ଚାର୍ମି କୌର
ଚାର୍ମି କୌର | |
---|---|
ଜନ୍ମ | ହାଇଦ୍ରାବାଦ, ଆନ୍ଧ୍ର ପ୍ରଦେଶ, ଭାରତ | ୧୭ ମଇ ୧୯୮୭
ବୃତ୍ତିସମୂହ |
|
ସକ୍ରିୟ ବର୍ଷ | ୨୦୦୨–ଏବେଯାଏଁ |
ୱେବସାଇଟ | charmmekaur |
ଚାର୍ମି କୌର (ଜନ୍ମ: ୧୭ ମଇ ୧୯୮୭[୧]) ଜଣେ ଭାରତୀୟ ଅଭିନେତ୍ରୀ ଏବଂ ପ୍ରଯୋଜିକା, ଯିଏକି ମୁଖ୍ୟତଃ ତେଲୁଗୁ କଥାଚିତ୍ର ଜଗତରେ ଅଭିନୟ କରିବା ସହିତ ତାମିଲ, ମାଲାୟଲମ୍, କନ୍ନଡ଼ ଏବଂ ହିନ୍ଦୀ କଥାଚିତ୍ର ଜଗତରେ କାର୍ଯ୍ୟ କରନ୍ତି ।[୨][୩] ସେ ଚାଳିଶିରୁ ଅଧିକ କଥାଚିତ୍ରରେ ଅଭିନୟ କରିଛନ୍ତି ।
୨୦୦୨ ମସିହାରେ ସେ ତେଲୁଗୁ ସମେତ ତାମିଲ ଓ ମାଲାୟଲମ୍ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ସେହି ବର୍ଷ ଏକ ହିନ୍ଦୀ କଥାଚିତ୍ରରେ ଅତିଥି କଳାକାର ଭାବରେ ଏକ ଛୋଟ ଭୂମିକାରେ ଅଭିନୟ କରିଥିଲେ । ୨୦୦୪ ମସିହାରେ ତାଙ୍କ ଅଭିନୀତ ତେଲୁଗୁ କଥାଚିତ୍ର ମାସ୍ ହିଟ୍ ହୋଇଥିଲା ଏବଂ ୨୦୦୭ ମସିହାରେ ସେ କନ୍ନଡ଼ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ ।
୨୦୦୫ ମସିହାରେ ତାଙ୍କ ଅଭିନୀତ ସୁପରହିଟ୍ ତେଲୁଗୁ କଥାଚିତ୍ର ଅନୁକୋକୁଣ୍ଡା ଓକା ରୋଜୁ ପାଇଁ ତାଙ୍କୁ ସିନେମା' ଆୱାର୍ଡ଼ସ୍ ଓ ନନ୍ଦି ଆୱାର୍ଡ଼ସ୍ରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିବା ସହିତ ଫିଲ୍ମଫେୟାର୍ ତେଲୁଗୁ ପୁରୁସ୍କାର ଉତ୍ସବରେ ତାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ମନୋନୀତ କରାଯାଇଥିଲା । ୨୦୦୭ ମସିହାରେ ତାଙ୍କ ଅଭିନୀତ କଥାଚିତ୍ର ମନ୍ତ୍ରା ପାଇଁ ତାଙ୍କୁ ନନ୍ଦି ଆୱାର୍ଡ଼ସ୍ରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଥିଲା ।[୪][୫] ୨୦୧୧ ମସିହାରେ ଚର୍ଚ୍ଚିତ ହିନ୍ଦୀ କଥାଚିତ୍ର ବୁଢ଼ା ହୋଗା ତେରା ବାପ୍ରେ ସେ ହିନ୍ଦୀ କଥାଚିତ୍ର ଜଗତର ଜଣାଶୁଣା ଅଭିନେତା ଅମିତାଭ ବଚ୍ଚନଙ୍କ ସହିତ ଅଭିନୟ କରିଥିଲେ ।[୬][୭][୮]
ଜନ୍ମ ଓ ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ଚାର୍ମି ୧୯୮୭ ମସିହାର ମଇ ୧୭ ତାରିଖରେ ହାଇଦ୍ରାବାଦଠାରେ ଜନ୍ମଗ୍ରହଣ କରିଥିଲେ ।
ଅଭିନୟ ଜୀବନ
[ସମ୍ପାଦନା]ଚାର୍ମି ୨୦୦୨ ମସିହାରେ ସେ ତେଲୁଗୁ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ହେଉଛି ନୀ ତୋଡ଼ୁ କାବାଲି, ଯେଉଁଥିରେ ସେ ମାତ୍ର ୧୫ ବର୍ଷ ବୟସରେ ଜଣେ ଗୃହିଣୀ ଭୂମିକାରେ ଅଭିନୟ କରିଥିଲେ ।[୯] ଏହି ଚଳଚ୍ଚିତ୍ରଟି ବ୍ୟବସାୟିକ ସଫଳତା ପାଇନଥିଲେ ମଧ୍ୟ ଦକ୍ଷିଣ ଭାରତୀୟ କଥାଚିତ୍ର ଜଗତରୁ ତାଙ୍କୁ ଅନେକ ଅଭିନୟ ସୁଯୋଗ ମିଳିଥିଲା । ସେହି ବର୍ଷ ସେ ତାମିଲ ଓ ମାଲାୟଲମ୍ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ ଏବଂ ଏକ ହିନ୍ଦୀ କଥାଚିତ୍ର, ମୁଝେ ଦୋସ୍ତି କରୋଗେରେ ମଧ୍ୟ ଅତିଥି କଳାକାର ଭାବରେ କାର୍ଯ୍ୟ କରିଥିଲେ ।
ପୁରସ୍କାର
[ସମ୍ପାଦନା]- ୨୦୧୨: ମଙ୍ଗଳା ପାଇଁ ନନ୍ଦୀ ସ୍ୱତନ୍ତ୍ର ଜୁରି ପୁରସ୍କାର
