ଧ୍ୟାନଚାନ୍ଦ
ବ୍ୟକ୍ତିଗତ ସୂଚନା | |||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
ଜନ୍ମ |
୨୯ ଅଗଷ୍ଟ ୧୯୦୫
ଆଲାହାବାଦ,[୨] ଉତ୍ତର ପ୍ରଦେଶ | ||||||||||||||||||||||
ମୃତ୍ୟୁ |
୩ ଡିସେମ୍ବର ୧୯୭୯ ଦିଲ୍ଲୀ, ଭାରତ | (ବୟସ ୭୪)||||||||||||||||||||||
ଉଚ୍ଚତା | 5 ft 7 in (170 cm) | ||||||||||||||||||||||
Playing position | Forward | ||||||||||||||||||||||
Senior career | |||||||||||||||||||||||
Years | Team | Apps | (Gls) | ||||||||||||||||||||
୧୯୨୧-୧୯୫୬ | ଭାରତୀୟ ସେନାବାହିନୀ | ||||||||||||||||||||||
National team | |||||||||||||||||||||||
୧୯୨୬-୧୯୪୮ | India | {{{nationalcaps(goals)1}}} | |||||||||||||||||||||
Medal record
|
ଧ୍ୟାନ ଚାନ୍ଦ (୨୯ ଅଗଷ୍ଟ ୧୯୦୫ - ୩ ଡିସେମ୍ବର, ୧୯୭୯) ଜଣେ ଭାରତୀୟ ହକି ଖେଳାଳି ଓ ଅଧିନାୟକ ଥିଲେ । ହକି ଖେଳରେ ବିଶ୍ୱର ଜଣେ ସର୍ବକାଳୀନ ଶ୍ରେଷ୍ଠ ଖେଳାଳି ଭାବେ ତାଙ୍କର ମାନ୍ୟତା ରହିଛି । [୩] ତାଙ୍କର ଅସାଧାରଣ ହକିଷ୍ଟିକ ଚାଳନା ବଳରେ ଭାରତ ଏକଦା ବିଶ୍ୱ ହକିରେ ଆଧିପତ୍ୟ ବିସ୍ତାର କରିଥିଲା । ତାଙ୍କର କ୍ରିଡ଼ାନୈପୁଣ୍ୟ, ଏକାଗ୍ରତା ଓ ଖେଳରେ ଗୋଲସଂଖ୍ୟାକୁ ଦେଖି କ୍ରିକେଟ କିମ୍ବଦନ୍ତୀ ଡନ ବ୍ରାଡ଼ମ୍ୟାନ ଥରେ ଟିପ୍ପଣୀ ଦେଇଥିଲେ ଯେ, କ୍ରିକେଟରେ ରନ ସଂଗ୍ରହ କରିବା ଭଳି ଧ୍ୟାନଚାନ୍ଦ ହକିରେ ଗୋଲସ୍କୋର କରନ୍ତି ।[୪] ମାତ୍ର ୧୭ ବର୍ଷ ବୟସରେ ସେ ପଞ୍ଜାବ ରେଜିମେଣ୍ଟରେ ଯୋଗଦେଇ ହକି ତାଲିମ ନେଇଥିଲେ । ସୈନ୍ୟବାହିନୀରେ ଚାକିରୀରେ ଥାଇ ସେ ୧୯୨୬ରେ ନ୍ୟୁଜିଲାଣ୍ଡ ଗ୍ରସ୍ତ କରିଥିଲେ । ସେଠାରେ ସେ ନିଜର ଶହେତମ ଗୋଲ କରିଥିଲେ ।
ପରିବାର
[ସମ୍ପାଦନା]୧୯୦୫ ମସିହା ଅଗଷ୍ଟ ୨୯ ତାରିଖରେ ଉତ୍ତର ପ୍ରଦେଶର ଆଲ୍ଲାହାବାଦ (ପ୍ରୟାଗ)ଠାରେ ଏକ ରାଜପୁତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତା ସମେଶ୍ୱର ଦତ୍ତ ସିଂହ ଜଣେ ଭାରତୀୟ ସେନାବାହିନୀର ଥିଲେ ।
