Jump to content

ଏପିଡର୍ମୋଲାଇସିସ ବୁଲୋସା

ଉଇକିପିଡ଼ିଆ‌ରୁ
ଏପିଡର୍ମୋଲାଇସିସ ବୁଲୋସା (epidermolysis bullosa)
ଏପିଡର୍ମୋଲାଇସିସ ବୁଲୋସା ରୋଗ‌ଗ୍ରସ୍ତ ଏକ ୫ ବର୍ଷ ବୟସ୍କ ବାଳକ ।
ବିଭାଗଚର୍ମରୋଗ ବିଜ୍ଞାନ (Dermatology)
ଲକ୍ଷଣଯନ୍ତ୍ରଣାଦାୟକ ଚମ ଫୋଟକା (skin blisters)[][]
ଆକ୍ରାନ୍ତ ସମୟଜନ୍ମରୁ []
ଅବଧିଆଜୀବନ[]
କାରଣଜେନେଟିକ ବେମାରୀ (Genetic)[]
ରୋଗ ନିର୍ଣ୍ଣୟ ପଦ୍ଧତିଚର୍ମ ବାୟୋପ୍ସି (Skin biopsy), ଜେନେଟିକ ଟେଷ୍ଟିଙ୍ଗ (genetic testing)[]
ସଠିକ ରୋଗ ନିର୍ଣ୍ଣୟବୁଲସ ପେମ୍ଫିଗଏଡ (Bullous pemphigoid), ପେମ୍ଫିଗସ ଭଲଗାରିସ (pemphigus vulgaris), ଘର୍ସଣ ଫୋଟକା, ପୋକ କାମୁଡ଼ା []
ଚିକିତ୍ସାକ୍ଷତ ଯତ୍ନ (Wound care), ଯନ୍ତ୍ରଣା ନିୟନ୍ତ୍ରଣ, ସଂକ୍ରମଣ ଚିକିତ୍ସା, ପୋଷକ ସାହାଯ୍ୟ []
ପୁନଃପୌନିକc. ୫୦୦,୦୦୦[]
Patient UKଏପିଡର୍ମୋଲାଇସିସ ବୁଲୋସା (epidermolysis bullosa)

ଏପିଡର୍ମୋଲାଇସିସ ବୁଲୋସା (ଇଂରାଜୀ ଭାଷାରେ epidermolysis bullosa/ EB) ଏକ ଜେନେଟିକ ରୋଗ (genetic conditions) ଦଳ ଯେଉଁଥିରେ ମାନବ ଚର୍ମ (skin) ଓ ଶ୍ଳେଷ୍ମ ଝିଲ୍ଲିରେ (mucous membranes) ଫୋଟକା (blistering) ସୃଷ୍ଟିହୁଏ ।[][] ସାମାନ୍ୟ ଆଘାତ ବା ଘର୍ଷଣ ଯୋଗୁ ଫୋଟକା ହୋଇଯାଏ ଓ ଯନ୍ତ୍ରଣା ହୁଏ ।[] ଏହି ରୋଗ ସାମାନ୍ୟରୁ ଘାତକ ହୋଇପାରେ ।[] ରୋଗ ସାମାନ୍ୟ ହୋଇଥିଲେ ଶିଶୁ ଗୁରୁଣ୍ଡିବା ବା ଚାଲିବା ପୂର୍ବରୁ ଲକ୍ଷଣ ଦେଖାଯାଏନାହିଁ ।[] ଗ୍ରାସନଳୀ ସ୍ଟ୍ରିକଚର (esophageal narrowing), ସ୍କ୍ୱାମସ ସେଲ ଚର୍ମ କର୍କଟ ରୋଗ (squamous cell skin cancer) ଓ ଆବଶ୍ୟକ ସ୍ଥଳେ ଆମ୍ପୁଟେସନ (amputations) ।[][]

