ଏପିଡର୍ମୋଲାଇସିସ ବୁଲୋସା
ଏପିଡର୍ମୋଲାଇସିସ ବୁଲୋସା (Epidermolysis bullosa) | |
---|---|
ବିଭାଗ | ଚର୍ମରୋଗ ବିଜ୍ଞାନ (Dermatology) |
ଲକ୍ଷଣ | ଯନ୍ତ୍ରଣାଦାୟକ ଚମ ଫୋଟକା (skin blisters)[୧][୨] |
ଆକ୍ରାନ୍ତ ସମୟ | ଜନ୍ମରୁ [୩] |
ଅବଧି | ଆଜୀବନ[୩] |
କାରଣ | ଜେନେଟିକ ବେମାରୀ (Genetic)[୧] |
ରୋଗ ନିର୍ଣ୍ଣୟ ପଦ୍ଧତି | ଚର୍ମ ବାୟୋପ୍ସି (Skin biopsy), ଜେନେଟିକ ଟେଷ୍ଟିଙ୍ଗ (genetic testing)[୪] |
ସଠିକ ରୋଗ ନିର୍ଣ୍ଣୟ | ବୁଲସ ପେମ୍ଫିଗଏଡ (Bullous pemphigoid), ପେମ୍ଫିଗସ ଭଲଗାରିସ (pemphigus vulgaris), ଘର୍ସଣ ଫୋଟକା, ପୋକ କାମୁଡ଼ା [୩] |
ଚିକିତ୍ସା | କ୍ଷତ ଯତ୍ନ (Wound care), ଯନ୍ତ୍ରଣା ନିୟନ୍ତ୍ରଣ, ସଂକ୍ରମଣ ଚିକିତ୍ସା, ପୋଷକ ସାହାଯ୍ୟ [୧] |
ପୁନଃପୌନିକ | c. ୫୦୦,୦୦୦[୩] |
ଏପିଡର୍ମୋଲାଇସିସ ବୁଲୋସା (ଇଂରାଜୀ ଭାଷାରେ Epidermolysis bullosa/ EB) ଏକ ଜେନେଟିକ ରୋଗ (genetic conditions) ଦଳ ଯେଉଁଥିରେ ମାନବ ଚର୍ମ (skin) ଓ ଶ୍ଳେଷ୍ମ ଝିଲ୍ଲିରେ (mucous membranes) ଫୋଟକା (blistering) ସୃଷ୍ଟିହୁଏ ।[୧][୨] ସାମାନ୍ୟ ଆଘାତ ବା ଘର୍ଷଣ ଯୋଗୁ ଫୋଟକା ହୋଇଯାଏ ଓ ଯନ୍ତ୍ରଣା ହୁଏ ।[୧] ଏହି ରୋଗ ସାମାନ୍ୟରୁ ଘାତକ ହୋଇପାରେ ।[୧] ରୋଗ ସାମାନ୍ୟ ହୋଇଥିଲେ ଶିଶୁ ଗୁରୁଣ୍ଡିବା ବା ଚାଲିବା ପୂର୍ବରୁ ଲକ୍ଷଣ ଦେଖାଯାଏନାହିଁ ।[୫] ଗ୍ରାସନଳୀ ସ୍ଟ୍ରିକଚର (Esophageal narrowing), ସ୍କ୍ୱାମସ ସେଲ ଚର୍ମ କର୍କଟ ରୋଗ (squamous cell skin cancer) ଓ ଆବଶ୍ୟକ ସ୍ଥଳେ ଆମ୍ପୁଟେସନ (amputations) ।[୬][୩]
ଅଠରଟି ବିଭିନ୍ନ ଜିନର ମ୍ୟୁଟେସନ (mutation) ଯୋଗୁ ଏପିଡର୍ମୋଲାଇସିସ ବୁଲୋସା ରୋଗ ହୋଇପାରେ । [୧] ଏମାନଙ୍କ ମଧରୁ କେତେକ ଅଟୋସୋମାଲ ଡୋମିନାଣ୍ଟ (autosomal dominant) ହୋଇଥିବା ବେଳେ କେତେକ ଅଟୋସୋମାଲ ରିସିସିଭ (autosomal recessive) ହୋଇଥାଏ ।[୧] ଚର୍ମର ସ୍ତରମାନଙ୍କ ପରଷ୍ପର ଓ ନିଜ ମଧ୍ୟରେ ସଂଯୋଗ ତୃଟି ପୂର୍ଣ୍ଣ ହେବାରୁ ଏହି ରୋଗ ହୁଏ ।[୩] ଏହି ରୋଗ ଚାରି ପ୍ରକାର ହୋଇପାରେ ଯଥା:- ଏପିଡର୍ମୋଲାଇସିସ ବୁଲୋସା ସିମ୍ପ୍ଲେକ୍ସ (Epidermolysis bullosa simplex), ଡିସଟ୍ରୋଫିକ ଏପିଡର୍ମୋଲାଇସିସ ବୁଲୋସା (dystrophic epidermolysis bullosa), ଜଙ୍କସନାଲ ଏପିଡର୍ମୋଲାଇସିସ ବୁଲୋସା (junctional epidermolysis bullosa), କିଣ୍ଡଲର ସିଣ୍ଡ୍ରୋମ (Kindler syndrome) ।[୧] ଲକ୍ଷଣ ଦେଖି ରୋଗ ସନ୍ଦେହ କଲାପରେ ଚର୍ମ ବାୟୋପ୍ସି (Skin biopsy), ଜେନେଟିକ ଟେଷ୍ଟିଙ୍ଗ (genetic testing) କରି ନିଶ୍ଚିତ କରାଯାଏ ।[୪][୩]
