ଦ୍ୱିତୀ ଚନ୍ଦ୍ର ସାହୁ
ଦ୍ୱିତୀ ଚନ୍ଦ୍ର ସାହୁ | |
|---|---|
ରାଷ୍ଟ୍ରପତିଙ୍କଠାରୁ ଜାତୀୟ ପୁରସ୍କାର (୨୦୨୪) ଗ୍ରହଣ କରିବା ଅବସରରେ | |
| ଜନ୍ମ | ଦ୍ୱିତୀ ଚନ୍ଦ୍ର ସାହୁ ୩ ମାର୍ଚ୍ଚ ୧୯୭୭ |
| ଜାତୀୟତା | |
| ଶିକ୍ଷା | ପଦ୍ମପୁର, ରାୟଗଡ଼ା ଜିଲ୍ଲା |
| ଶିକ୍ଷାନୁଷ୍ଠାନ | ସରକାରୀ ବିଜୟାନନ୍ଦ ହାଇସ୍କୁଲ, ପଦ୍ମପୁର |
| ପ୍ରସିଦ୍ଧି | ଶିକ୍ଷକତା |
| ପୁରସ୍କାର | ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ (୨୦୨୪) |
ଦ୍ୱିତୀ ଚନ୍ଦ୍ର ସାହୁ, ଓଡ଼ିଶାର ଏକ ଯୁବ ଲେଖକ ତଥା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଅଟନ୍ତି ।[୧][୨] ବୃତ୍ତିରେ ଶିକ୍ଷକତା କରୁଥିଲେ ହେଁ ସାହିତ୍ୟ ସାଧନା ସହ ବିଭିନ୍ନ ପତ୍ରିକାର ସ୍ତମ୍ଭକାର ସହ ରାୟଗଡ଼ା ଜିଲ୍ଲାର ଆଦିବାସୀ ସଂସ୍କୃତିର ଗବେଷକ ଭାବେ ସେ ପରିଚିତ ।[୩][୪][୫][୬]
ଜୀବନୀ
[ସମ୍ପାଦନା]ଦ୍ୱିତୀ ଚନ୍ଦ୍ର ସାହୁ ୩ ମାର୍ଚ୍ଚ ୧୯୭୭ରେ ରାୟଗଡ଼ା ଜିଲ୍ଲାର ପଦ୍ମପୁରଠାରେ ଜନ୍ମଗ୍ରହଣ କରିଥିଲେ ।[୭] ପଦ୍ମପୁରରେ ପ୍ରାଥମିକ ତଥା ସରକାରୀ ବିଜୟାନନ୍ଦ ହାଇସ୍କୁଲରେ ହାଇସ୍କୁଲ ଶିକ୍ଷା ସମାପ୍ତ କରି ସେ ଗୁଣପୁରସ୍ଥିତ ଗୁଣପୁର ମହାବିଦ୍ୟାଳୟରୁ ସ୍ନାତକ ଶିକ୍ଷା ସମାପ୍ତ କରିଥିଲେ । ଅଧୁନା ସେ ରାୟଗଡା ଜିଲାରେ ଏକ ପ୍ରାଥମିକ ଶିକ୍ଷକ ରୂପେ କାର୍ଯ୍ୟରତ । ଶିକ୍ଷକତାରେ ଅଭିନବ ଉପାୟର ପ୍ରୟୋଗ କରି ସେ ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗର ଦୃଷ୍ଟି ଆକର୍ଷଣ କରିପାରିଛନ୍ତି ।[୮][୯][୧୦][୧୧][୧୨]
ସାହିତ୍ୟିକ କୃତି
[ସମ୍ପାଦନା]୨୦୦୧ ମସିହାରୁ ଶିକ୍ଷକତାରେ ଯୋଗଦାନ କରି ଅଦ୍ୟାବଧି ସାହିତ୍ୟର ବିଭିନ୍ନ ବିଭାଗରେ ସେ ୧୮ଟି ପୁସ୍ତକ ରଚନା କରିଛନ୍ତି ।[୧୩] ତନ୍ମଧ୍ୟରୁ ଦୈନନ୍ଦିନ ମଣିଷ ଜୀବନ ତଥା ଆଦିବାସୀ ସଂସ୍କୃତି ଓ ପରମ୍ପରାକୁ ନେଇ ତାଙ୍କଦ୍ୱାରା ଲିଖିତ କେତେକ ବହି ହେଲା :-
ଗଳ୍ପ ବିଭାଗ