ଅଠରଟି ବିଭିନ୍ନ ଜିନର ମ୍ୟୁଟେସନ (mutation) ଯୋଗୁ ଏପିଡର୍ମୋଲାଇସିସ ବୁଲୋସା ରୋଗ ହୋଇପାରେ । [] ଏମାନଙ୍କ ମଧରୁ କେତେକ ଅଟୋସୋମାଲ ଡୋମିନାଣ୍ଟ (autosomal dominant) ହୋଇଥିବା ବେଳେ କେତେକ ଅଟୋସୋମାଲ ରିସିସିଭ (autosomal recessive) ହୋଇଥାଏ ।[] ଚର୍ମର ସ୍ତରମାନଙ୍କ ପରଷ୍ପର ଓ ନିଜ ମଧ୍ୟରେ ସଂଯୋଗ ତୃଟି ପୂର୍ଣ୍ଣ ହେବାରୁ ଏହି ରୋଗ ହୁଏ ।[] ଏହି ରୋଗ ଚାରି ପ୍ରକାର ହୋଇପାରେ ଯଥା:- ଏପିଡର୍ମୋଲାଇସିସ ବୁଲୋସା ସିମ୍ପ୍ଲେକ୍ସ (epidermolysis bullosa simplex), ଡିସଟ୍ରୋଫିକ ଏପିଡର୍ମୋଲାଇସିସ ବୁଲୋସା (dystrophic epidermolysis bullosa), ଜଙ୍କସନାଲ ଏପିଡର୍ମୋଲାଇସିସ ବୁଲୋସା (junctional epidermolysis bullosa), କିଣ୍ଡଲର ସିଣ୍ଡ୍ରୋମ (Kindler syndrome) ।[] ଲକ୍ଷଣ ଦେଖି ରୋଗ ସନ୍ଦେହ କଲାପରେ ଚର୍ମ ବାୟୋପ୍ସି (skin biopsy), ଜେନେଟିକ ଟେଷ୍ଟିଙ୍ଗ (genetic testing) କରି ନିଶ୍ଚିତ କରାଯାଏ ।[][]

ଏହି ରୋଗ ଆରୋଗ୍ୟ ହୁଏନି ।[] କ୍ଷତ ଯତ୍ନ (wound care), ଯନ୍ତ୍ରଣା ନିୟନ୍ତ୍ରଣ, ସଂକ୍ରମଣ ଚିକିତ୍ସା (infections), ଉପ‌ଯୁକ୍ତ ପୋଷକ ଦେଇ ଏହାର ଚିକିତ୍ସା କରାଯାଏ ଓ ରୋଗ ଜଟିଳ ନହେବା ପାଇଁ ପ୍ରତିଷେଧ ଓ ରୋଗ ହେଲେ ଚିକିତ୍ସା କରିବା ଆବଶ୍ୟକ ହୁଏ ।[] ସାରା ପୃଥିବୀରେ ପ୍ରାୟ ଅଧ ନିୟୁତ ଲୋକ ଏହି ରୋଗରେ ଆକ୍ରାନ୍ତ ହୁଅନ୍ତି ।[] ପୁଅ ଓ ଝିଅଙ୍କ ମଧ୍ୟରେ ସମ ଭାବରେ ଏ ରୋଗ ହୁଏ । [] ରୋଗ‌ଗ୍ରସ୍ତ ପିଲାମାନେ ଅନ୍ୟ ପିଲାଙ୍କଦ୍ୱାରା ଗୁଣ୍ଡାମି (bullied) ଓ ଅଯଥା ଟିପ୍ପଣୀର ଶିକାର ହୁଅନ୍ତି । []

ଏହା ମଧ୍ୟ ଦେଖନ୍ତୁ

[ସମ୍ପାଦନା]
  1. 1 2 3 4 5 6 7 8 9 10 "Epidermolysis bullosa". rarediseases.info.nih.gov (in ଇଂରାଜୀ). Retrieved 16 May 2018.
  2. 1 2 "Epidermolysis Bullosa". National Institute of Arthritis and Musculoskeletal and Skin Diseases (in ଇଂରାଜୀ). 11 April 2017. Retrieved 16 May 2018.
  3. 1 2 3 4 5 6 7 8 9 Tabor, A; Pergolizzi JV, Jr; Marti, G; Harmon, J; Cohen, B; Lequang, JA (May 2017). "Raising Awareness Among Healthcare Providers about Epidermolysis Bullosa and Advancing Toward a Cure". The Journal of clinical and aesthetic dermatology. 10 (5): 36–48. PMID 28670357.
  4. 1 2 "Epidermolysis Bullosa". National Institute of Arthritis and Musculoskeletal and Skin Diseases (in ଇଂରାଜୀ). 11 April 2017. Retrieved 16 May 2018.
  5. 1 2 "Epidermolysis Bullosa". National Institute of Arthritis and Musculoskeletal and Skin Diseases (in ଇଂରାଜୀ). 11 April 2017. Retrieved 16 May 2018.
  6. 1 2 "Epidermolysis Bullosa". National Institute of Arthritis and Musculoskeletal and Skin Diseases (in ଇଂରାଜୀ). 11 April 2017. Retrieved 16 May 2018.

ବାହ୍ୟ ଲିଙ୍କ

[ସମ୍ପାଦନା]
ଶ୍ରେଣୀବିଭାଗ
ବାହାର ଉତ୍ସ