- ୨୦୦୭: ମନ୍ତ୍ରା ପାଇଁ ନନ୍ଦି ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର[୧୦]
- ୨୦୦୫: ଅନୁକୋକୁଣ୍ଡା ଓକା ରୋଜୁ ପାଇଁ ସାନ୍ତୋଷମ୍ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର
- ୨୦୦୫: ଅନୁକୁକୁଣ୍ଡା ଓକା ରୋଜୁଙ୍କ ପାଇଁ ସିନେମା' ଶ୍ରେଷ୍ଠ ଅଭିନେତ୍ରୀ (ଜୁରି) ପୁରସ୍କାର
- ୨୦୧୬: ଜ୍ୟୋତି ଲକ୍ଷ୍ମୀ ପାଇଁ ସିନେମା' ଶ୍ରେଷ୍ଠ ଅଭିନେତ୍ରୀ (ଜୁରି) ପୁରସ୍କାର
- ୨୦୧୬: ଜ୍ୟୋତି ଲକ୍ଷ୍ମୀ ପାଇଁ ଜି ତେଲୁଗୁ ଆପସରା ପୁରସ୍କାର (ଜୁରି)
- ୨୦୨୦: ଇସ୍ମାର୍ଟ ଶଙ୍କର ପାଇଁ ଜି ସିନେ ଆୱାର୍ଡ଼ସ୍ର ଶ୍ରେଷ୍ଠ ତେଲୁଗୁ ପ୍ରେଯୋଜିକା
ଆଧାର
[ସମ୍ପାଦନା]- ↑ "Charmy turns 18 Maneckji Cooper Education Trust School, Mumbai". Archived from the original on 24 September 2018. Retrieved 2006-11-12.
- ↑ "'Bbuddah..Hoga Tera Baap' Review: Big B Redefined!!". greatandhra.com. Archived from the original on 4 July 2011. Retrieved 7 July 2011.
- ↑ "Many filmy twists and salvation, finally". The Hindu. Archived from the original on 23 March 2020. Retrieved 25 December 2015.
- ↑ "CCL Telugu Warriors Brand Ambassadors 2016". CCL 2016. Archived from the original on 26 August 2018. Retrieved 25 December 2015.
- ↑ "Charmy is not just a run-of-the-mill actress; here's why she's a hero in Tollywood". Folomojo. Archived from the original on 4 March 2016. Retrieved 25 December 2015.
- ↑ "Charmi impressed by a Hollywood Star". tollywoodshow.com. Archived from the original on 11 June 2017. Retrieved 5 November 2015.
- ↑ Y. Sunita Chowdhury. "For the election season". The Hindu. Archived from the original on 19 April 2014. Retrieved 18 April 2014.
- ↑ "Archived copy". Archived from the original on 26 July 2017. Retrieved 24 July 2017.
{{cite web}}
: CS1 maint: archived copy as title (link) - ↑ "Interview with Charmy". idlebrain.com. Archived from the original on 1 February 2010. Retrieved 2009-09-27.
- ↑ "Nandi awards 2007 announced - Telugu cinema news". idlebrain.com. Archived from the original on 31 May 2015. Retrieved 16 January 2009.
ବାହାର ଆଧାର
[ସମ୍ପାଦନା]- Official website
- ଇଣ୍ଟରନେଟ ମୁଭି ଡାଟାବେସରେ ଚାର୍ମି କୌର