Jump to content

ବୁନିଅନ

ଉଇକିପିଡ଼ିଆ‌ରୁ
(Bunionରୁ ଲେଉଟି ଆସିଛି)
ବୁନିଅନ (Bunion)
Hallux abducto valgus, hallux valgus, metatarsus primus varus[]
ବିଭାଗଅସ୍ଥିଶଲ୍ୟ ବିଜ୍ଞାନ (Orthopedics)
ଲକ୍ଷଣଦୃଶ୍ୟମାନ, ଲାଲ ଓ ବୃଦ୍ଧାଙ୍ଗୁଳି ମୂଳରେ ଯନ୍ତ୍ରଣା ଦାୟକ ଗଣ୍ଠି []
ଆକ୍ରାନ୍ତ ସମୟକ୍ରମଶଃ[]
କାରଣଅସ୍ପଷ୍ଟ[]
ବିପଦ କାରକଅଧିକ ଟାଇଟ ଜୋତା, ପାରିବାରିକ ଇତିହାସ, ରିଉମାଟଏଡ ଆର୍ଥ୍ରାଇଟିସ[]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଅନୁଯାୟୀ , ଏକ୍ସ-ରେ (X-rays)[]
ସଠିକ ରୋଗ ନିର୍ଣ୍ଣୟଓଷ୍ଟିଓଆର୍ଥ୍ରାଇଟିସ, ଫ୍ରିବର୍ଗସ ଡିଜିଜ (Freiberg's disease), ହାଲକ୍ସ ରିଜିଡସ (hallux rigidus), ମୋର୍ଟନସ ନିଉରୋମା (Morton's neuroma)[]
ଚିକିତ୍ସାଉପ‌ଯୁକ୍ତ ଜୋତା (shoes), ଅର୍ଥୋଟିକସ (orthotics), ଏନଏସଏଆଇଡିଏସ (NSAIDs), ଅପରେଶନ[]
ପୁନଃପୌନିକ~ ଯୁବାବସ୍ଥାରେ ଥିବା ୨୩% []
Patient UKବୁନିଅନ (Bunion)

ବୁନିଅନ (ଇଂରାଜୀ ଭାଷାରେ bunion) ରୋଗ ପାଦର (foot) ବୃଦ୍ଧାଙ୍ଗୁଳିରେ (big toe) ଥିବା ମେଟାଟାର୍ସୋଫାଲାଞ୍ଜିଆଲ ଗଣ୍ଠିର (joint) ବକ୍ରତାକୁ ବୁଝାଏ ।[] ପାଖରେ ଥିବା ଅନ୍ୟ ଆଙ୍ଗୁଠି ଦିଗକୁ ବୃଦ୍ଧାଙ୍ଗୁଳି ବଙ୍କା ହୋଇଯାଇ ଲାଲ ଦେଖାଯାଏ ଓ କଷ୍ଟଦାୟକ ହୁଏ । [] ଧୀର ଗତିରେ ଏହା ବଢ଼େ ।[] ରୋଗ ଜଟିଳ ହେଲେ ବର୍ସାଇଟିସ (Bursitis), ଆର୍ଥ୍ରାଇଟିସ ହୋଇପାରେ ।[]

ଏହି ରୋଗର କାରଣ ଅଜ୍ଞାତ ଅଛି ।[] ସମ୍ଭାବନା କାରଣ ମଧ୍ୟରେ ଅଧିକ ଟାଇଟ ଜୋତା (shoes), ପାରିବାରିକ ଇତିହାସ, ରିଉମାଟଏଡ ଆର୍ଥ୍ରାଇଟିସ ନାମ ଆସେ ।[] ଲକ୍ଷଣ ଅନୁଯାୟୀ ଓ ଏକ୍ସ-ରେ (X-rays) ଚିତ୍ର ଦେଖି ରୋଗ ନିର୍ଣ୍ଣୟ କରାଯାଏ ।[] ଏହି ଭଳି ବକ୍ରତା ପାଦର ଛୋଟ ଆଙ୍ଗୁଠିରେ ହେଲେ ତାହାକୁ ବୁନିଓନେଟ (bunionette) କୁହାଯାଏ ।[]

ଉପ‌ଯୁକ୍ତ ଜୋତା (shoes) ଓ ଅର୍ଥୋଟିକସ (orthotics) ବ୍ୟବ‌ହାର, ଏନଏସଏଆଇଡିଏସ (NSAIDs) ଔଷଧ ସାହାଯ୍ୟରେ ଏହି ରୋଗର ଚିକିତ୍ସା କରାଯାଏ ।[] ଏହି ଚିକିତ୍ସା ପ୍ରଭାବଶାଳୀ ନହେଲେ ଅପରେଶନ କରାଯାଏ ।[] ଯୁବାବସ୍ଥାରେ ଥିବା ପ୍ରାୟ ୨୩% ଲୋକଙ୍କର ଏହି ରୋଗ ହୁଏ ।[] ପୁରୁଷଙ୍କ ଅପେକ୍ଷା ମହିଳାମାନେ ଅଧିକ ଆକ୍ରାନ୍ତ ହୁଅନ୍ତି ।[] ଏହି ରୋଗ ପ୍ରାୟ ୨୦-୫୦ ବୟସରେ ହୁଏ । [] ବୟସ ବୃଦ୍ଧି ସଙ୍ଗେ ସଙ୍ଗେ ଅଧିକ ହୁଏ ।[] ସନ ୧୮୭୦ରେ ଏହି ରୋଗ ବିଷୟରେ ପ୍ରଥମେ ବର୍ଣ୍ଣନା କରାଯାଇଥିଲା ।[]

  1. 1 2 3 4 5 6 7 8 Dayton, Paul D. (2017). Evidence-Based Bunion Surgery: A Critical Examination of Current and Emerging Concepts and Techniques (in ଇଂରାଜୀ). Springer. pp. 1–2. ISBN 9783319603155.
  2. 1 2 3 4 5 6 7 8 9 10 11 12 13 14 15 "Bunions". OrthoInfo - AAOS. February 2016. Archived from the original on 13 November 2017. Retrieved 8 November 2017.
  3. Ferri, Fred F. (2010). Ferri's Differential Diagnosis E-Book: A Practical Guide to the Differential Diagnosis of Symptoms, Signs, and Clinical Disorders (in ଇଂରାଜୀ). Elsevier Health Sciences. p. 323. ISBN 0323081630.

ବାହ୍ୟ ଲିଙ୍କ

[ସମ୍ପାଦନା]
ଶ୍ରେଣୀବିଭାଗ
ବାହାର ଉତ୍ସ