ଖ୍ରୀଷ୍ଟିୟାନ ହାସପାତାଳ, ବିଷମ କଟକ

ଉଇକିପିଡ଼ିଆ‌ରୁ
(Christian Hospital, Bissam Cuttackରୁ ଲେଉଟି ଆସିଛି)
ଖ୍ରୀଷ୍ଟିୟାନ ହସପିଟାଲ, ପ୍ରସବ ବିଭାଗ ବିଷମ କଟକ

ଖ୍ରୀଷ୍ଟିୟାନ ହସପିଟାଲ, ବିଷମ କଟକ ହେଉଛି ରାୟଗଡା ଜିଲ୍ଲାର ଏକ ମୁଖ୍ୟ ମିଶନାରୀ ହାସପାତାଳ । ଏଥି ସହ ଏହା ଓଡ଼ିଶା ଭଳି ପଛୁଆ ରାଜ୍ୟରେ ଥିବା ଭାରତୀୟ ରେଳଦ୍ୱାରା ସ୍ୱିକୃତି ପ୍ରାପ୍ତ ଏକମାତ୍ର ବେସରକାରୀ ହାସପାତାଳ ମଧ୍ୟ[୧] । ବର୍ତ୍ତମାନ ଏହି ହାସପାତାଳଟି ସାଧାରଣ, ଅସ୍ଥିଶଲ୍ୟ, ଔଷଧ, ଚକ୍ଷୁ, ଦନ୍ତ, ସାଙ୍ଗକୁ ନର୍ସିଂ ଶିକ୍ଷା କ୍ଷେତ୍ରରେ ମଧ୍ୟ ସେବା ପ୍ରଦାନ କରୁଅଛି । ମିତ୍ରା MITRA (Madsen's Institute for Tribal and Rural Advancement) ନାମରେ ଏକ ଗୋଷ୍ଠୀ ସ୍ୱାସ୍ଥ୍ୟ ସେବା ଯୋଜନା ଜରିଆରେ ଏହା ଆଖପାଖ ଅଞ୍ଚଳର ଗରୀବ ଲୋକଙ୍କ ସ୍ୱାସ୍ଥ୍ୟର ଯତ୍ନ ନେଉଅଛି[୨] । ହାସପାତାଳ ପରିସରରେ ଏକ ସ୍ୱୀକୃତିପ୍ରାପ୍ତ ନର୍ସିଂ ବିଦ୍ୟାଳୟ ମଧ୍ୟ ରହିଛି[୩]

ଇତିହାସ[ସମ୍ପାଦନା]

ଖ୍ରୀଷ୍ଟିୟାନ ହାସପାତାଳ, ବିଷମ କଟକ (CHB ଭାବେ ଜଣାଶୁଣା) ୧୯୫୪ ମସିହାରେ ଏଠାକାର ଏକ ଚର୍ଚ୍ଚର ବାରଣ୍ଡାରେ ଡେନିସ ମିଶନାରୀ ଡଃ ଲିଜ ମେଡସେନଙ୍କ୍( ୧୯୧୩-୧୯୯୧)ଦ୍ୱାରା ଆରମ୍ଭ ହୋଇଥିଲା । ଦୀର୍ଘ ୧୧ ବର୍ଷକାଳ ସେ ଏହାକୁ ଚଳାଇବାପରେ ଏକ ଉପଯୁକ୍ତ ଉତ୍ତରାଧିକାରୀଙ୍କ ସନ୍ଧାନ କରୁ କରୁ ସେ ଶ୍ରୀ ଓ ଶ୍ରୀମତୀ ହେନେରୀଙ୍କୁ ପାଇଲେ । ନାନସି ଲଟ ଭାରତରେ କାମ କରୁଥିବା ବେଳେ ତାଙ୍କର ଦେଖା ହୁଏ ବିରେନ୍ଦ୍ର କୁମାର ହେନେରୀଙ୍କ ସହ ଓ ଉଭୟେ ବିବାହ କରନ୍ତି । ଡଃ ମାଡସେନଙ୍କ ଅନୁରୋଧ କ୍ରମେ ଉଭୟେ ଏହି ହାସପାତାଳର ଦାଯୀତ୍ୱ ନେଲେ । ଅନେକ ଦିନ ଏଠାରେ କାର୍ଯ୍ୟ କରିବା ପରେ ହେନେରୀ ଦମ୍ପତି ମୁଙ୍ଗେଲିରେ ଥିବା ମିଶନାରୀ ହାସପାତାଳରେ ଏବେ କାର୍ଯ୍ୟରତ[୪] । ବର୍ତ୍ତମାନ ଏହି ହାସପତାଳର ନିଜସ୍ୱ ଗୃହ ସହିତ ବହିର୍ବିଭାଗର ମଧ୍ୟ ସଂପ୍ରସାରଣ ହୋଇଛି । ଏହି ହାସପାତାଳଟି ଏକ ବିନାଲାଭକାରୀ ସଂସ୍ଥା ଭାବେ ପରିଗଣିତ । ନିକଟରେ (୨୦୦୪ ମସିହାରେ) ଏହାର ହୀରକ ଜୟନ୍ତି ପାଳିତ ହୋଇଯାଇଛି[୫] । ଉକ୍ତ ହାସପାତାଳର ବିଶେଷତ୍ୱଗୁଡ଼ିକ ହେଲା:

  • ଏହା ଓଡ଼ିଶାର ଏକମାତ୍ର ହାସପାତାଳ ଯେଉଁଠି ୧୯୯୨ ମସିହାରେ ରକ୍ତଦାନକାରିଙ୍କର HIV ଯାଞ୍ଚ କରିବା ଆରମ୍ଭ ହୋଇଥିଲା ।
  • ଓଡ଼ିଶାର ଏହା ଏକମାତ୍ର ହାସପାତାଳ ଯେଉଁଠି Neonatal care ନିମନ୍ତେ ଇନ୍‌କ୍ୟୁବେଟର୍‌ର୍ ପ୍ରଚଳନ ଆରମ୍ଭ କରାଯାଇଥିଲା ।
  • ଓଡ଼ିଶାର ଏହା ଏକମାତ୍ର ହାସପାତାଳ ଯେଉଁଠି ନିଜ ସହଯୋଗରେ ଏକ ଗୋଷ୍ଠିଗତ ମାଲେରିଆ ନିରାକରଣ ଯୋଜନାର ଚାଲୁ କରାଯାଇଥିଲା ।

ଆଧାର[ସମ୍ପାଦନା]

  1. List of private recognized hospitals by Indian railways as on 2007"
  2. "" Mitra-Community Health Deptt. of CHB"" (PDF). Archived from the original (PDF) on 2014-04-13. Retrieved 2014-10-07.
  3. ""School of Nursing at CHB"". Archived from the original on 2021-02-16. Retrieved 2014-10-07.
  4. "Mungeli Christian Hospital"
  5. "Christian Hospital, Bissam Cuttack at 50 years vide"

ଅଧିକ ତଥ୍ୟ[ସମ୍ପାଦନା]

ବାହାର ଲିଂକ[ସମ୍ପାଦନା]