ଚାର୍ଲସ ଡାରଉଇନ

ଉଇକିପିଡ଼ିଆ ରୁ
Jump to navigation Jump to search
ଚାର୍ଲସ ଡାରଉଇନ
Three quarter length studio photo showing Darwin's characteristic large forehead and bushy eyebrows with deep set eyes, pug nose and mouth set in a determined look. He is bald on top, with dark hair and long side whiskers but no beard or moustache. His jacket is dark, with very wide lapels, and his trousers are a light check pattern. His shirt has an upright wing collar, and his cravat is tucked into his waistcoat which is a light fine checked pattern.
ଚାର୍ଲସ ଡାରଉଇନ ୪୫ ବର୍ଷ ବୟସରେ
ଜନ୍ମ ଓ ଜନ୍ମସ୍ଥାନ
ଚାର୍ଲସ ରବର୍ଟ ଡାରଉଇନ

୧୨ ଫେବୃଆରୀ ୧୮୦୯(1809-02-12)
ଯୁକ୍ତରାଜ୍ୟ ବ୍ରିଟେନ୍
ମୃତ୍ୟୁ୧୯ ଅପ୍ରେଲ ୧୮୮୨ (୭୩ ବର୍ଷ)
ଯୁକ୍ତରାଜ୍ୟ ବ୍ରିଟେନ୍
ଘରଇଂଲଣ୍ଡ୍
ଜାତୀୟତାବ୍ରିଟିଶ
ନାଗରିକତାବ୍ରିଟିଶ
ଶିକ୍ଷାନୁଷ୍ଠାନଏଡିନବର୍ଗ୍ ବିଶ୍ୱବିଦ୍ୟାଳୟ ,କେମ୍ରିଜ୍ ବିଶ୍ୱବିଦ୍ୟାଳୟ
ପ୍ରସିଦ୍ଧିବିବର୍ତ୍ତନ ମତବାଦ, The origin of speciesର ରଚନା
ଜୀବନସାଥିଏମ୍ମା ଡାରଉଇନ
ପୁରସ୍କାରରୟେଲ ମେଡାଲ ,୧୮୫୩
ବିଜ୍ଞାନୀ ଜୀବନ
କ୍ଷେତ୍ରପ୍ରକୃତିବିଦ୍
କର୍ମାନୁଷ୍ଠାନଜିଓଲୋଜିକଲ ସୋସାଇଟି ଅଫ୍ ଇଂଲଣ୍ଡ୍
ଆଦର୍ଶଯୋସେଫ୍ ଡାଲଟନ୍ ହୁକର୍
ଦସ୍ତଖତ
"Charles Darwin", with the surname underlined by a downward curve that mimics the curve of the initial "C"

