ବିଜୟ ମଲ୍ଲ

ଉଇକିପିଡ଼ିଆ‌ରୁ
(Bijaya Mallaରୁ ଲେଉଟି ଆସିଛି)
ବିଜୟ ମଲ୍ଲ
ଜନ୍ମ (1972-02-08) ୮ ଫେବୃଆରୀ ୧୯୭୨ (ବୟସ ୫୧)[୧]
ଜାତୀୟତାଭାରତୀୟ
ବୃତ୍ତିଗୀତିକାର
Signature

ବିଜୟ ମଲ୍ଲ (ଜନ୍ମ: ୮ ଫେବୃଆରୀ ୧୯୬୨) ଜଣେ ଜଣାଶୁଣା ଓଡ଼ିଆ ଗୀତିକାର[୨], ଲେଖକ ଓ ଅଭିନେତା । ସେ ଦୂରଦର୍ଶନ ଭୁବନେଶ୍ୱରର ଏକାଧିକ କାର୍ଯ୍ୟକ୍ରମରେ (ରାଗ ଅନୁରାଗ, ଛାନ୍ଦଧାରା, ଆଦି) ପ୍ରସିଦ୍ଧ ସଙ୍ଗୀତ ଶିଳ୍ପୀମାନଙ୍କ ସଙ୍ଗେ ସାକ୍ଷାତକାର କରନ୍ତି । ସେ, ରାଜ୍ୟ ଚଳଚ୍ଚିତ୍ର ସେନସର ବୋର୍ଡ଼ର ସଦସ୍ୟ, ଓଡ଼ିଶା ଯୁବ ଲେଖକ ସମ୍ମେଳନର ଯୁଗ୍ମ ସମ୍ପାଦକ, ଓଡ଼ିଶା ସାହିତ୍ୟ ଏକାଡେମୀର ସାଧାରଣ ପରିଷଦ ସଦସ୍ୟ ଭାବରେ କାର୍ଯ୍ୟ କରିଛନ୍ତି ।

୨୦୧୮ ମସିହାରେ ଦ୍ୱାଦଶ ଚଳଚ୍ଚିତ୍ର ଓ ଟେଲିଭିଜନ ଆୱାର୍ଡ ଶୋ ଟାଇମ୍‌-୨୦୧୮ରେ ରାନୀ ଧାରାବାହିକର ସଂଳାପ ନିମନ୍ତେ ତାଙ୍କୁ ପୁରସ୍କୃତ କରାଯାଇଥିଲା ।[୩]

ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ୨୦୧୨ରେ ନଈ ସେପାରି କନକ ଗୋରୀ ଚଳଚ୍ଚିତ୍ରରେ 'ଜହ୍ନକୁ ପଚାର ଏଇ ତାରାକୁ ପଚାର' ଗୀତ ନିମନ୍ତେ ବିଜୟ ମଲ୍ଲଙ୍କୁ ଶ୍ରେଷ୍ଠ ଓଡ଼ିଆ ଗୀତିକାର ଭାବେ ସମ୍ମାନିତ କରିଥିଲା । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଅରବିନ୍ଦ ପାଢ଼ୀ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।[୪]

୨୦୧୬ ମସିହାରେ ବିଜୟ ମଲ୍ଲଙ୍କ ଲିଖିତ ଛୁଟି ନାମକ ଗୀତିସଙ୍ଗ୍ରହ ଓମପ୍ରକାଶ ମହାନ୍ତିଙ୍କଦ୍ୱାରା ସଂଯୋଜିତ ହୋଇ ନମ୍ରତା ମହାନ୍ତିଙ୍କ କଣ୍ଠସ୍ୱରରେ ରେକର୍ଡ଼ କରାଯାଇଥିଲା ।[୫]

ରଚନାବଳୀ[ସମ୍ପାଦନା]

ଗଳ୍ପ ସଂକଳନ[ସମ୍ପାଦନା]

  • ଭ୍ରଷ୍ଟ ବୁମେରାଂ
  • ସୁନୟନାମାନଙ୍କ ପାଇଁ

କବିତା ସଂକଳନ[ସମ୍ପାଦନା]

  • କୁହୁକ କବିତା
  • କୁହୁଡ଼ି କାଳର ମେଘ
  • ପ୍ରେମ କେବେ କେବେ
  • ଏଇ ବୋଧେ ପ୍ରେମ[୬]

ଆଧାର[ସମ୍ପାଦନା]

  1. "ଆଜି ଏହି ଦୁଇ ଓଲିଉଡର ବହୁମୁଖୀ ପ୍ରତିଭାସଂପନ୍ନ ସେଲିବ୍ରିଟିଙ୍କର ଜନ୍ମ ଦିନ". sambad.in. 8 February 2018. Retrieved 17 February 2018.
  2. "ଓଡ଼ିଆ ଉଇକି ପାଠାଗାରର ଜନ୍ମ ଦିବସ". ସମ୍ବାଦ. ୪ ଡିସେମ୍ବର ୨୦୧୭. Retrieved 9 April 2018. {{cite news}}: Check date values in: |date= (help)
  3. "ଚଳଚ୍ଚିତ୍ର ଓ ଟେଲିଭିଜନ ଆୱାର୍ଡ ଶୋ ଟାଇମ୍‌: ଶ୍ରେଷ୍ଠ ନାୟକ ଅରିନ୍ଦମ, ନାୟିକା ଏଲିନା". ଧରିତ୍ରୀ. ୫ ଫେବୃଆରୀ ୨୦୧୮. Retrieved 9 April 2018. {{cite news}}: Check date values in: |date= (help)
  4. Bijay Malla Best Lyricist Odisha State Film Awards 2012, Uploaded by OdishaLive, YouTube.
  5. Now you can listen to Nazrul Geeti in Odia, Sunday, 02 August 2015, Viraj Shukla (Cuttack), The Daily Pioneer (Bhubaneswar edition).
  6. "କଥା ଝରକା". କଥା (ଅକ୍ଟୋବର ୨୦୨୦): ୭୯. Retrieved 19 November 2020.

ବାହାର ଆଧାର[ସମ୍ପାଦନା]