମେଁ ଏକ ବାର୍‌ର ଉପସ୍ଥାପନା କରିଥିଲେ ।[୧୨]

ଅଭିନୀତ କଥାଚିତ୍ର

[ସମ୍ପାଦନା]
  • ୨୦୦୬: ଟର୍ଣ୍ଣ ଲେଫ୍ଟ (ଇଂରାଜୀ)
  • ୨୦୧୨: ଫ୍ରମ୍ ସିଡୀନ୍ ଉଇଥ୍ ଲଭ୍ (ହିନ୍ଦୀ)
  • ୨୦୧୩: ନୌଟଙ୍କି ସାଲା (ହିନ୍ଦୀ)
  • ୨୦୧୩: ୟେ ଜବାନୀ ହୈ ଦିୱାନୀ (ହିନ୍ଦୀ)
  • ୨୦୧୩: ଇସ୍କ (ହିନ୍ଦୀ)
  • ୨୦୧୪: ୟାରିୟାଁ (ହିନ୍ଦୀ)
  • ୨୦୧୪: ମୈ ତେରା ହିରୋ (ହିନ୍ଦୀ)
  • ୨୦୧୫: କୁଛ୍ କୁଛ୍ ଲୋଚା ହୈ (ହିନ୍ଦୀ)
  • ୨୦୧୫: ଇସ୍କେଦାରିୟାଁ (ହିନ୍ଦୀ)
  • ୨୦୧୭: ହିନ୍ଦୀ ମିଡ଼ିୟମ୍ (ହିନ୍ଦୀ)
  • ୨୦୧୭: ଦ ରିଙ୍ଗ୍ (ହିନ୍ଦୀ)
  1. ↑ "Evelyn Sharma - Actresses". Koimoi. Retrieved 25 May 2017. {{cite web}}: Cite has empty unknown parameter: |1= (help)
  2. ↑ "They are your favourite Indian actors, but are they Indian at all?". Yahoo! (in Indian English). Archived from the original on 22 June 2019. Retrieved 25 May 2017.
  3. ↑ "Evelyn Sharma, a small town girl". The Hindu. 2015-06-03. Retrieved 25 May 2017.
  4. ↑ "Evelyn Sharma celebrates her birthday". Archived from the original on 25 September 2015. Retrieved 25 May 2017.
  5. ↑ "Hindi now is not a problem to me anymore: Evelyn Sharma". The Times of India. Archived from the original on 18 November 2015. Retrieved 25 May 2017.
  6. ↑ "Evelyn Sharma: Someone beautiful will always be seen as eye-candy". The Times of India. Retrieved 25 May 2017.
  7. ↑ "An Evelyn Sharma to remember : Celebrities, News - India Today". Indiatoday.intoday.in. 2013-11-23. Retrieved 25 May 2017.
  8. ↑ Harshikaa Udasi. "Shot Cuts". The Hindu. November 4, 2012.
  9. ↑ "Evelyn's the flavour this year". The Times of India. 3 July 2013. Retrieved 25 May 2017.
  10. ↑ "Watch Evelyn Sharma Doing Sunny Sunny in Bikini". 24x7 Bulletin. 16 December 2013. p. 1. Retrieved 25 May 2017.
  11. ↑ "Evelyn in Ishqedariyan". The Times of India. Retrieved 25 May 2017.
  12. ↑ "Evelyn Sharma all set to produce her own reality show". news.biharprabha.com. IANS. 12 October 2014. Archived from the original on 21 October 2014. Retrieved 25 May 2017.

ଅଧିକ ତ‌ଥ୍ୟ

[ସମ୍ପାଦନା]