କ୍ରୀଡ଼ା ଜୀବନ
[ସମ୍ପାଦନା]ଧ୍ୟାନଚାନ୍ଦଙ୍କ ସମୟରେ ଭାରତୀୟ ହକିର ସୁବର୍ଣ୍ଣଯୁଗ ଥିଲା । ୧୯୨୮ରେ ନେଦରଲାଣ୍ତରେ ଆୟୋଜିତ ଅଲିମ୍ପିକ୍ସ, ୧୯୩୨ରେ ଲସ ଏଞ୍ଜେଲ୍ସ ଅଲିମ୍ପିକ୍ସ ଓ ୧୯୩୬ରେ ବର୍ଲିନ ଅଲିମ୍ପିକ୍ସରେ ଭାରତକୁ ସ୍ୱର୍ଣ୍ଣପଦକ ବିଜୟୀ କରାଇବାରେ ଧ୍ୟାନଚାନ୍ଦଙ୍କ ଭୂମିକା ଅବିସ୍ମରଣୀୟ । ୧୯୩୬ ବର୍ଲିନ ଅଲିମ୍ପିକ୍ସରେ ଜର୍ମାନୀକୁ ହରାଇ ସ୍ୱର୍ଣ୍ଣପଦକ ହାସଲ କରିବାପରେ ଆଡଲଫ ହିଟଲର ଜର୍ମାନୀ ସେନାବହିନୀରେ ଧ୍ୟାନଚାନ୍ଦଙ୍କୁ ଫିଲ୍ଡ ମାର୍ଶାଲ କରିବାକୁ ପ୍ରସ୍ତାବ ଦେଇଥିଲେ କିନ୍ତୁ ଧ୍ୟାନଚାନ୍ଦ ଧନ୍ୟବାଦ ସହ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ । ୧୯୩୬ରେ ଭାରତ ଇଂରେଜ ଶାସନରେ ଥିବା ସତ୍ତ୍ୱେ ବର୍ଲିନ ଅଲିମ୍ପିକ୍ସରେ ସେ ଇଂଲଣ୍ଡର ଜାତୀୟ ସଙ୍ଗୀତ ଗାନକୁ ବିରୋଧ କରିଥିଲେ ଓ ବନ୍ଦେ ମାତରମ ଗାଇ ନିଜ ଦେଶଭକ୍ତିର ପରିଚୟ ଦେଇଥିଲେ ।[୫][୬] ୧୯୨୮ ଆମଷ୍ଟରଡାମ ଅଲିମ୍ପିକରେ ଭାରତ ମୋଟ ୨୯ ଗୋଲ କରିଥିବା ବେଳେ ଧ୍ୟାନଚାନ୍ଦ ଦେଇଥିଲେ ୧୫ଟି ଗୋଲ । ସେହିପରି ୧୯୩୨ ଲସଏଞ୍ଜେଲ୍ସ ଅଲିମ୍ପିକରେ ୧୨ଟି ଓ ୧୯୩୬ର ବର୍ଲିନ ଅଲିମ୍ପିକରେ ୧୧ଟି ଗୋଲକରି ନିଜ ନେତୃତ୍ତ୍ୱରେ ଭାରତକୁ ହାଟ୍ରିକ ଟାଇଟଲ ବିଜୟ କରାଇଥିଲେ । ୧୯୪୭ରେ ୪୨ବର୍ଷ ବୟସରେ ସ୍ୱାଧୀନ ଭାରତ ହକି ଦଳର ଅଧିନାୟକ ଭାବେ ଏକ ଯୁବ ଦଳ ସହିତ ସେ ପୂର୍ବ ଆଫ୍ରିକା ଯାଇଥିଲେ । ସେଠାରେ ଭାରତ ୨୨ଟି ମ୍ୟାଚ ଖେଳିଥିଲା । ବ୍ୟକ୍ତିଗତ ଭାବେ ଧ୍ୟାନଚାନ୍ଦ ୬୨ଟି ଗୋଲ କରିଥିଲେ । ସେ ୧୯୪୮ ମସିହାରେ ହକିରୁ ଅବସର ନେଲେ । ୧୯୫୭ ମସିହାରେ ସେ ମେଜର ପଦରୁ ଆର୍ମିରୁ ଅବସର ନେଲେ । ୧୯୨୬ରୁ ଆରମ୍ଭ କରି ୧୯୪୮ରେ ଅବସର ନେବା ମଧ୍ୟରେ ଏକ ହଜାରରୁ ଅଧିକ ଗୋଲ ସ୍କୋର କରିଥିଲେ । ତିନୋଟି ଅଲିମ୍ପିକରେ ଭାରତର ୧୦୨ଟି ଗୋଲ ମଧ୍ୟରୁ ଧ୍ୟାନଚାନ୍ଦଙ୍କ ଥିଲା ୩୮ଟି ଗୋଲ । ତେଣୁ ତାଙ୍କୁ ଗୋଲ ମେଶିନ ବୋଲି ମଧ୍ୟ କୁହାଯାଉଥିଲା । ୧୯୭୯ ଡିସେମ୍ବର ୩ରେ ସେ ମୃତ୍ୟୁବରଣ କରିଥିଲେ ।[୪] ତାଙ୍କ ଜନ୍ମଦିନକୁ ବର୍ତ୍ତମାନ ପ୍ରତିବର୍ଷ ଭାରତରେ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳନ କରାଯାଉଛି ।
