ଡୋକ୍ସାଜୋସିନ

ଉଇକିପିଡ଼ିଆ‌ରୁ
(Doxazosinରୁ ଲେଉଟି ଆସିଛି)
ଡୋକ୍ସାଜୋସିନ
Clinical data
Trade namesCardura, Carduran, others
AHFS/Drugs.commonograph
MedlinePlusa693045
Routes of
administration
By mouth (tablets)
ATC code
Legal status
Legal status
  • ℞ (Prescription only)
Pharmacokinetic data
Bioavailability65%
Protein binding98%
MetabolismLiver
Elimination half-life22 hours
Identifiers
  • (RS)-2-[4-(2,3-Dihydro-1,4-benzodioxine-2-carbonyl)piperazin-1-yl]-6,7-dimethoxyquinazolin-4-amine
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.128.642 Edit this at Wikidata
Chemical and physical data
FormulaC23H25N5O5
Molar mass451.475 g/mol
3D model (JSmol)
ChiralityRacemic mixture
  • O=C(N3CCN(c2nc1cc(OC)c(OC)cc1c(n2)N)CC3)C4Oc5c(OC4)cccc5
  • InChI=1S/C23H25N5O5/c1-30-18-11-14-15(12-19(18)31-2)25-23(26-21(14)24)28-9-7-27(8-10-28)22(29)20-13-32-16-5-3-4-6-17(16)33-20/h3-6,11-12,20H,7-10,13H2,1-2H3,(H2,24,25,26) checkY
  • Key:RUZYUOTYCVRMRZ-UHFFFAOYSA-N checkY
  (verify)

ଡୋକ୍ସାଜୋସିନ (ଇଂରାଜୀ ଭାଷାରେ Doxazosin, ଏକ ବିକ୍ରୟ ନାମ କାର୍ଡ଼ୁରା/ Cardura) ଏକ ଔଷଧର ନାମ ଯାହା ବିନାଇନ ପ୍ରୋସ୍ଟାଟିକ ହାଇପରପ୍ଲାସିଆଉଚ୍ଚ ରକ୍ତଚାପ ରୋଗ ଚିକିତ୍ସାରେ ଦିଆଯାଏ ।[୧] ଉଚ୍ଚ ରକ୍ତଚାପ ନିମନ୍ତେ ଏହା କମ୍ ପସନ୍ଦ କରାଯାଏ ।[୧] ପାଟିରେ ଏହି ଔଷଧ ଦିଆଯା ।[୧]

ଡୋକ୍ସାଜୋସିନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡ ଓଜନିଆ, ଫୁଲା, ନିଦ୍ରାଳୁ, ଅଇ, ଅଣନିଶ୍ୱାସୀ ଓ ଉଦର ଯନ୍ତ୍ରଣା ହୋଇପାରେ ।[୧] ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହେଲେ ଠିଆ ହେଲେ ଅଳ୍ପ ରକ୍ତଚାପ (low blood pressure with standing), ଅନିୟମିତ ହୃଦ୍‌ଗତି (irregular heart beat) ଓ ପ୍ରାୟାପିଜ୍ମ ହୋଇପାରେ ।[୧][୨] ଏହି ଔଷଧ ଦେବା ପୂର୍ବରୁ ପ୍ରୋସ୍ଟେଟ କର୍କଟ ନଥିବା ନିଶ୍ଚିତ କରାଯାଏ । [୧] ଏହା ଏକ ଆଲଫା-୧ ବ୍ଲକର (α-selective adrenergic blocker) ଯାହା କୁଇନାଜୋଲିନ (quinazoline) ଶ୍ରେଣୀର ଯୌଗିକ ପଦାର୍ଥ ଅନ୍ତର୍ଭୁକ୍ତ ।[୧]

ଡୋକ୍ସାଜୋସିନ ସନ ୧୯୭୭ରେ ପେଟେଣ୍ଟ ହେବା ପରେ ସନ ୧୯୮୮ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ସ୍ୱୀକୃତ ହୋଇଥିଲା ।[୩] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[୨] ସନ ୨୦୧୯ରେ ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ଏହାର ଏକ ମାସର ଡୋଜ ପିଛା ପ୍ରାୟ ୦.୫୦ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା ।[୨] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସ ଡୋଜର ହୋଲସେଲ ମୂଲ୍ୟ ୫.୫୦ ଆମେରିକୀୟ ଡଲାର ।[୪] ସନ ୨୦୧୬ରେ ଏହାର ୪ ନିୟୁତ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିସନ ତାଲିକାର ୧୫୭ତମ ସ୍ଥାନରେ ଥଲା ।[୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Doxazosin Mesylate Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 17 March 2019.
  2. ୨.୦ ୨.୧ ୨.୨ British national formulary : BNF 76 (76 ed.). Pharmaceutical Press. 2018. p. 765. ISBN 9780857113382.
  3. Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 455. ISBN 9783527607495.
  4. "NADAC as of 2019-02-27". Centers for Medicare and Medicaid Services (in ଇଂରାଜୀ). Archived from the original on 2019-03-06. Retrieved 3 March 2019.
  5. "The Top 300 of 2019". clincalc.com. Retrieved 22 December 2018.

ବାହ୍ୟ ଲିଙ୍କ[ସମ୍ପାଦନା]