ବିମଳ ଲୋଚନ ଦାସ
ବିମଳ ଲୋଚନ ଦାସ | |
---|---|
ବିଧାୟକ: ୧୩ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୦୪ – ୨୦୦୯ | |
ପୂର୍ବ ଅଧିକାରୀ | କିଶୋର ଦାଶ |
ପର ଅଧିକାରୀ | ସାନନ୍ଦ ମାରାଣ୍ଡି |
ନିର୍ବାଚନ ମଣ୍ଡଳୀ | ବାରିପଦା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୧ ଅକ୍ଟୋବର ୧୯୩୯ |
ମୃତ୍ୟୁ | ୨୩ ଫେବୃଆରୀ ୨୦୨୧ | (ବୟସ ୮୧)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଭାରତୀୟ ଜନତା ପାର୍ଟି |
ଜୀବନ ସାଥୀ | କଲ୍ୟାଣିରାଣୀ ଦାସ |
ବାପା/ବୋଉ | ତ୍ରିଲୋଚନ ଦାସ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ବିମଳ ଲୋଚନ ଦାସ (୧୧ ଅକ୍ଟୋବର ୧୯୩୯ - ୨୩ ଫେବୃଆରୀ ୨୦୨୧) ଜଣେ ଓଡ଼ିଆ ରାଜନୀତିଜ୍ଞ । ବିମଳ ଓଡ଼ିଶା ରାଜନୀତିରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଛନ୍ତି । ୨୦୦୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ବାରିପଦା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ବିମଳ ଲୋଚନ ଦାସ ୧୯୩୯ ମସିହାର ଅକ୍ଟୋବର ମାସ ୧୧ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ ତ୍ରିଲୋଚନ ଦାସ ଏବଂ ତାଙ୍କ ପତ୍ନୀଙ୍କ ନାମ କଲ୍ୟାଣିରାଣୀ ଦାସ ।[୧] ବିମଳଙ୍କର ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ୍ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ବିମଳ ୧୯୫୮ରେ ଯୁବ କଂଗ୍ରେସରେ ଯୋଗଦାନ କରି ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ୧୯୯୭ମସିହାରେ ଭାରତୀୟ ଜନତା ପାର୍ଟିରେ ଯୋଗଦେଇ ଥିଲେ । ୨୦୦୦ ମସିହାରେ ବାରିପଦା ନିର୍ବାଚନ ମଣ୍ଡଳୀରୁ ଭାଜପା ପ୍ରତିନିଧି ଭାବେ ପ୍ରତିଦ୍ୱନ୍ଦିତା କରି ପରାଜିତ ହୋଇଥିଲେ । ୨୦୦୪ମସିହାରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଟିକଟରେ ବାରିପଦାରୁ ନିର୍ବାଚିତ ହୋଇଥିଲେ । ସୀମା ପୁନଃନିର୍ଦ୍ଧାରଣ ପରେ ୨୦୦୯ରେ ମୋରଡ଼ା ବିଧାନ ସଭା ଆସନରୁ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ । [୨]
ମୃତ୍ୟୁ
[ସମ୍ପାଦନା]ବିମଳ ୨୩ ଫେବୃଆରୀ ୨୦୨୧ମସିହାରେ ମୃତ୍ୟବରଣ କରିଥିଲେ ।[୩] ମୃତ୍ୟୁବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା ।
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ "Shri Bimal Lochan Das". odishaassembly.nic.in. Odisha Assembly. Retrieved 20 September 2019.
- ↑ "ପୂର୍ବତନ ବିଧାୟକ ବିମଳ ଲୋଚନଙ୍କ ଦେହାନ୍ତ". epaper.prameyanews.com. Archived from the original on ୨୪ ଫେବୃଆରୀ ୨୦୨୧. Retrieved 24 February 2021.
{{cite web}}
: Check date values in:|archivedate=
(help) - ↑ "Former Baripada MLA Bimal Lochan Das dies". www.outlookindia.com. Retrieved 24 February 2021.