[ସମ୍ପାଦନା]- ବାପାଙ୍କ ଗାମୁଛା
କ୍ଷୁଦ୍ରଗଳ୍ପ ବିଭାଗ
[ସମ୍ପାଦନା]- ଅଦେଖା ଭବିଷ୍ୟ
- ଡ଼େଣା ନ ଥିବା ସ୍ବପ୍ନ
- ହଜି ଯାଇଥିବା ଠିକଣା
- କିଞ୍ଚିତ୍
ଶିଶୁ ସାହିତ୍ୟ ବିଭାଗ
[ସମ୍ପାଦନା]- ଦ୍ୱିତୀୟା ବଟ
- କିଞ୍ଚିତ୍
- କୁହୁକର ମହକ[୧୪]
ଉପନ୍ୟାସ ବିଭାଗ
[ସମ୍ପାଦନା]- ଫୁଲ ନିଆଁ ଫୁଲ ଜେନ୍ସିଆ
- ଜୀବନ ଯୁଦ୍ଧ
- ବଞ୍ଚିବାର ମୋହ
- ଅପହୃତ ସଂଳାପ
- ହାରି ଯାଇଥିବା ମଣିଷ
- ବଂଶଧାରା
ତାଙ୍କଦ୍ୱାରା ନିର୍ଦ୍ଦେଶିତ ତିନୋଟି କ୍ଷୁଦ୍ର ଚଳଚ୍ଚିତ୍ର (ନାଗାବଳୀର ଦୁଃଖ,ମାଜେଶର ଚିଠି ଏବଂ ପରିବର୍ତ୍ତନର ଆଶା) ୨୦୨୩ ମସିହାରେ ଭୁବନେଶ୍ୱରରେ "କଲ୍ଲୋଳ ଶିଶୁ ମହୋତ୍ସବ"ରେ ପ୍ରଦର୍ଶିତ ହୋଇଥିଲା ।[୧୫]
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]- ୨୦୨୪ ଗୁରୁ ଦିବସ ଅବସରରେ ରାଷ୍ଟ୍ରପତିଙ୍କ ସମ୍ମାନ
- ପ୍ରବାସୀ ଭାଷା ସମ୍ମାନ (୨୦୨୧)-ଦି ଇଣ୍ଟେଲେକ୍ଚୁଅଲ , ନୂଆ ଦିଲ୍ଲୀ ଦ୍ୱାରା
- ସୁଲେଖା ସାରସ୍ବତ ସମ୍ମାନ (ସୁଲେଖା, ପୁରୀ ଦ୍ୱାରା)
- ସର୍ବପଲ୍ଲୀ ଗୁରୁ ସମ୍ମାନ (ବିଦ୍ୟା ବିକାଶ ପରିଷଦ , କଟକ ଦ୍ୱାରା)
- କୃତି ଶିକ୍ଷକ-୨୦୧୬ ପୁରସ୍କାର (ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ଦ୍ୱାରା)
- ପ୍ରକୃତିବନ୍ଧୁ ପୁରସ୍କାର-୨୦୧୭ (ଓଡ଼ିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ଦ୍ୱାରା)
- ଯୁବ ଗାଳ୍ପିକ ସମ୍ମାନ - କଥା କଳିକା ପତ୍ରିକା, ଭୁବନେଶ୍ୱର ଦ୍ୱାରା)[୭]
- କଳିଙ୍ଗ ଯୁବ ସାହିତ୍ୟ ସମ୍ମାନ-୨୦୧୬ (କଳିଙ୍ଗ ସାହିତ୍ୟ ଉତ୍ସବ, ଭୁବନେଶ୍ୱର ଦ୍ୱାରା)[୭]
- ଉତ୍କଳ ସାହିତ୍ୟ ସମାଜ ସମ୍ମାନ[୭]
- ପ୍ରଗତିବାଦୀ ସ୍ତମ୍ଭକାର ସମ୍ମାନ
ଆଧାର
[ସମ୍ପାଦନା]- ↑ Service, Express News (6 September 2024). "Two teachers from south Odisha were honoured by President Droupadi Murmu". The New Indian Express (in ଇଂରାଜୀ). Retrieved 6 September 2024.