ଚାର୍ଲସ୍ ଡାରଉଇନ୍ ହେଉଛନ୍ତି ବିଶ୍ୱବିଖ୍ୟାତ ପ୍ରକୃତିବାଦୀ ଏବଂ ଭୂତତ୍ତ୍ୱବିଜ୍ଞାନୀ | “ବିବର୍ତ୍ତନବାଦ"ର ପୁରୋଧା ଭାବେ ସେ ଅଶେଷ ଖ୍ୟାତ | ସେ ପ୍ରଥମେ ପ୍ରମାଣିତ କରିଥିଲେ ଯେ ପୃଥିବୀର ପ୍ରତ୍ୟେକ ଶ୍ରେଣୀର ପ୍ରାଣୀର ପୁର୍ବଜ ହେଉଛନ୍ତି ଏକ ଅର୍ଥାତ ପ୍ରତ୍ୟେକ ପ୍ରାଣୀର ସୃଷ୍ଟି ଗୋଟିଏ ପ୍ରାଣୀରୁ ହୋଇଅଛି | ଯୁଗ୍ମ ଭାବେ ଡାରଉଇନ୍ ଏବଂ ଆଲଫ୍ରେଡ୍ ରସେଲ୍ ୱାଲେସ ଏକ ବୈଜ୍ଞାନିକ ମତପୋଷଣ କରିଥିଲେ ଯେଉଁଥିରେ ସେ ଦର୍ଶାଇ ଥିଲେ ଯେ ବିବର୍ତ୍ତନବାଦର ଶାଖା ପ୍ରଶାଖାର ନିମନ୍ତେ "ପ୍ରାକୃତିକ ଚୟନ(ନାଚୁରାଲ୍ ସିଲେକ୍ସନ୍ )" ଦାୟୀ |୧୮୫୯ ମସିହାରେ ସେ ଏକ ପୁସ୍ତକ ପ୍ରକାଶ କରିଥିଲେ ଯାହାର ନାମ ଥିଲା "ଅନ୍ ଦି ଅରିଜିନ୍ ଅଫ୍ ସ୍ପେସିଜ୍ '| ଏହି ପୁସ୍ତକଟି ବୈଜ୍ଞାନିକ ସମୁଦାୟ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ଖୁବ୍ ଲୋକପ୍ରିୟ ହୋଇପାରିଥିଲା | ୧୮୭୦ ମସିହା ସୁଦ୍ଧା ବିବର୍ତ୍ତନବାଦକୁ ସମସ୍ତେ ଆପଣେଇପାରିଥିଲେ | ଡାରଉଇନଙ୍କ ବୈଜ୍ଞାନିକ ମତ ପ୍ରାଣୀ ବିଜ୍ଞାନକୁ ଏକ ନୂତନ ଦିଗନ୍ତ ପ୍ରଦାନ କରିଥିଲା | ଏହା ମଧ୍ୟ ଜୀବନର ବିବିଧତାକୁ ଅନେକ ପରିମାଣରେ ବୁଝାଇବାରେ ସକ୍ଷମ ହୋଇପାରିଥିଲା |

ବାଲ୍ୟ ଜୀବନ ଏବଂ ଶିକ୍ଷା[ସମ୍ପାଦନା]

ଡାରଉଇନଙ୍କ ଜନ୍ମ ୧୨ ଫେବୃୟାରୀ ୧୮୦୯ ମସିହାରେ ଏକ ଧନୀ ପରିବାରେ ଶ୍ରୀଉବରୀ,ଶ୍ରୋଫଶାୟର୍,ଇଂଲଣ୍ଡରେ ହୋଇଥିଲା |ପିତା ରର୍ବଟ ଡାରଉଇନ୍ ଏବଂ ମାତା ସୁଶାନା ଡାରଉଇନ୍ ୬ ଜଣ ସନ୍ତାନସନ୍ତତି ମଧ୍ୟେ ସେ ପଂଚମ ସନ୍ତାନ ଥିଲେ |ଡାରଉଇନଙ୍କ ପିତା ଜଣେ ଚିକିସ୍ଚକ ଥିଲେ| ଛୋଟ ବେଳୁ ଚାର୍ଲ୍ସ୍ଙ୍କ ପ୍ରାକୃତିକ ବିଜ୍ଞାନରେ ଥିଲା |୧୮୨୫ ମସିହାରେ ସେ ପିତାଙ୍କ ଅଧିନରେ ଡାକ୍ତରୀ ସେବା ଆରମ୍ଭ୍ କଲେ | କିନ୍ତୁ ଡାକ୍ତରୀ ପଢା ଠାରୁ ତାହାଙ୍କର ମନ ପ୍ରକୃତିରେ ଥିଲା ଯାହା ନିମନ୍ତେ ଡାକ୍ତରୀ ପଢାରେ ଅବହେଳା ହେଲା | ୟୁନିଭର୍ସିଟି ଅଫ୍ କାମ୍ବ୍ରିଜ୍( ଖ୍ରୀଷ୍ଟ୍ କଲେଜ୍ )ରେ ଅଧ୍ୟୟନ ତାହାଙ୍କୁ ପ୍ରାକୃତିକ ବିଜ୍ଞାନରେ ଅଧିକ ଉତ୍ସାହିତ କରିଥିଲା | ଏଚ୍ .ଏମ୍ .ଏସ୍ ବିଗଲ୍ରେ ୫ ବର୍ଷୀୟା ସାମୁଦ୍ରିକ ଯାତ୍ରା ତାହାଂକୁ ଜଣେ ସୁପରିଚିତ ଭୂବୈଜ୍ଞାନିକ ରୂପେ ଅଧିସ୍ଥାନ କରିବାରେ ସହାୟ ହୋଇଥିଲା | ଜୀବଜନ୍ତୁ ଏବଂ ସେମାନଙ୍କର ଭଗ୍ନାବଶେଷର ଭୌଗଳିକ ବିବଣ୍ଟନରେ ଡାରଉଇନ୍ ବିଶେଷ ଭାବେ ଅନୁପ୍ରାଣିତ ହୋଇଥିଲେ ଏବଂ ସେ ବିଷୟରେ ଗବେଷଣା ଆରମ୍ଭ କରିଥିଲେ | ୧୮୩୮ ମସିହାରେ ସେ "ଥିଓରି ଅଫ୍ ନାଚୁରାଲ୍ ସିଲେକ୍ସନ୍"ର ଘୋଷଣା କରିଥିଲେ |

