ବୋଟୁଲିଜ୍ମ

ଉଇକିପିଡ଼ିଆ‌ରୁ
(Botulismରୁ ଲେଉଟି ଆସିଛି)
ବୋଟୁଲିଜ୍ମ
ବାମ ଛବିରେ ରୋଗ‌ଗ୍ରସ୍ତ ୧୪ ବର୍ଷ ବୟଷ୍କ ପିଲାର ଆଖି ମାଂସପେଶୀ ଦୁର୍ବଳ ହୋଇ ପତା ଅବନମିତ ହୋଇଛି । ଡାହାଣ ଚିତ୍ରରେ ଡୋଳା ଚଳନ ନାହିଁ । ଏ ପିଲାର ଚେତନା ସମ୍ପୁର୍ଣ୍ଣ ଅଛି ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିସଂକ୍ରାମକ ରୋଗ[*]
ଆଇସିଡ଼ି-୧୦A05.1
ଆଇସିଡ଼ି-୯-ସିଏମ୍005.1,040.41,040.42
ରୋଗ ଡାଟାବେସ2811
ମେଡ଼ିସିନ-ପ୍ଲସ000598
ଇ-ମେଡ଼ିସିନarticle/213311
Patient UKବୋଟୁଲିଜ୍ମ

ବୋଟୁଲିଜ୍ମ (ଇଂରାଜୀରେ botulism) ଏକ ବିରଳ ଓ ସମ୍ଭାବ୍ୟ ମାରାତ୍ମକ ପାରାଲିସିସ ଅସୁସ୍ଥତା ଯାହା କ୍ଲସ୍ଟ୍ରିଡିଅମ ବୋଟୁଲିନମ ନାମକ ଜୀବାଣୁର ଟକ୍ସିନ ବା ବିଷଦ୍ୱାରା ସୃଷ୍ଟି ହୁଏ । ଆରମ୍ଭରେ ଦୁର୍ବଳ ଲାଗେ, ଦେଖିବା ଅସୁବିଧା ହୁଏ, ଥକ୍କା ଲାଗେ ଓ କ‌ହିବା ଅସୁବିଧା ହୁଏ । ପରେ ପରେ ଅବୟବ ଓ ଛାତିର ମାଂସପେଶୀ ଦୁର୍ବଳ ହୋଇଯାଏ । ଏଥିରେ ସାଧାରଣତଃ ଜ୍ୱର ବା ଚେତନଶୂନ୍ୟତା ହୁଏ ନାହିଁ । [୧]

କେତେକ ବିଭିନ୍ନ ଉପାୟରେ ବୋଟୁଲିଜ୍ମ ହୁଏ । ଜୀବାଣୁର ସ୍ପୋର୍ ଉଭୟ ମାଟି ଓ ପାଣିରେ ସାଧାରଣତଃ ରହେ । ଏଗୁଡ଼ିକ କେତେକ ଉତ୍ତାପ ଓ ନିମ୍ନ ଅମ୍ଳଜାନ ପରିବେଶରେ ବୋଟୁଲିନମ୍ ଟକ୍ସିନ ତିଆରି କରନ୍ତି । ଟକ୍ସିନ ମିଶ୍ରିତ ଖାଦ୍ୟ ଖାଇଲେ ଖାଦ୍ୟବାହିତ ବୋଟୁଲିଜ୍ମ ହୁଏ । ଜୀବାଣୁ ଅନ୍ତନଳୀରେ ଟକ୍ସିନ ନିର୍ଗତ କଲେ ନବଜାତ ବୋଟୁଲିଜ୍ମ ହୁଏ । ସାଧାରଣତଃ ୬ ବର୍ଷ ବୟଷରୁ କମ ହୋଇଥିବା ଶିଶୁଙ୍କୁ ଏହି ରୋଗ ହୁଏ ଯେହେତୁ ଏହି ବୟସ ପରେ ଦେହରେ ସୁରକ୍ଷା ପ୍ରଣାଳୀ ତିଆରି ହୋଇଯାଏ । ରାସ୍ତାରେ ଡ୍ରଗ ଇଞ୍ଜେକ୍‌ସନ୍ ଦେଲେ କ୍ଷତ ବୋଟୁଲିଜ୍ମ ହୁଏ । ଏହି କ୍ରମରେ ଇଞ୍ଜେକ୍‌ସନ୍ ଦେବା ସ୍ଥାନରେ ସ୍ପୋର ପ୍ରବେଶ କରେ ଓ ଅମ୍ଳଜାନ ଅଭାବରେ ଟକ୍ସିନ ନିର୍ଗତ କରେ । ଏହି ରୋଗ ମଣିଷ‌ଠାରୁ ମଣିଷକୁ ଡିଏଁ ନାହିଁ । ସଂଦିଗ୍ଧ ଲୋକର ଦେହରେ ଟକ୍ସିନ ବା ଜୀବାଣୁ ପାଇଲେ ରୋଗ ନିର୍ଣ୍ଣୟ ହୁଏ । [୧]

ଉତ୍ତମ ରୂପେ ଖାଦ୍ୟ ପ୍ରସ୍ତୁତ କରି ଏହାକୁ ପ୍ରତିରୋଧ କରାଯାଏ । ଏହି ଟକ୍ସିନ ୫ ମିନିଟରୁ ଅଧିକ ସମୟ ୮୫ ଡିଗ୍ରୀ ସେଲ୍‌ସିଅସ୍‌ରୁ ଅଧିକ ଉତ୍ତାପରେ ଗରମ କଲେ ନଷ୍ଟ ହୋଇଯାଏ । ଏହି ରୋଗ ସଙ୍କଟ ଥିବା ଯୋଗୁ ଏକ ବର୍ଷ ବୟସରୁ କମ ପିଲାଙ୍କୁ ମହୁ ଖାଇବାକୁ ବାରଣ କରାଯାଏ । ଆଣ୍ଟିଟକ୍ସିନ ଦେଇ ଏହାର ଉପଚାର କରାଯାଏ । ଶ୍ୱାସ କ୍ରିୟା ହୋଇ ନ ପାରୁଥିଲେ ମେକାନିକାଲ ଭେଣ୍ଟିଲେସନ ଦିଆଯାଏ ଯାହା ଅନେକ ମାସ ପର୍ଯ୍ୟନ୍ତ ଆବଶ୍ୟକ ହୋଇପାରେ । ଆଣ୍ଟିବାୟୋଟିକ ବ୍ୟବ‌ହାର କରାଯାଇପାରେ । ୫ରୁ ୧୦ ଦଶ % ଲୋକଙ୍କର ମୃତ୍ୟୁ ହୁଏ । ଅନେକ ପଶୁମାନଙ୍କୁ ଏହା ଆକ୍ରମଣ କରିପାରେ । [୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Botulism Fact sheet N°270". World Health Organization. August 2013. Retrieved 24 February 2014.