ଖେଳୁଆଡ଼ ପାଦ

ଉଇକିପିଡ଼ିଆ ରୁ
(Athlete's foot ରୁ ଲେଉଟି ଆସିଛି)
Jump to navigation Jump to search

ଖେଳୁଆଡ଼ ପାଦ
ringworm of the foot,[୧] moccasin foot[୨]
FeetFungal.JPG
A severe case of athlete's foot
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିସଂକ୍ରାମକ ରୋଗ[*]
ଆଇସିଡ଼ି-୧୦B35.3
ଆଇସିଡ଼ି-୯-ସିଏମ୍110.4
ରୋଗ ଡାଟାବେସ13122
ମେଡ଼ିସିନ-ପ୍ଲସ000875
ଇ-ମେଡ଼ିସିନderm/470
MeSHD014008

ଖେଳୁଆଡ଼ ପାଦ, ଇଂରାଜୀ ଭାଷାରେ ଆଥଲେଟ ଫୁଟ (Athlete's foot), ଅନ୍ୟ ନାମ ଟିନିଆ ପେଡିସ୍, ଏକ ସାଧାରଣ ଚର୍ମ ସଂକ୍ରମଣ ଯାହା କବକ/ଫିମ୍ପିଦ୍ୱାରା ହୁଏ ।[୨] ଏହି ରୋଗ ହେଉଥିବା ସ୍ଥାନ କୁଣ୍ଡେଇ ହୁଏ, କାତି ବାହାରେ ଓ ଲାଲ ଦେଖାଯାଏ ।[୩] ସାଂଘାତିକ କେଶ୍‌ରେ ଚମରେ ଫୋଟକା ହୁଏ । [୪] ଏହି ରୋଗ ପାଦର ଯେ କୌଣସି ସ୍ଥାନରେ ହୋଇପାରେ, କିନ୍ତୁ ଅଧିକାଂଶ ବେଳେ ଆଙ୍ଗୁଠି ସନ୍ଧିରେ ହୁଏ ।[୩] ଏହା ପରେ ପାଦ ତଳ ଦ୍ୱିତୀୟ ସାଧାରଣ ସ୍ଥାନ ଯେଉଁଠାରେ ଏହା ହୁଏ ।[୪] ନ‌ଖ କବକ ସଂକ୍ରମଣ ବା ହାତ ସଂକ୍ରମଣ ମଧ୍ୟ ଏକ ସମୟରେ ହୋଇପାରେ ।[୫] ଏହା ଟିନିଆ ଶ୍ରେଣୀର ଏକ ରୋଗ । [୬]

ଟିନିଆ ପେଡିସ୍ ଅନେକ ପ୍ରକାରର କବକ ଜାତିଦ୍ୱାରା ହୁଏ ।[୩] ଏମାନଙ୍କ ନାମ ଟ୍ରାଇକୋଫାଇଟନ୍, ଏପିଡର୍ମୋଫାଇଟନ୍, ଓ ମାଇକ୍ରୋସ୍ପୋରମ୍[୫] ପରିବେଶରେ ଥିବା କବକ ବା ସଂକ୍ରମିତ ଚର୍ମ ସଂସ୍ପର୍ଶରେ ଆସିଲେ ଏହି ରୋଗ ହୁଏ ।[୩] ସ୍ୱିମିଙ୍ଗ ପୁଲ ଓ ଲକର୍ ରୁମରେ ଏହି କବକ ବଞ୍ଚି ରହନ୍ତି ।[୭] ଅନ୍ୟ ପଶୁମାନଙ୍କ ଦେହରୁ ମଧ୍ୟ ଏହା ଆସିପାରେ ।[୮] ଚିହ୍ନ ଓ ଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ କରାଯାଏ, କିନ୍ତୁ କଲ୍‌ଚର୍ ବା ଅଣୁବୀକ୍ଷଣ ଯନ୍ତ୍ରରେ ହାଇଫି ଦେଖିଲେ ନିର୍ଣ୍ଣୟ କରାଯାଏ ।[୫]