ଏଚ୍ଏମ୍ଏସ୍ ବିଗଲରେ ସାମୁଦ୍ରିକ ଯାତ୍ରା[ସମ୍ପାଦନା]

ଡାରଉଇନ୍ ତାଙ୍କ ବିଖ୍ୟାତ ସାମୁଦ୍ରିକ ଯାତ୍ରା ୨୭ ଡିସେମ୍ବେର୍ ୧୮୩୧ରେ ଆରମ୍ଭ କରିଥିଲେ | ସେ ୫ ବର୍ଷ ଭ୍ରମଣ କରିଥିଲେ | ଡାରଉଇନ୍ ୫ ବର୍ଷ ମଧ୍ୟରେ ଅନେକାଂଶ ସମୟ ଭୂତତ୍ତ୍ୱ ଏବଂ ସାମୁଦ୍ରିକ ଜୀବମାନଂକ ଉପରେ ଗବେଷଣା କରିବାରେ ଅତିବାହିତ କରିଥିଲେ | ଏହିସବୁ ବିଷୟ ପରେ ପୁସ୍ତିକା "ଅନ୍ ଦି ଅରିଜିନ୍ ଅଫ୍ ସ୍ପେସିଜ୍"ର ରୂପରେଖ ନେଇଥିଲା | ଏଚ୍ଏମ୍ଏସ୍ ବିଗଲ୍ ଜାହାଜ ଦକ୍ଷିଣ ଅମେରିକାର ସମୁଦ୍ରତଟ ଭ୍ରମଣ କରିଥିଲା |ଏହି ସାମୁଦ୍ରିକ ଯାତ୍ରା ଡାରଉଇନ୍ କଂ ସାମାଜିକ ,ରାଜନୈତିକ ଏବଂ ମାନବବିଜ୍ଞାନ ବିଚାରଧାରାକୁ ଅତିମାତ୍ରାରେ ପ୍ରଭାବିତ କରିଥିଲା |

ଗବେଷଣା[ସମ୍ପାଦନା]

