ଦୀପା କର୍ମକାର

ଉଇକିପିଡ଼ିଆ‌ରୁ
ଦୀପା କର୍ମକାର
ବ୍ୟକ୍ତିଗତ ତଥ୍ୟ
ପୂରା ନାମଦୀପା କର୍ମକାର
ଡାକନାମଗୋଲ୍ଡେନ ଗାର୍ଲ
ଜନ୍ମ (1993-08-09) ୯ ଅଗଷ୍ଟ ୧୯୯୩ (ବୟସ ୩୦)
ଅଗରତାଲ, ତ୍ରିପୁରା, ଭାରତ
ଉଚ୍ଚତା4 ft 11 in
Sport
ଦେଶ India

ଦୀପା କର୍ମକାର (ବଙ୍ଗାଳି: দিপা কর্মকার , ଇଂରାଜୀ: Dipa Karmakar) (ଜନ୍ମ: ୯ ଅଗଷ୍ଟ ୧୯୯୩) ଏକ କଳାତ୍ମକ ଜିମ୍ନାଷ୍ଟିକ ଅଟନ୍ତି ଯାହା ୨୦୧୬ ଗ୍ରୀଷ୍ମକାଳୀନ ଅଲମ୍ପିକରେ ଭାରତକୁ ପ୍ରତିନିଧିତ୍ୱ କରୁଛନ୍ତି । ଅଲମ୍ପିକରେ ପ୍ରତିଭାଗ କରୁଥିବା ପ୍ରଥମ ଭାରତୀୟ ମହିଳା ଜିମ୍ନାଷ୍ଟ ଅଟନ୍ତି [୧][୨], ଏବଂ ପୂର୍ବ ୫୨ ବର୍ଷ ଧରି ଏମିତି କରିଥିବା ପ୍ରଥମ ଭାରତୀୟ , ପୁରୁଷ ଅଥବା ମହିଳା ଜିମ୍ନାଷ୍ଟ ଅଟନ୍ତି ।

ପ୍ରାରମ୍ଭିକ ଜୀବନ ଓ କ୍ୟାରିଅର[ସମ୍ପାଦନା]

କର୍ମକାର ପୂର୍ବୋତ୍ତର ଭାରତର ତ୍ରିପୁରା ରାଜ୍ୟର ଅଗରତାଳରୁ ଆସିଛନ୍ତି । ସେ ୬ ବର୍ଷ ବୟସରୁ ହିଁ ଜିମ୍ନାଷ୍ଟିକ୍ସ ଆରମ୍ଭ କରିଦେଇଥିଲେ ଏବଂ ସେହି ସମୟରେ ନିଜ କୋଚ ବିଶ୍ୱେଶ୍ୱର ନନ୍ଦିଙ୍କ ନିର୍ଦ୍ଦେଶନାରେ ଅଭ୍ୟାସ କରୁଥିଲେ । ଜିମ୍ନାଷ୍ଟିକ୍ସ କକ୍ଷରେ ପଞ୍ଜିକରଣ ସମୟରେ ଦୀପା ଫ୍ଲାଟ ଫିଟ (Flat feet) ସମସ୍ୟାରେ ଗ୍ରସ୍ତ ଥିଲେ । କୋଚ ନନ୍ଦିଙ୍କ ଅନୁସାରେ ଫ୍ଲାଟ ଫିଟ କାରଣରୁ ଦୀପାଙ୍କର ଡେଇଁବାରେ ସମସ୍ୟା ଆସୁଥିଲା । ଏହାକୁ ଠିକ କରିବା ଉଭୟଙ୍କ ପ୍ରତି ଏକ ଲକ୍ଷପୂର୍ଣ୍ଣ କାରଣ ଥିଲା । ୨୦୦୭ ମସିହାରେ ଜଳପାଇଗୁଡିରେ ସେ ଜୁନିଅର ନ୍ୟାସନାଲ ଜିତିଥିଲେ । ୨୦୦୭ ମସିହାରୁ ଦୀପା ରାଜ୍ୟ, ରାଷ୍ଟ୍ରୀୟ ଏବଂ ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ୭୭ଟି ପଦକ ଜିତିଥିଲେ ଯେଉଁଥିରୁ ୬୭ଟି ସ୍ୱର୍ଣ୍ଣ ପଦକ ରହିଛି ।[୩]