- ↑ "PRESIDENT OF INDIA CONFERS NATIONAL AWARDS ON TEACHERS" (PDF). education.gov.in. Govt. of India. Retrieved 6 September 2024.
- ↑ "Pallishri Mela Book Fair adores Dwiti Sahu's Novel "Kuhukara Mahaka" for adolescents". Odisha News Insight. 30 December 2015. Retrieved 21 January 2024.
- ↑ "National Teachers' Awards 2024: Meet India's top 50 educators; full list". The Times of India. 5 September 2024. Retrieved 6 September 2024.
- ↑ Sahu, Dwiti Chandra. "ବିଷମରେ ବିଶି". dharitriepaper.in. Retrieved 6 September 2024.
- ↑ "http://samajaepaper.in/imageview_45_103202522174571_4_79_11-03-2025_6_i_1_sf.html". samajaepaper.in (in ଆମେରିକୀୟ ଇଂରାଜୀ). Retrieved 2025-03-12.
{{cite web}}: External link in(help)|title= - ↑ ୭.୦ ୭.୧ ୭.୨ ୭.୩ "ଯେତେ ଲେଖିଲେ ବି ଲେଖକଟିଏ ଅବସୋସରେ ବଞ୍ଚେ". m.sambadepaper.com (in ଆମେରିକୀୟ ଇଂରାଜୀ). Retrieved 2025-03-09.
- ↑ "Odisha: Kalinga Literary Festival in Koraput to kick off on April 7 | Sambad English". sambadenglish. 28 March 2018. Retrieved 21 January 2024.
- ↑ "Grassroots can be Empowered Literacy through their own inherent Local Writers". Odisha Diary, Latest Odisha News, Breaking News Odisha. 24 April 2019. Archived from the original on 17 July 2024. Retrieved 21 January 2024.
- ↑ "People are the real Governors & Masters: says Guv Prof Ganeshi Lal |". odishabarta. 13 September 2022. Retrieved 21 January 2024.
- ↑ "'Cabinet' monitors school atmosphere". www.telegraphindia.com (in ଇଂରାଜୀ). Retrieved 21 January 2024.
- ↑ "Innovative learning programme brings back joy to tribal students in Odisha | UNICEF India". www.unicef.org (in ଇଂରାଜୀ). Retrieved 21 January 2024.
- ↑ "ଦ୍ୱିତୀଚନ୍ଦ୍ର ସାହୁ ପାଇବେ ଜାତୀୟ ଶିକ୍ଷକ ସମ୍ମାନ | SambadEpaper". sambadepaper.com. Retrieved 9 September 2024.
- ↑ Pioneer, The. "Sahu's Odia novel 'Kuhukara Mahaka' released in R'gada". The Pioneer (in ଇଂରାଜୀ). Retrieved 7 September 2024.
- ↑ Leader, The Weekend. "From Chalkboards to Life Lessons, One Teacher's Vision is Shaping the Future of Tribal Students in Odisha". www.theweekendleader.com (in English). Retrieved 2024-12-09.
{{cite web}}: CS1 maint: unrecognized language (link)
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |