ବାର୍ଥୋଲିନ ସିସ୍ଟ

ଉଇକିପିଡ଼ିଆ‌ରୁ
(Bartholin's cystରୁ ଲେଉଟି ଆସିଛି)
ବାର୍ଥୋଲିନ ସିସ୍ଟ (Bartholin's cyst)
Bartholinitis, Bartholin's duct cyst, Bartholin's abscess
ଡାହାଣ ପାଖ ବାର୍ଥୋଲିନ ସିସ୍ଟ
ବିଭାଗସ୍ତ୍ରୀରୋଗ ବିଜ୍ଞାନ (Gynecology)
ଲକ୍ଷଣଯୋନୀପଥର ଏକ ପାଖରେ ଫୁଲା ଓ ଯନ୍ତ୍ରଣା [୧]
ଆକ୍ରାନ୍ତ ସମୟପ୍ରଜନନକ୍ଷମ ବୟସ[୨]
କାରଣଅଜ୍ଞାତ[୧]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଓ ଶାରୀରିକ ପରୀକ୍ଷା [୧]
ସଠିକ ରୋଗ ନିର୍ଣ୍ଣୟସେବାସିଅସ ସିସ୍ଟ (Sebaceous cyst), ହାର୍ନିଆ, ହାଇଡ୍ରଡେନାଇଟିସ (hidradenitis suppurativa), ଫଲିକିଲାଇଟିସ (folliculitis), ଭଲଭାର କର୍କଟ (vulvar cancer)[୩][୪]
ଚିକିତ୍ସାPlacement of a Word catheter, (incision and drainage), (marsupialization), (sitz baths)[୩][୧]
ପୁନଃପୌନିକ୨% ମହିଳାଙ୍କର ହୁଏ [୨]

ବାର୍ଥୋଲିନ ସିସ୍ଟ (ଇଂରାଜୀ ଭାଷାରେ Bartholin's cyst) କୁହାଯାଏ ଯେତେବେଳେ ଲେବିଆ (labia) ମଧ୍ୟରେ ଥିବା ବାର୍ଥୋଲିନ ଗ୍ରନ୍ଥି (Bartholin's gland) ଅବରୋଧ ହୋଇଯାଏ ।[୧] ସିସ୍ଟ ଛୋଟ ଥିଲେ ଅଳ୍ପ ଲକ୍ଷଣ ପ୍ରକାଶ ପାଏ ।[୧] ବଡ଼ ସିସ୍ଟ ହୋଇଥିଲେ ଯୋନୀପଥର ଏକ ପାଖରେ ଫୁଲା ହୁଏ, ଯୌନ‌କ୍ରିୟା ବେଳେ ଓ ଚାଲିଲା ବେଳେ ଯନ୍ତ୍ରଣା ହୁଏ ।[୧] ସିସ୍ଟ ସଂକ୍ରମିତ ହେଲେ ଆବସେସ (abscess) ହୁଏ ।[୨] ସିସ୍ଟ ଲାଲ ଦେଖାଯାଏ ଓ ଯନ୍ତ୍ରଣା ହୁ ।[୨]

ଏହି ରୋଗର କାରଣ ଅଦ୍ୟାବଧି ଅଜ୍ଞାତ ଅଛି । [୧] ଜୀବାଣୁ ସଂକ୍ରମଣ ଯୋଗୁ ପୁଞ୍ଜିତ ପୂଯ (abscess) ହୁଏ କିନ୍ତୁ ଏହା ଯୌନ ସଞ୍ଚାରିତ ସଂକ୍ରମଣ (sexually transmitted infection) ନୁହେଁ ।[୫] କ୍ୱଚିତ ଗନରିଆ ହୋଇପାରେ ।[୧][୪] ଲକ୍ଷଣ ଓ ଶାରୀରିକ ପରୀକ୍ଷା (examination) କରି ରୋଗ ନିର୍ଣ୍ଣୟ କରାଯାଏ ।[୧] ବୟସ ୪୦ରୁ ଉର୍ଦ୍ଧ୍ୱ ହୋଇଥିଲେ କର୍କଟ ରୋଗ ସମ୍ଭାବନା ଦୂର କରିବା ନିମନ୍ତେ ତନ୍ତୁ ବାୟୋପ୍ସି (tissue biopsy) କରାଯାଏ ।[୩][୧]