୨୦୧୬ ଅଲମ୍ପିକ[ସମ୍ପାଦନା]

ଦୀପା ୨୦୧୬ ଗ୍ରୀଷ୍ମକାଳୀନ ଅଲମ୍ପିକରେ ଭାରତର ପ୍ରତିନିଧିତ୍ୱ କରିଥିଲେ । କୌଣସି ଅଲମ୍ପିକରେ ପ୍ରତିଭାଗ କରୁଥିବା ସେ ପ୍ରଥମ ମହିଳା ଜିମ୍ନାଷ୍ଟିକ୍ସ ଅଟନ୍ତି [୧][୨]

ଏହି ଅଲମ୍ପିକରେ ସେ ଫାଇନାଲରେ ନିଜର ଜାଗା ବନେଇଥିଲେ ଏବଂ ଫାଇନାଲରେ ମଧ୍ୟ ସେ ସାଧାରଣ ଅନ୍ତର (0.150)ରେ ସିଲଭର ପଦକ ପାଇବାରୁ ବଞ୍ଚିତ ହେଲେ ଏବଂ ଚତୁର୍ଥ ସ୍ଥାନରେ ରହିଲେ । ସେ ବହୁ କଠିନ ମନା ଯାଉଥିବା ପ୍ରଦୁନୋବା ବୋଲ୍ଟର ସଫଳ ପ୍ରଦର୍ଶନ କରିଥିଲେ ଯେପରି ଆଜି ପର୍ଯ୍ୟନ୍ତ ବିଶ୍ୱର ଗଣତିରେ ୫ଟି ଜିମ୍ନାଷ୍ଟିକ୍ସ ହିଁ ସଫଳତା ପୂର୍ବକ ପୁରା କରିପାରିଛନ୍ତି । ଯଦିଓ ସେମାନେ କୌଣସି ପଦକ ଜିତି ନାହାନ୍ତୁ କିନ୍ତୁ ଏହି ଉପଲବ୍ଧିରେ ତାଙ୍କୁ ସମସ୍ତ ଭାରତରେ ପ୍ରସିଦ୍ଧି କରିଦେଲା । [୪] ଭାରତର ମହାନତମ କ୍ରିକେଟ ଖିଲାଡୀମାନଙ୍କ ମଧ୍ୟରୁ ଜଣେ ସଚିନ ତେନ୍ଦୁଲକର କହିଥିଲେ କି - "ଜିତିବା ଏବଂ ହାରିବା ଖେଳର ରେଖା ଅଟେ । ନିଜ ଲକ୍ଷ ଲୋକଙ୍କ ହୃଦୟକୁ ଜିତ ଏବଂ ପୁରା ଦେଶକୁ ନିଜ ଉପଲବ୍ଧିରେ ଗର୍ବ ଅନୁଭବ କରାଅ ।"[୪] ବିଜିଙ୍ଗ ଅଲମ୍ପିକରେ ଜିତିଥିବା ଭାରତୀୟ ଲକ୍ଷବାଜ ଅଭିନବ ବିନ୍ଦ୍ରା କହିଲେ କି - "ଦୀପା କର୍ମକାର ଆପଣ ମୋ ହିରୋ ଅଟନ୍ତି ।" [୪]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Dipa Karmakar becomes 1st Indian woman gymnast to qualify for Rio Olympics". दि इकॉनोमिक टाइम्स. प्रेस ट्रस्ट ऑफ़ इंडिया. 19 April 2016. Retrieved 11 अगस्त 2016. {{cite news}}: Check date values in: |accessdate= (help)
  2. ୨.୦ ୨.୧ Naik, Shivani (18 Apr 2016). "Dipa Karmakar becomes first Indian woman gymnast to qualify for Olympics". The times of india. Retrieved 11 अगस्त 2016. {{cite web}}: Check date values in: |accessdate= (help)
  3. "Tripura's Dipa Karmakar says she is aiming for an Olympic Medal". BDNews24. 6 November 2015. Retrieved 12 अगस्त 2016. {{cite web}}: Check date values in: |accessdate= (help)
  4. ୪.୦ ୪.୧ ୪.୨ "दीपा कर्मकार का फैन हुआ क्रिकेट जगत, सहवाग बोले - धोनी हेलीकॉप्टर, तुम जम्बोजेट". Retrieved 18 अगस्त 2016. {{cite web}}: Check date values in: |accessdate= (help)