ଇଂଲଣ୍ଡ୍ ପ୍ରତ୍ୟାବର୍ତନ କରିବା ବେଳକୁ ଡାରଉଇନ୍ ଅନେକ ଖ୍ୟାତି ଅର୍ଜନ କରିସାରିଥିଲେ | ୧୮୩୬ ମସିହା ମଧ୍ୟ ଡିସେମ୍ବେର୍ରେ ସେ କ୍ୟାମ୍ବ୍ରିଜ୍ରେ ସେ ନିଜର ପତ୍ରିକା ରଚନା କରିବା ଆରମ୍ଭ କରିଥିଲେ | ଡାରଉଇନ୍ ତାଙ୍କ ଗବେଷଣା ପାଇଁ ଜିଓଗ୍ରାଫିକାଲ୍ ସୋସାଇଟିର ସଭ୍ୟଭାବେ ନିର୍ବାଚିତ ହୋଇଥିଲେ | ଡାରଉଇନ୍ ଅନୁମାନ କରିଥିଲେ ଯେ "ଗୋଟିଏ ପ୍ରଜାତି ଅନ୍ୟ ଏକ ପ୍ରଜାତିକୁ ପରିବର୍ତିତ ହେଉଛି "| ଏହା ରିଆ ପକ୍ଷୀ ଏବଂ ମାକ୍ରୋଚେନିଆ ପ୍ରଜାତିର ଭୌଗଳିକ ବିତରଣକୁ ବୁଝାଇବାରେ ସହାୟ ହେଇଥିଲା | ଅନ୍ୟ ଏକ ପୁସ୍ତକରେ ସେ ପରିବର୍ତିତ ପରିବେଶ ସହ ଖାପଖୁଇବା ପାଇଁ ପ୍ରଜାତିର ପରିବର୍ତନ ହେଉଛି ବୋଲି ଦର୍ଶାଇଥିଲେ |ଏହା ଗାଲାପାଗୋସ କଇଁଛ, ମକିଂଗବର୍ଡ଼ ଏବଂ ରିଆ ପକ୍ଷୀର ପରିବର୍ତନକୁ ବୁଝାଇବାରେ ସକ୍ଷମ ହୋଇଥିଲା | "ଅନ୍ ଦି ଅରିଜିନ୍ ଅଫ୍ ସ୍ପେସିଜ୍ " ପ୍ରକାଶନ ଅଭୁତପୁର୍ବ ସଫଳତା ପାଇଲା | ଡାରଉଇନ୍ ନିଜ ସିଦ୍ଧାନ୍ତ ଏହି ରୂପେ ଉପସ୍ଥାପନା କରିଥିଲେ,”ଯେହେତୁ ଅଧିକରୁ ଅଧିକ ସଂଖ୍ୟକ ପ୍ରାଣୀ ପ୍ରତ୍ୟେକ ପ୍ରଜାତିରୁ ଜନ୍ମ ନେଉଛନ୍ତି ପ୍ରତ୍ୟେକ ପ୍ରାଣୀ ଜୀବନଯାପନ ପାଇଁ ସମାନ ପରିବେଶରେ ସଂଘର୍ଷ କରୁଛନ୍ତି (struggle for existence)|ଯଦିଓ କୌଣସି ପ୍ରାଣୀର ସାମାନ୍ୟ ଭାବରେ କୌଣସି କାର୍ଯ୍ୟରେ ଅଗ୍ର ତେବେ ସେହି ପ୍ରାଣୀର ବଂଚିବାର ସମ୍ଭାବନା ସେହି ପରିବେଶରେ ଅନ୍ୟ ମାନଂକ ଠାରୁ ଅଧିକ | ତେଣୁ ସେହି ବଛାଯାଇଥିବା ପ୍ରାଣୀ ଏକ ନୂଆ ତଥା ପରିବର୍ତିତ ରୂପ ଧାରଣ କରିବା ଦିଗରେ ଅଗ୍ରସର ହେବ (natural selection)|”

ପୁସ୍ତକ ଉପରେ ପ୍ରତିକ୍ରିୟା[ସମ୍ପାଦନା]

"ଅନ୍ ଦି ଅରିଜିନ୍ ଅଫ୍ ସ୍ପେସିଜ୍ " ଉପରେ ଅନ୍ତର୍ଜାତିକ ପ୍ରତିକ୍ରିୟା ପ୍ରକାଶ ପାଇଲା | ଖରାପ ସ୍ୱାସ୍ଥ୍ୟ ଡାରଉଇନ୍କୁ ସାର୍ବଜନିକ ଜନମାନସରୁ ଦୁରେଇ ରଖିଥିଲା କିନ୍ତୁ ସେ ବୈଜ୍ଞାନିକ ପ୍ରତିକ୍ରିୟା ,ସମ୍ବାଦପତ୍ର ସମୀକ୍ଷା ,ବ୍ୟଗଂ ଉପରେ ନିଜର ନଜର ରଖିଥିଲେ ଏବଂ ନିଜର ମତାମତ ପତ୍ର ମାଧ୍ୟମରେ ଉପସ୍ଥାପିତ କରିଥିଲେ | ଚର୍ଚ୍ଚ୍ ଅଫ୍ ଇଂଲଣ୍ଡ୍ର ପ୍ରତିକ୍ରିୟା ମିଶ୍ରିତ ଥିଲା | ଡାରଉଇନିଜମ୍ ଏକ ବୈପ୍ଲବିକ ଚିନ୍ତାଧାରାରେ ପରିଚୟ ନେଲା ଯାହାକି ବିଜ୍ଞାନର ଧର୍ମ ଉପରେ ବିଜୟର ସୂଚକ ବହନ କରିଥିଲା | ବିବର୍ତ୍ତନବାଦ ପୁରୋଧା ରୂପେ ଡାରଉଇନ୍ ୩ ନଭେମ୍ବେର୍ ୧୮୬୪ ଦିନ ରୟାଲ୍ ସୋସାଇଟିର କୋପଲେ ମେଡାଲ୍ ପ୍ରାପ୍ତ କରିଥିଲେ | "ଅନ୍ ଦି ଅରିଜିନ୍ ଅଫ୍ ସ୍ପେସିଜ୍ "ର ବିଭିନ୍ନ ଭାଷାରେ ଅନୁବାଦ କରାଯାଇଥିଲା | ଯାହାକି ସମାଜର ବିଭିନ୍ନ ବର୍ଗର ସମୁଦାୟର ଧ୍ୟାନ ଆକର୍ଷିତ କରିଥିଲା |

