କ୍ରିଜାନଲିଜୁମାବ

ଉଇକିପିଡ଼ିଆ‌ରୁ
(Crizanlizumabରୁ ଲେଉଟି ଆସିଛି)
କ୍ରିଜାନଲିଜୁମାବ
Monoclonal antibody
TypeWhole antibody
SourceHumanized
Targetselectin P
Clinical data
Trade namesAdakveo, Ryverna, others
SynonymsSEG101, SelG1, crizanlizumab-tmca
AHFS/Drugs.commonograph
MedlinePlusa620010
data
Pregnancy
category
Routes of
administration
Intravenous
Legal status
Legal status
Chemical and physical data
FormulaC6458H9948N1712O2050S58
Molar mass୧,୪୬,୨୩୨.୦୪ g·mol−1

କ୍ରିଜାନଲିଜୁମାବ (ଇଂରାଜୀ ଭାଷାରେ Crizanlizumab), ଅନ୍ୟମାନଙ୍କ ମଧ୍ୟରେ ଆଡାକ୍ଭୋ ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ସିକ୍ଲ ସେଲ୍ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [୩] ନିର୍ଦ୍ଦିଷ୍ଟ ଭାବରେ ଏହା ୧୫ ବର୍ଷରୁ ଅଧିକ ବୟସର ଲୋକଙ୍କ ମଧ୍ୟରେ ସିକ୍ଲ ସେଲ୍ ରୋଗ ଜନିତ ଭାସୋ-ଅକ୍ଲୁସିଭ୍ ସଙ୍କଟର ଆବୃତ୍ତି ହ୍ରାସ କରିବାକୁ ବ୍ୟବହୃତ ହୁଏ ।[୩] ଏହା ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୩]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଗଣ୍ଠି ଯନ୍ତ୍ରଣା, ଅଇ, ଜ୍ୱର ଏବଂ ପେଟ ଯନ୍ତ୍ରଣା ଅନ୍ତର୍ଭୁକ୍ତ ହୋଇପାରେ ।[୪] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅନ୍ତର୍ନିଧାନ ବା ଇନଫ୍ୟୁଜନ୍ ପ୍ରତିକ୍ରିୟା ହୋଇପାରେ ।[୩] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୩] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ପି-ସିଲେକ୍ଟିନ ସ‌ହିତ ସଂଯୁକ୍ତ ହୋଇ ଅବରୋଧ କରିଥାଏ, ଯାହା ଯୋଗୁ ରକ୍ତବାହୀ ନଳୀ ଭିତରର କୋଷଗୁଡ଼ିକର ସଂଲଗ୍ନ ହେବାକୁ ହ୍ରାସ କରିଥାଏ ।[୪]

୨୦୧୯ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୨୦ରେ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ କ୍ରିଜାନଲିଜୁମାବ ଅନୁମୋଦିତ ହୋଇଥିଲା ।[୩] [୪] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ୧୦ ମିଗ୍ରାର ଏହି ଔଷଧର ମୂଲ୍ୟ ପ୍ରାୟ ୧୦୦୦ ପାଉଣ୍ଡ ଥିଲା ।[୫] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ପ୍ରାୟ ୨୪୦୦ ଡଲାର ଅଟେ ।[୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ "AusPAR: Crizanlizumab". Therapeutic Goods Administration (TGA). 24 August 2021. Archived from the original on 4 September 2021. Retrieved 4 September 2021.
  2. ୨.୦ ୨.୧ "Adakveo". Therapeutic Goods Administration (TGA). 16 April 2021. Archived from the original on 6 September 2021. Retrieved 6 September 2021.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ "DailyMed - ADAKVEO- crizanlizumab injection". dailymed.nlm.nih.gov. Archived from the original on 8 May 2021. Retrieved 7 January 2022.
  4. ୪.୦ ୪.୧ ୪.୨ "Adakveo". Archived from the original on 14 November 2021. Retrieved 7 January 2022.
  5. "Crizanlizumab". SPS - Specialist Pharmacy Service. 6 December 2016. Archived from the original on 11 January 2022. Retrieved 7 January 2022.
  6. "Crizanlizumab Prices and Crizanlizumab Coupons - GoodRx". GoodRx. Retrieved 7 January 2022.