ଏହି ରୋଗ ଆରୋଗ୍ୟ ହୁଏନି ।[୬] କ୍ଷତ ଯତ୍ନ (Wound care), ଯନ୍ତ୍ରଣା ନିୟନ୍ତ୍ରଣ, ସଂକ୍ରମଣ ଚିକିତ୍ସା (infections), ଉପଯୁକ୍ତ ପୋଷକ ଦେଇ ଏହାର ଚିକିତ୍ସା କରାଯାଏ ଓ ରୋଗ ଜଟିଳ ନହେବା ପାଇଁ ପ୍ରତିଷେଧ ଓ ରୋଗ ହେଲେ ଚିକିତ୍ସା କରିବା ଆବଶ୍ୟକ ହୁଏ ।[୧] ସାରା ପୃଥିବୀରେ ପ୍ରାୟ ଅଧ ନିୟୁତ ଲୋକ ଏହି ରୋଗରେ ଆକ୍ରାନ୍ତ ହୁଅନ୍ତି ।[୩] ପୁଅ ଓ ଝିଅଙ୍କ ମଧ୍ୟରେ ସମ ଭାବରେ ଏ ରୋଗ ହୁଏ । [୫] ରୋଗଗ୍ରସ୍ତ ପିଲାମାନେ ଅନ୍ୟ ପିଲାଙ୍କଦ୍ୱାରା ଗୁଣ୍ଡାମି (bullied) ଓ ଅଯଥା ଟିପ୍ପଣୀର ଶିକାର ହୁଅନ୍ତି । [୩]
ଏହା ମଧ୍ୟ ଦେଖନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ "Epidermolysis bullosa". rarediseases.info.nih.gov (in ଇଂରାଜୀ). Retrieved 16 May 2018.
- ↑ ୨.୦ ୨.୧ "Epidermolysis Bullosa". National Institute of Arthritis and Musculoskeletal and Skin Diseases (in ଇଂରାଜୀ). 11 April 2017. Retrieved 16 May 2018.
- ↑ ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ ୩.୮ Tabor, A; Pergolizzi JV, Jr; Marti, G; Harmon, J; Cohen, B; Lequang, JA (May 2017). "Raising Awareness Among Healthcare Providers about Epidermolysis Bullosa and Advancing Toward a Cure". The Journal of clinical and aesthetic dermatology. 10 (5): 36–48. PMID 28670357.
- ↑ ୪.୦ ୪.୧ "Epidermolysis Bullosa". National Institute of Arthritis and Musculoskeletal and Skin Diseases (in ଇଂରାଜୀ). 11 April 2017. Retrieved 16 May 2018.
- ↑ ୫.୦ ୫.୧ "Epidermolysis Bullosa". National Institute of Arthritis and Musculoskeletal and Skin Diseases (in ଇଂରାଜୀ). 11 April 2017. Retrieved 16 May 2018.
- ↑ ୬.୦ ୬.୧ "Epidermolysis Bullosa". National Institute of Arthritis and Musculoskeletal and Skin Diseases (in ଇଂରାଜୀ). 11 April 2017. Retrieved 16 May 2018.
ବାହ୍ୟ ଲିଙ୍କ
[ସମ୍ପାଦନା]ଶ୍ରେଣୀବିଭାଗ | |
---|---|
ବାହାର ଉତ୍ସ |