ଅତୀସ ମଜୁମଦାର

ଉଇକିପିଡ଼ିଆ‌ରୁ
(Atis Majumdarରୁ ଲେଉଟି ଆସିଛି)
ଅତୀସ ମଜୁମଦାର
Born୧୯୩୩
Died୧୭ ମଇ ୨୦୧୨
Occupation(s)ଗାୟକ, ସଙ୍ଗୀତ ନିର୍ଦ୍ଦେଶକ
Awardsଓଡ଼ିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର ୨୦୦୨

ଅତୀସ ମଜୁମଦାର(୧୯୩୩-୨୦୧୨) ଜଣେ ଓଡ଼ିଆ ଗାୟକ ଓ ସଙ୍ଗୀତ ନିର୍ଦ୍ଦେଶକ ଥିଲେ ।[୧] ସେ ବହୁ ଓଡ଼ିଆ ଚଳଚ୍ଚିତ୍ର ଓ ଆକାଶବାଣୀରେ କଣ୍ଠଦାନ କରିଥିଲେ । ୧୯୮୯ର ଚଳଚ୍ଚିତ୍ର ଶାସ୍ତିରେ ସେ ସଙ୍ଗୀତ ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ । ୨୦୦୨ ମସିହାରେ ଆକାଶବାଣୀରେ ସେ ୫୦ବର୍ଷ ପୂର୍ଣ୍ଣ କରିଥିଲେ ।

ଅତୀସ ୧୯୩୩ ମସିହାରେ ଜନ୍ମଗ୍ରହଣ କରିଥିଲେ । ପିଲାଦିନରୁ ସେ ସଙ୍ଗୀତପ୍ରତି ଆକର୍ଷିତ ଥିଲେ ଓ ନିଜ ମା'ଙ୍କଠାରୁ ସଙ୍ଗୀତ ଶିଖିଥିଲେ । ୨୦୦୨ ମସିହାରେ ସେ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର ଲାଭ କରିଥିଲେ । ୨୦୦୯ମସିହାରେ ସେ ଶାରଳା ପୁରସ୍କାର କମିଟିଦ୍ୱାରା ସମ୍ବର୍ଦ୍ଧୀତ ହୋଇଥିଲେ । ୨୦୧୨ ମଇ ମାସରେ ସେ ଇହଲିଳା ସମ୍ବରଣ କରିଥିଲେ ।

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର - ୨୦୦୨
  • ଶାରଳା ପୁରସ୍କାର କମିଟିଦ୍ୱାରା ସମ୍ବର୍ଦ୍ଧିତ - ୨୦୦୯[୨]
  • ଆକାଶବାଣୀ କଟକ କେନ୍ଦ୍ରଦ୍ୱାରା ସମ୍ବର୍ଦ୍ଧିତ - ୨୦୦୨[୩]

ଆଧାର[ସମ୍ପାଦନା]

ବାହାର ଆଧାର[ସମ୍ପାଦନା]