Jump to content

ବିଜୟ ମଲ୍ଲ

ଉଇକିପିଡ଼ିଆ‌ରୁ
(Bijaya Mallaରୁ ଲେଉଟି ଆସିଛି)
ବିଜୟ ମଲ୍ଲ
ଜନ୍ମ (1972-02-08) ୮ ଫେବୃଆରୀ ୧୯୭୨ (ବୟସ ୫୪)[]
ଜାତୀୟତାଭାରତୀୟ
ବୃତ୍ତିଗୀତିକାର
ଦସ୍ତଖତ

ବିଜୟ ମଲ୍ଲ (ଜନ୍ମ: ୮ ଫେବୃଆରୀ ୧୯୬୨) ଜଣେ ଜଣାଶୁଣା ଓଡ଼ିଆ ଗୀତିକାର[], ଲେଖକ ଓ ଅଭିନେତା । ସେ ଦୂରଦର୍ଶନ ଭୁବନେଶ୍ୱରର ଏକାଧିକ କାର୍ଯ୍ୟକ୍ରମରେ (ରାଗ ଅନୁରାଗ, ଛାନ୍ଦଧାରା, ଆଦି) ପ୍ରସିଦ୍ଧ ସଙ୍ଗୀତ ଶିଳ୍ପୀମାନଙ୍କ ସଙ୍ଗେ ସାକ୍ଷାତକାର କରନ୍ତି । ସେ, ରାଜ୍ୟ ଚଳଚ୍ଚିତ୍ର ସେନସର ବୋର୍ଡ଼ର ସଦସ୍ୟ, ଓଡ଼ିଶା ଯୁବ ଲେଖକ ସମ୍ମେଳନର ଯୁଗ୍ମ ସମ୍ପାଦକ, ଓଡ଼ିଶା ସାହିତ୍ୟ ଏକାଡେମୀର ସାଧାରଣ ପରିଷଦ ସଦସ୍ୟ ଭାବରେ କାର୍ଯ୍ୟ କରିଛନ୍ତି ।

୨୦୧୮ ମସିହାରେ ଦ୍ୱାଦଶ ଚଳଚ୍ଚିତ୍ର ଓ ଟେଲିଭିଜନ ଆୱାର୍ଡ ଶୋ ଟାଇମ୍‌-୨୦୧୮ରେ ରାନୀ ଧାରାବାହିକର ସଂଳାପ ନିମନ୍ତେ ତାଙ୍କୁ ପୁରସ୍କୃତ କରାଯାଇଥିଲା ।[]

ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ୨୦୧୨ରେ ନଈ ସେପାରି କନକ ଗୋରୀ ଚଳଚ୍ଚିତ୍ରରେ 'ଜହ୍ନକୁ ପଚାର ଏଇ ତାରାକୁ ପଚାର' ଗୀତ ନିମନ୍ତେ ବିଜୟ ମଲ୍ଲଙ୍କୁ ଶ୍ରେଷ୍ଠ ଓଡ଼ିଆ ଗୀତିକାର ଭାବେ ସମ୍ମାନିତ କରିଥିଲା । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଅରବିନ୍ଦ ପାଢ଼ୀ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।[]

୨୦୧୬ ମସିହାରେ ବିଜୟ ମଲ୍ଲଙ୍କ ଲିଖିତ ଛୁଟି ନାମକ ଗୀତିସଙ୍ଗ୍ରହ ଓମପ୍ରକାଶ ମହାନ୍ତିଙ୍କଦ୍ୱାରା ସଂଯୋଜିତ ହୋଇ ନମ୍ରତା ମହାନ୍ତିଙ୍କ କଣ୍ଠସ୍ୱରରେ ରେକର୍ଡ଼ କରାଯାଇଥିଲା ।[]

ରଚନାବଳୀ

[ସମ୍ପାଦନା]

ଗଳ୍ପ ସଂକଳନ

[ସମ୍ପାଦନା]
  • ଭ୍ରଷ୍ଟ ବୁମେରାଂ
  • ସୁନୟନାମାନଙ୍କ ପାଇଁ

କବିତା ସଂକଳନ

[ସମ୍ପାଦନା]
  • କୁହୁକ କବିତା
  • କୁହୁଡ଼ି କାଳର ମେଘ
  • ପ୍ରେମ କେବେ କେବେ
  • ଏଇ ବୋଧେ ପ୍ରେମ[]
  1. "ଆଜି ଏହି ଦୁଇ ଓଲିଉଡର ବହୁମୁଖୀ ପ୍ରତିଭାସଂପନ୍ନ ସେଲିବ୍ରିଟିଙ୍କର ଜନ୍ମ ଦିନ". sambad.in. 8 February 2018. Retrieved 17 February 2018.
  2. "ଓଡ଼ିଆ ଉଇକି ପାଠାଗାରର ଜନ୍ମ ଦିବସ". ସମ୍ବାଦ. ୪ ଡିସେମ୍ବର ୨୦୧୭. Retrieved 9 April 2018. {{cite news}}: Check date values in: |date= (help)
  3. "ଚଳଚ୍ଚିତ୍ର ଓ ଟେଲିଭିଜନ ଆୱାର୍ଡ ଶୋ ଟାଇମ୍‌: ଶ୍ରେଷ୍ଠ ନାୟକ ଅରିନ୍ଦମ, ନାୟିକା ଏଲିନା". ଧରିତ୍ରୀ. ୫ ଫେବୃଆରୀ ୨୦୧୮. Retrieved 9 April 2018. {{cite news}}: Check date values in: |date= (help)
  4. Bijay Malla Best Lyricist Odisha State Film Awards 2012, Uploaded by OdishaLive Archived 2017-12-03 at the Wayback Machine., YouTube.
  5. Now you can listen to Nazrul Geeti in Odia Archived 2023-03-15 at the Wayback Machine., Sunday, 02 August 2015, Viraj Shukla (Cuttack), The Daily Pioneer (Bhubaneswar edition).
  6. "କଥା ଝରକା". କଥା (ଅକ୍ଟୋବର ୨୦୨୦): ୭୯. Archived from the original on 19 November 2020. Retrieved 19 November 2020.{{cite journal}}: CS1 maint: bot: original URL status unknown (link)

ବାହାର ଆଧାର

[ସମ୍ପାଦନା]