ଲକ୍ଷଣ ନଥିଲେ ଚିକିତ୍ସା ଆବଶ୍ୟକ ହୁଏନି ।[୨][୧] ଲକ୍ଷଣ ଥିଲେ ସିସ୍ଟର ନିଷ୍କାସନ ଆବଶ୍ୟକ ହୁଏ ।[୨] ଗୋଟିଏ ୱାର୍ଡ଼ କାଥେଟର ୪ ସପ୍ତାହ ପାଇଁ ଭର୍ତ୍ତି କରିଦିଆଯାଏ କାରଣ ନିଷ୍କାସନ (incision and drainage) ପରେ ଆଉଥରେ ସେହି ରୋଗ ସାଧାରଣତଃ ହୁଏ ।[୨][୩] ମାର୍ସୁପିଲାଇଜେସନ (marsupialization) ଅପରେଶନ କରାଯାଇପାରେ ଓ ସମସ୍ୟା ଜାରିରହିଲେ ଗ୍ରନ୍ତିକୁ ସମୁଳେ ବାହାରକରାଯାଏ ।[୨] ରୋଗୀ ବୟସ ୪୦ରୁ ଉର୍ଦ୍ଧ୍ୱ ହୋଇଥିଲେ ଓ କର୍କଟ ସମ୍ଭାବନା ଥିଲେ ମଧ୍ୟ ଏହାକୁ କାଢ଼ିଦିଆଯାଏ ।[୨] ସାଧାରଣତଃ ଏଥିରେ ଆଣ୍ଟିବାୟୋଟିକ (Antibiotics) ବ୍ୟବ‌ହୃତ ହୁଏନାହିଁ । [୨]

ଏହି ରୋଗ ୨% ମହିଳାଙ୍କୁ ଯେକୌଣସି ସମୟରେ ହୋଇପାରେ ।[୨] ପ୍ରାୟ ପ୍ରଜନନକ୍ଷମ ବୟସରେ ଏହି ରୋଗ ହୁଏ ।[୨] ସନ ୧୬୭୭ରେ ଏହି ରୋଗ ବିଷୟ ସଠିକ୍ ଭାବରେ କାସ୍ପର ବାର୍ଥୋଲିନ (Caspar Bartholin) ବର୍ଣ୍ଣନା କରିଥିଲେ । [୬] ସନ ୧୯୬୭ରେ ବୁଫୋର୍ଡ଼ ୱାର୍ଡ଼ ଏହାର କାର୍ଯ୍ୟବିଧି ବର୍ଣ୍ଣନା କରିଥିଲେ ।[୬][୭]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ "Bartholin Gland Cysts". Merck Manuals Professional Edition. Retrieved 12 September 2018.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ Omole, Folashade; Simmons, Barbara J.; Hacker Yolanda (2003). "Management of Bartholin's duct cyst and gland abscess". American Family Physician. 68 (1): 135–40. PMID 12887119.
  3. ୩.୦ ୩.୧ ୩.୨ ୩.୩ Lee, MY; Dalpiaz, A; Schwamb, R; Miao, Y; Waltzer, W; Khan, A (May 2015). "Clinical Pathology of Bartholin's Glands: A Review of the Literature". Current Urology. 8 (1): 22–5. doi:10.1159/000365683. PMC 4483306. PMID 26195958.
  4. ୪.୦ ୪.୧ Ferri, Fred (2017). Ferri's clinical advisor 2018 : 5 books in 1. Elsevier Canada. p. 175. ISBN 978-0323280495.
  5. Marx, John A. Marx (2014). "Skin and Soft Tissue Infections". Rosen's emergency medicine : concepts and clinical practice (8th ed.). Philadelphia, PA: Elsevier/Saunders. pp. Chapter 137. ISBN 1455706051.
  6. ୬.୦ ୬.୧ Knaus, John V.; Isaacs, John H. (2012). Office Gynecology: Advanced Management Concepts (in ଇଂରାଜୀ). Springer Science & Business Media. p. 266. ISBN 9781461243403.
  7. Williams Gynecology (2 ed.). McGraw Hill Professional. 2012. p. 1063. ISBN 9780071804653.

ବାହ୍ୟ ଲିଙ୍କ[ସମ୍ପାଦନା]

ଶ୍ରେଣୀବିଭାଗ
ବାହାର ଉତ୍ସ