ଦୀପକ ଦାସ

ଉଇକିପିଡ଼ିଆ‌ରୁ
(Dipak Dasରୁ ଲେଉଟି ଆସିଛି)
ଦୀପକ ଦାସ
Born(1933-03-13)୧୩ ମାର୍ଚ୍ଚ ୧୯୩୩
ମହିମାନସିଂ, ବଙ୍ଗଳାଦେଶ
Died୨୯ ସେପ୍ଟେମ୍ବର ୨୦୧୫(2015-09-29) (ବୟସ ୮୨)
Occupationକ୍ୟାମେରାମାନ ଓ ସିନେମାଟୋଗ୍ରାଫର
Notable workମଲାଜହ୍ନ
Spouseଝରଣା ଦାସ[୧]

ଦୀପକ ଦାସ ଜଣେ ବଙ୍ଗାଳୀଓଡ଼ିଆ ସିନେମା କ୍ୟାମେରାମାନ ଓ ସିନେମାଟୋଗ୍ରାଫର ଥିଲେ । ସେ ୧୯୩୩ ମସିହା ମାର୍ଚ୍ଚ ୧୩ତାରିଖରେ ବଙ୍ଗଳାଦେଶର ମହିମାନସିଂଠାରେ ଜନ୍ମଗ୍ରହଣ କରିଥିଲେ । ବଙ୍ଗଳାଦେଶରେ ସେ ନିଜ ପ୍ରାଥମିକ ଶିକ୍ଷା ସମାପ୍ତ କରି, ୧୯ବର୍ଷ ବୟସରେ ବଙ୍ଗଳା କଥାଚିତ୍ର ଜଗତରେ ଜଣେ କ୍ୟାମେରାମାନ ଓ ସିନେମାଟୋଗ୍ରାଫର ଭାବରେ କାର୍ଯ୍ୟାରମ୍ଭ କରିଥିଲେ । ସେ ପ୍ରାୟ ୪୦ଟି ବଙ୍ଗଳା ଚଳଚ୍ଚିତ୍ର ଓ ବହୁ ଓଡ଼ିଆ ଚଳଚ୍ଚିତ୍ରରେ କାର୍ଯ୍ୟ କରିଛନ୍ତି । ସେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ ଝରଣା ଦାସଙ୍କୁ ୧୯୬୭ମସିହରେ ବିବାହ କରିଥିଲେ ।[୧]

ଦୀପକ ଦାସଙ୍କର ୨୦୧୫ମସିହା ସେପ୍ଟେମ୍ବର ୨୯ତାରିଖରେ ପରଲୋକ ଘଟିଥିଲା । ସେ ପତ୍ନୀ ଝରଣା, ଦୁଇ ପୁଅ ଓ ଗୋଟିଏ ଝିଅକୁ ଛାଡିଯାଇଛନ୍ତି ।

ଓଡ଼ିଆ ସିନେମାରେ ଅବଦାନ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ Ashish Rajadhyaksha; Paul Willemen (10 July 2014). Encyclopedia of Indian Cinema. Routledge. pp. 81–. ISBN 978-1-135-94318-9.
  2. "କ୍ୟାମେରାମ୍ୟାନ୍ ଦୀପକ ଦାସଙ୍କ ପରଲୋକ". ପ୍ରଗତିବାଦୀ ୩୦/୦୯/୨୦୧୫ ପୃଷ୍ଠା ୨. Retrieved 30 September 2015.[permanent dead link]

ବାହାର ଲିଙ୍କ[ସମ୍ପାଦନା]