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]- ୧୯୫୭ ମସିହାରେ ତାଙ୍କୁ ପଦ୍ମ ଭୂଷଣ ଉପାଧିରେ ସମାନିତ କରାଯାଇଥିଲା ।[୪]
- ତାଙ୍କ ମୃତ୍ୟୁର ୧୬ ବର୍ଷ ପରେ ଅର୍ଥାତ ୧୯୯୫ ମସିହାରେ ଅଗଷ୍ଟ ୨୯କୁ ଜାତୀୟ କ୍ରୀଡ଼ା ଦିବସର ମାନ୍ୟତା ପ୍ରଦାନ କରାଯାଇଥିଲା ।
ଆଧାର
[ସମ୍ପାଦନା]- ↑ "Indian hockey's famous legend Dhyan Chand's resume". Mid Day. 3 December 2015. Archived from the original on 1 April 2016. Retrieved 1 April 2016.
- ↑ Dharma Raja, M.K. "HOCKEY WIZARD DHYAN CHAND REMEMBERED". Press Information Bureau. Government of India. Archived from the original on 1 April 2016. Retrieved 1 April 2016.
- ↑ "Dhyan Chand (Indian athlete)". Encyclopædia Britannica.
- ↑ ୪.୦ ୪.୧ ୪.୨ http://pib.nic.in/feature/feyr2000/faug2000/f220820002.html
- ↑ http://www.britannica.com/EBchecked/topic/105366/Dhyan-Chand
- ↑ http://books.google.co.in/books?id=Fq1wdzqhu6kC&pg=PA245&dq=major+dhyan+chand+rajput&hl=en&sa=X&ei=7_L6T-KZBpOKhQfBzvitDA&ved=0CDYQ6AEwAA#v=onepage&q=major%20dhyan%20chand%20rajput&f=false
ଅଧିକ ତଥ୍ୟ
[ସମ୍ପାଦନା]- Dhyan Chand at PeopleForever.org
- The Indian who captivated even Hitler, Qaiser Mohammad Ali, Rediff.com
- Feature: Hockey's Genius - Dhyan Chand Archived 2005-05-07 at the Wayback Machine., Rohit Brijnath, PlanetFieldHockey.com
- Gulu Ezekiel and K. Arumugam, Great Indian Olympians
- K. Arumugam, Dhyan Chand Centenary, Hockey Yearbook 2006.
- A tribute to Dhyan Chand, Rediff.com