ସ୍ନାନାଗାରରେ ଖାଲି ପାଦରେ ନ ଯିବା, ପାଦ ନ‌ଖ ଛୋଟ ରଖିବା, ବଡ଼ ଯୋତା ପିନ୍ଧିବା ଓ ପ୍ରତିଦିନ ମୋଜା ବଦଳେଇବା ଅବଲମ୍ବନ କଲେ ଏହି ରୋଗ ପ୍ରତିରୋଧ ହୋଇଯାଏ ।[୮][୫] ସଂକ୍ରମଣ ଥିଲେ ସେହି ସ୍ଥାନ ଶୁଖିଲା ରଖିଲେ ଓ ସ୍ୟାଣ୍ଡାଲ ପିନ୍ଧିଲେ ସାହାଯ୍ୟକାରୀ ହୁଏ ।[୩] କବକ ନିରୋଧୀ ଔଷଧ ଯେପରିକି କ୍ଲୋଟ୍ରାଇମାଜୋଲ ମଲମ ଦିଆଯାଏ ଓ ସର୍ବଦା ରୋଗ ରହୁଥିଲେ ହେଉଥିଲେ ଟର୍ବିନାଫାଇନ ପାଟିରେ ଦିଆଯାଏ ।[୨][୫] ମଲମ ୪ ସପ୍ତାହ ପର୍ଯ୍ୟନ୍ତ ଦିଆଯାଏ ।[୫]

ଖେଳୁଆଡ଼ ପାଦ ରୋଗ ପ୍ରଥମେ ସନ ୧୯୦୮ରେ ବର୍ଣ୍ଣନା କରାଯାଇଥିଲା ।[୯] ପୃଥିବୀର ସନସଂଖ୍ୟାର ପ୍ରାୟ ୧୫% ଲୋକଙ୍କୁ ଏହି ରୋଗ ହୁଏ ।[୨] ମହିଳାଙ୍କ ଅପେକ୍ଷା ପୁରୁଷଙ୍କର ଏହି ରୋଗ ବେଶୀ ହୁଏ ।[୫] ବଡ଼ ପିଲା ଓ ଅଳ୍ପ ବୟସ୍କ ଯୁବକମାନଙ୍କରେ ଅଧିକ ହୁଏ ।[୫] ଅତୀତରେ ଏହା କ୍ୱଚିତ୍ ହେଉଥିଲେ ମଧ୍ୟ ସନ ୧୯୦୦ ପରଠାରୁ ଅଧିକ ଜୋତା ବ୍ୟବ‌ହାର, ସ୍ୱାସ୍ଥ୍ୟ କ୍ଲବ, ଯୁଦ୍ଧ ଓ ଯାତ୍ରା ଯୋଗୁ ଏହା ହେଉଥିବା ବିଶ୍ୱାସ କରାଯାଉଛି ।[୧୦]

ଆଧାର[ସମ୍ପାଦନା]

  1. Rapini, Ronald P.; Bolognia, Jean L.; Jorizzo, Joseph L. (2007). Dermatology: 2-Volume Set. St. Louis: Mosby. p. 1135. ISBN 1-4160-2999-0.CS1 maint: Multiple names: authors list (link)
  2. ୨.୦ ୨.୧ ୨.୨ ୨.୩ Bell-Syer, SE; Khan, SM; Torgerson, DJ (17 October 2012). Bell-Syer, Sally EM (ed.). "Oral treatments for fungal infections of the skin of the foot". The Cochrane database of systematic reviews. 10: CD003584. doi:10.1002/14651858.CD003584.pub2. PMID 23076898.
  3. ୩.୦ ୩.୧ ୩.୨ ୩.୩ ୩.୪ "Hygiene-related Diseases". CDC. 24 December 2009. Retrieved 24 January 2016.
  4. ୪.୦ ୪.୧ "Symptoms of Ringworm". CDC. 6 December 2015. Retrieved 24 January 2016.
  5. ୫.୦ ୫.୧ ୫.୨ ୫.୩ ୫.୪ ୫.୫ ୫.୬ ୫.୭ Kaushik, N; Pujalte, GG; Reese, ST (December 2015). "Superficial Fungal Infections". Primary care. 42 (4): 501–16. PMID 26612371.
  6. Moriarty, B; Hay, R; Morris-Jones, R (July 2012). "The diagnosis and management of tinea". BMJ. 345 (7): e4380. doi:10.1136/bmj.e4380. PMID 22782730.
  7. Hawkins, DM; Smidt, AC (April 2014). "Superficial fungal infections in children". Pediatric clinics of North America. 61 (2): 443–55. doi:10.1016/j.pcl.2013.12.003. PMID 24636655.
  8. ୮.୦ ୮.୧ "People at Risk for Ringworm". CDC. 6 December 2015.
  9. Homei, Aya; Worboys, Michael (2013). Fungal disease in Britain and the United States 1850-2000 : mycoses and modernity. p. 44. ISBN 9781137377036.
  10. Perfect, edited by Mahmoud A. Ghannoum, John R. (2009). Antifungal Therapy. New York: Informa Healthcare. p. 258. ISBN 9780849387869.CS1 maint: Extra text: authors list (link)