Jump to content

ଡାସାବୁଭିର

ଉଇକିପିଡ଼ିଆ‌ରୁ
(Dasabuvirରୁ ଲେଉଟି ଆସିଛି)
ଡାସାବୁଭିର
Clinical data
Trade namesExviera
SynonymsABT-333
AHFS/Drugs.commonograph
Pregnancy
category
  • US: B (No risk in non-human studies)
    ATC code
    Legal status
    Legal status
    Identifiers
    • N-{6-[5-(2,4-Dioxo-3,4-dihydro-1(2H)-pyrimidinyl)-2-methoxy-3-(2-methyl-2-propanyl)phenyl]-2-naphthyl}methanesulfonamide
    CAS Number
    ChemSpider
    KEGG
    ChEBI
    ChEMBL
    ECHA InfoCard100.232.246 Edit this at Wikidata
    Chemical and physical data
    FormulaC26H27N3O5S
    Molar mass493.58 g/mol
    3D model (JSmol)
    • CC(C)(C)c1cc(cc(c1OC)c2ccc3cc(ccc3c2)NS(=O)(=O)C)n4ccc(=O)[nH]c4=O
    • InChI=1S/C26H27N3O5S/c1-26(2,3)22-15-20(29-11-10-23(30)27-25(29)31)14-21(24(22)34-4)18-7-6-17-13-19(28-35(5,32)33)9-8-16(17)12-18/h6-15,28H,1-5H3,(H,27,30,31)
    • Key:NBRBXGKOEOGLOI-UHFFFAOYSA-N

    ଡାସାବୁଭିର (ଇଂରାଜୀ ଭାଷାରେ Dasabuvir, ବିକ୍ରୟ ନାମ Exviera) ଏକ ଭୁତାଣୁବିରୋଧୀ ଔଷଧ (antiviral medication) ଯାହା ହେପାଟାଇଟିସ ସି ରୋଗର ଚିକିତ୍ସାରେ ଦିଆଯାଏ । ହେପାଟାଇଟିସ ସି ଟାଇପ ୧ ଭୁତାଣୁ ନିମନ୍ତେ ଏହି ଔଷଧ ସ‌ହିତ ଓମ୍ବିଟାସଭିର/ପାରିଟାପ୍ରେଭିର/ରିଟୋନାଭିର ଏକତ୍ର ଦିଆଯାଏ ।[] ଅଧିକନ୍ତୁ ରିବାଭିରିନ ମଧ୍ୟ ଦିଆଯାଇପାରେ ।[] ଏହି ମିଶ୍ରଣ ଫଳରେ ୯୦% ଲୋକ ଆରୋଗ୍ୟ ଲାଭ କରନ୍ତି । [] ଏହି ଔଷଧ ଦିନ‌କୁ ଦୁଇଥର, ୧୨ରୁ ୨୪ ସପ୍ତାହ ପର୍ଯ୍ୟନ୍ତ ପାଟିରେ ଦିଆଯାଏ । []

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ନିଦ୍ରା ସମସ୍ୟା, ଅଇ, ଗଲୁ ଓ ଥକ୍କା ଅନୁଭବ ଇତ୍ୟାଦି ଲକ୍ଷଣ ଦେଖାଯାଏ ।[] ବୃକ୍‌କ ରୋଗରେ (kidney disease) ଏହା ଦିଆଯାଇପାରେ ମାତ୍ର ଯକୃତ ଫେଲ (liver failure) ହୋଇଥିଲେ ଦେବାକୁ ମନାକରାଯାଏ । ଗର୍ଭାବସ୍ଥାରେ ଏହି ଔଷଧର କୌଣସି ପ୍ରତିକ୍ରିୟା ହୋଇଥିବାର ପ୍ରମାଣ ମିଳିନଥିଲେ ମଧ୍ୟ ଭଲ ରୂପେ ଅନୁଶୀଳନ ହୋଇନାହିଁ ।[] ଏଥିନିଲଏସ୍ଟ୍ରାଡିଅଲ l ଥିବା ଜନ୍ମନିରୋଧ ବଟିକା ସ‌ହିତ ଡାସାବୁଭିର ବ୍ୟବ‌ହାର କରିବା ଉଚିତ ନୁହେଁ ।[] ଏହା ଏଚସିଭି ଏନଏସସ ୫ବି ପଲିମରେଜ ଇନହିବିଟର (HCV NS5B polymerase inhibitor) ଶ୍ରେଣୀର ଔଷଧ ।[]

    ସନ ୨୦୧୪ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଡାସାବୁଭିର ସ୍ୱିକୃତ ହୋଇଥିଲା ।[] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ଓମ୍ବିଟାସଭିର, ପାରିଟାପ୍ରେଭିର ଓ ରିଟୋନାଭିର ଔଷଧମାନଙ୍କ ସ‌ହିତ ଏକତ୍ର ଦେବାକୁ ଫୁଡ ଆଣ୍ଡ ଡ୍ରଗ ଆଡମିନିସ୍ଟ୍ରେସନଦ୍ୱାରା (Food and Drug Administration) ସ୍ୱୀକୃତିପ୍ରାପ୍ତ ହୋଇଛି ।[] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧ ମିଶ୍ରଣର ଖର୍ଚ୍ଚ ୧୨ ସପ୍ତାହରେ ୮୩,୩୧୯ ଓ ୨୪ ସପ୍ତାହର ଖର୍ଚ୍ଚ ୧୬୬, ୬୩୮ ଆମେରିକୀୟ ଡଲାର ।[] ସନ ୨୦୧୫ରେ ଏହି ଔଷଧ ପୃଥିବୀରେ ଅନେକ ସ୍ଥାନରେ ମିଳେନାହିଁ ।[]

    1. 1 2 3 4 5 "Viekira Pak". The American Society of Health-System Pharmacists. Retrieved 8 December 2016.
    2. 1 2 "Ombitasvir-Paritaprevir-Ritonavir and Dasabuvir (Viekira Pak) - Treatment - Hepatitis C Online". www.hepatitisc.uw.edu. Retrieved 2016-11-09.
    3. 1 2 3 "European Medicines Agency - Find medicine - Exviera". www.ema.europa.eu. 24 May 2016. Archived from the original on 2016-11-10. Retrieved 2016-11-09.
    4. Časar, Zdenko (2016). Synthesis of Heterocycles in Contemporary Medicinal Chemistry (in ଇଂରାଜୀ). Springer. p. 92. ISBN 9783319399171.
    5. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
    6. The selection and use of essential medicines: Twentieth report of the WHO Expert Committee 2015 (including 19th WHO Model List of Essential Medicines and 5th WHO Model List of Essential Medicines for Children) (PDF). World Health Organization. 2015. p. 73. ISBN 9789241209946. Retrieved 10 December 2016.