ସନି ଲିୟୋନ

ଉଇକିପିଡ଼ିଆ‌ରୁ
'ସନି ଲିୟୋନ'
ଏପ୍ରିଲ ୨୦୧୬ରେ ଗ୍ଲୋବାଲ ଇଣ୍ଡିଆନ ଆକାଡେମୀ ଆୱାର୍ଡଠାରେ ସନି ଲିୟୋନ
Born
କରଣଜିତ କୌର ଭୋହରା

(1981-05-13) ମଇ ୧୩, ୧୯୮୧ (ବୟସ ୪୨)[୧]
ସାର୍ଣ୍ଣିଆ, ଓଣ୍ଟାରିଓ, କାନାଡ଼ା[୨]
Nationalityକାନାଡ଼ୀୟ ଆମେରିକୀୟ
Occupation(s)ଅଭିନେତ୍ରୀ, ଭୂତପୂର୍ବ ପର୍ଣ୍ଣଷ୍ଟାର
Height5 ft 4 in (1.63 m)[୧][୨]
Spouseଡାନିଏଲ ୱେବର (୨୦୧୧-ବର୍ତ୍ତମାନ)[୩]
ଅଶ୍ଳୀଳ ଚଳଚ୍ଚିତ୍ର ସଂଖ୍ୟା56 as actress,
59 as director[୪]

କରଣଜିତ କୌର ଭୋହରା (ଜନ୍ମ: ୧୩ ମେ, ୧୯୮୧), ଯିଏକି ନିଜ ଷ୍ଟେଜ ନାଁ ସନି ଲିୟୋନ ନାଁରେ ଅଧିକ ପରିଚିତ । ସେ ଜଣେ ଭାରତୀୟ ଅଭିନେତ୍ରୀ, ମଡେଲ ଓ ପୂର୍ବତନ ପର୍ଣ୍ଣଷ୍ଟାର । କ୍ୟାରେନ ମାଲହୋତ୍ରା ତାଙ୍କର ଆଉ ଗୋଟେ ଷ୍ଟେଜ ନାଁ । ତାଙ୍କ ସଫଳତା ମଧ୍ୟରେ ରହିଛି: ୨୦୦୩ରେ ପେଣ୍ଟହାଉସ ପେଟ୍ ଅଫ ଦ ଇୟର, ୨୦୧୦ରେ ମାକ୍ସିମଦ୍ୱାରା ୧୨ ସର୍ବଶ୍ରେଷ୍ଠ ପର୍ଣ୍ଣଷ୍ଟାର ତାଲିକାରେ ଅନ୍ତର୍ଭୁକ୍ତ ଇତ୍ୟାଦି ।

ସେ ବିଭିନ୍ନ ଉତ୍ସବ, ଚଳଚ୍ଚିତ୍ର ଓ ଟେଲିଭିଜନ କାର୍ଯ୍ୟକ୍ରମରେ ଭୂମିକା ନେଇଛନ୍ତି । ମୁଖ୍ୟଧାରାରେ ପ୍ରଥମ କରି ସେ ୨୦୦୫ରେ MTV ଭିଡ଼ିଓ ମ୍ୟୁଜିକ ଆୱାର୍ଡ଼ରେ ସେ ଜଣେ ରେଡ଼ କାର୍ପେଟ ରିପୋର୍ଟର ଭାବେ ଦାୟିତ୍ୱ ତୁଲାଇ ଥିଲେ । ୨୦୧୧ରେ ସେ ଭାରତୀୟ ରିୟାଲିଟି ଶୋ ବିଗ୍ ବସ୍‌ରେ ଭାଗନେଇଥିଲେ । ସେ ବର୍ତ୍ତମାନ ଆଉ ଏକ ରିୟାଲିଟି ଶୋ ସ୍ପିଟ୍ସଭିଲାରେ ହୋଷ୍ଟ ଅଛନ୍ତି ।

ଚଳଚ୍ଚିତ୍ର ଦୁନିଆରେ ସେ ପ୍ରଥମ କରି ୨୦୧୨ରେ ପୂଜା ଭଟ୍ଟଙ୍କ ରହସ୍ୟ-ରୋମାଞ୍ଚ ଚଳଚ୍ଚିତ୍ର ଜିସ୍ମ ୨ ଦେଇ ପାଦ ଥାପିଥିଲେ । ତା ପରେ ଜ୍ୟାକପଟ (୨୦୧୩), ରାଗିଣି ଏମ.ଏମ.ଏସ ୨ (୨୦୧୪) ଓ ଏକ ପହେଲି ଲୀଲା (୨୦୧୫) ଚଳଚ୍ଚିତ୍ର ଗୁଡ଼ିକରେ ତାଙ୍କୁ ଦେଖିବାକୁ ମିଳିଥିଲା ।

ଅଭିନୟ ବ୍ୟତୀତ ସେ ବିଭିନ୍ନ ସଚେତନତାମୂଳକ ଓ ପରୋପକାରୀ କାର୍ଯ୍ୟକ୍ରମରେ ସକ୍ରିୟ । ଆମେରିକାନ କ୍ୟାନସର ସୋସାଇଟି, ପେଟା ଆଦି ଏଥିରେ ଅନ୍ତର୍ଭୁକ୍ତ ।

୨୦୧୧ରେ ସେ ସଙ୍ଗୀତକାର ଡାନିଏଲ ୱେବରଙ୍କୁ ବିବାହ କରିଥିଲେ ।

କ୍ୟାରିୟର[ସମ୍ପାଦନା]

ମୁଖ୍ୟଧାରାରେ ଭୂମିକା[ସମ୍ପାଦନା]

ବିଗ୍ ବସ୍[ସମ୍ପାଦନା]

ବଲିଉଡ଼୍[ସମ୍ପାଦନା]

ଲେଖିକା[ସମ୍ପାଦନା]

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ଚଳଚ୍ଚିତ୍ର ତାଲିକା[ସମ୍ପାଦନା]

ରୂପେଲି ପରଦାରେ[ସମ୍ପାଦନା]

ପୁରସ୍କାର[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "About Me". www.sunnyleone.com. Archived from the original on December 25, 2018. Retrieved January 5, 2016.
  2. ୨.୦ ୨.୧ ୨.୨ "Sunny Leone Becomes Vivid Girl". AVN. 2007-06-20. Archived from the original on 2012-04-15. Retrieved 2007-08-26.
  3. "Sunny Leone's husband comes to India". Times of India. April 16, 2012. Retrieved October 1, 2012.
  4. Sunny Leone ଇଣ୍ଟରନେଟ ଆଡଲ୍ଟ ଫିଲ୍ମ ଡାଟାବେସରେ . Retrieved July 30, 2009.

ଅଧିକ ତଥ୍ୟ[ସମ୍ପାଦନା]