ଦେହାନ୍ତ ଏବଂ ଅନ୍ତିମ କ୍ରିୟା[ସମ୍ପାଦନା]

୧୮୮୨ରେ ଡାରଉଇନ୍ ଏକ ହୃଦୟଜନିତ ରୋଗରେ ପୀଡିତ ଥିଲେ | ତାହାଂକ ମୃତ୍ୟୁ ୧୯ ଏପ୍ରିଲ୍ ୧୮୮୨ ମସିହାରେ 'ଡାଉନ୍ ହାଉସ୍ 'ରେ ହୋଇଥିଲା | ଡାରଉଇନ୍ ତାହାଂକ ସମୟର ଜଣେ ମହାନ ବୈଜ୍ଞାନିକ ଥିଲେ | ଯାହାଂକ ନିକଟରେ ବୈପ୍ଲବିକ ଚିନ୍ତାଧାରା ଥିଲା | ଏହି ସମୟକୁ 'ଡାରଉଇନିଜମ୍ର ଏକ୍ଲିପସ୍ ' କୁହାଯାଏ କାରଣ ଅନେକ ବୈଜ୍ଞାନିକ କ୍ରମାଗତ ପ୍ରଚେଷ୍ଟା ସତ୍ୱେ ଅନ୍ୟ କୌଣସି ବିକଳ୍ପ ଡାରଉଇନିଜମ୍ ବିପକ୍ଷରେ ଉପସ୍ଥାପନ କରିପାରିନଥିଲେ | ୧୯୩୦ରୁ ୧୯୫୦ ମଧ୍ୟରେ ବିବର୍ତ୍ତନବାଦ ବିକାଶ ତଥା ମେଣ୍ଡେଲିଆନ୍ ଜେନେଟିକ୍ସ୍ ଏବଂ ପପୁଲେସନ୍ ଜେନେଟିକ୍ସ୍ ଏହା ପ୍ରମାଣିତ କରିଥିଲା ଯେ ପ୍ରାକୃତିକ ଚୟନ ( natural selection) କ୍ରମବିକାଶ ଅଥବା ବିବର୍ତ୍ତନବାଦର ମୂଖ୍ୟ କାରଣ |

ଆଧାର[ସମ୍ପାଦନା]

  • Anonymous (1882). "Obituary: Death Of Chas. Darwin". The New York Times (21 April 1882). Retrieved 30 October 2008.
  • Balfour, J. H. (11 May 1882). "Obituary Notice of Charles Robert Darwin" . Transactions & Proceedings of the Botanical Society of Edinburgh (14): 284–298.
  • Bannister, Robert C. (1989). Social Darwinism: Science and Myth in Anglo-American Social Thought. Philadelphia: Temple University Press. ISBN 0-87722-566-4.
  • Bowler, Peter J. (2003). Evolution: The History of an Idea (3rd ed.). University of California Press. ISBN 0-520-23693-9.
  • Browne, E. Janet (1995). Charles Darwin: vol. 1 Voyaging. London: Jonathan Cape. ISBN 1-84413-314-1.
  • Browne, E. Janet (2002). Charles Darwin: vol. 2 The Power of Place. London: Jonathan Cape. ISBN 0-7126-6837-3.

ଅଧିକ ତଥ୍ୟ[ସମ୍ପାଦନା]

public domain