Jump to content

ଅରୁନା ଡି ୱେଭର

ଉଇକିପିଡ଼ିଆ‌ରୁ
(Anuna De Weverରୁ ଲେଉଟି ଆସିଛି)
ଅରୁନା ଡି ୱେଭର
ସନ ୨୦୧୯ ଜାନୁଆରୀ ମାସରେ ଅରୁନା ଡି ୱେଭର ବିରୋଧ କରୁଛନ୍ତି ।
ଜନ୍ମଜନ୍ମ ବର୍ଷ ୨୦୦୧
ମୋର୍ଟସେଲ (Mortsel), ବେଲଜିଅମ
ପେଷାଛାତ୍ରୀ
ଜଣାଶୁଣାଜଳବାୟୁ ନିମନ୍ତେ ସ୍କୁଲ ସ୍ଟ୍ରାଇକ (School strike for the climate)

ଅରୁନା ଡି ୱେଭର (ଇଂରାଜୀ ଭାଷାରେ Anuna De Wever (ଜନ୍ମ ୨୦୦୧) ଜଣେ ବେଲଜିଅମ ଦେଶର ଛାତ୍ରୀ ଓ ପର୍ଯ୍ୟାବରଣ କର୍ମୀ, ବେଲଜିଅମରେ ଜଳବାୟୁ ଆନ୍ଦୋଳନ ନିମନ୍ତି ସ୍କୁଲ ସ୍ଟ୍ରାଇକର (School strike for the climate) ମୂଖ୍ୟ କର୍ମୀ ।

ଜୀବନୀ

[ସମ୍ପାଦନା]

ବେଲଜିଅମର ମୋର୍ଟସେଲରେ (Mortsel) ଡି ୱେଭର ଜନ୍ମଗ୍ରହଣ କରିଥିଲେ । କିରା ଗାଣ୍ଟଏସ Kyra Gantois ଓ ଆଡିଲେଡ ଚାର୍ଲିଅର Adélaïde Charlier ସ‌ହିତ ଡି ୱେଭର ବେଲଜିଅମର ଜଳବାୟୁ ନିମନ୍ତେ ସ୍କୁଲ ସ୍ଟ୍ରାଇକରେ ଅକ ପ୍ରମୁଖ ନେତ୍ରୀ ଥିଲେ । [୧] ଫେବ୍ରୁଆରୀ-ମଇ ୨୦୧୯ ପର୍ଯ୍ୟନ୍ତ ସେ ଏହି ବିଷୟରେ ହୁମୋ ପତ୍ରିକାର (HUMO.) ଏକ କଲମରେ ଲେଖୁଥିଲେ ।

ଅକ୍ଟୋବର ୨୦୧୯ରେ ସେ ସର୍ବ କନିଷ୍ଠ ଜଳବାୟୁ କର୍ମୀ ଥିଲେ ଓ ଚିଲି ଦେଶର ସାଣ୍ଟିଆଗୋ ଡି ଚିଲି (Santiago) ସ୍ଥାନରେ ହେଉଥିବା ୨୦୧୯ ମିଳିତ ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ (en:2019 United Nations Climate Change Conference) ପ‌ହଞ୍ଚିବାକୁ ରେଜିନା ମାରିସର (Regina Maris) ସ୍ୱଳ୍ପ-କାର୍ବନ ଟ୍ରାନ୍ସ-ଆଟଲାଣ୍ଟିକ ଯାତ୍ରାରେ ଭାଗନେଇଥିଲେ । [୨]

ବେଲଜିଅମର ସେଣ୍ଟର-ରାଇଟରେ ହୋଇଥିବା ସ୍କୁଲ ସ୍ଟ୍ରାଇକ ବିଷୟରେ ପର୍ଯ୍ୟାବରଣ ମନ୍ତ୍ରୀ ଜୋକ ସଉଭ୍ଲିଏଜ (Joke Schauvliege) ଏହି ସ୍ଟ୍ରାଇକ‌କୁ ମିଛରେ ଷ୍ଟେଟ ସେକ୍ୟୁରିଟି ସର୍ଭିସ ସୂଚନା ଅନୁସାରେ ଏକ ରାଜନୈତିକ ଚାଲ କ‌ହିବାର ପରିଣାମ ସ୍ୱରୂପ ମନ୍ତ୍ରୀ ପଦ ତ୍ୟାଗ କରିବାକୁ ପଡ଼ିଥିଲା । [୩][୪]

ବେଲଜିଅମ ଯୁଥ ଫର କ୍କାଇମରଟ ସଂସ୍ଥାରେ ବ୍ୟକ୍ତିଗତ ପାର୍ଥକ୍ୟ ଦେଖାଯିବା ଯୋଗୁ ସନ ୨୦୧୯ରେ ସ‌ହ-ସଂସ୍ଥାପକ କିରା ଗାଣ୍ଟଏସ ପଦତ୍ୟାଗ କରି ଚାଲିଯିବା ଯୋଗୁ ସଂସ୍ଥାଟି ଭାଙ୍ଗିଗଲା । [୫]

ପୁକେଲପ‌ପ୍ ସଂଗୀତ ଉତ୍ସବ ଚାଲିଥିବା ବେଳେ ସୁଖ୍ୟାତି ପାଇଥିବା ଡି ୱେଭରଙ୍କ ବିରୁଦ୍ଧରେ ଦକ୍ଷିଣ ପନ୍ଥୀ ଯୁବକମାନେ ବ୍ୟକ୍ତିଗତ ଅସୂୟାରେ ଜର୍ଜରିତ ହୋଇ ତାଙ୍କ ଉପରକୁ ମୂତ୍ରଭର୍ତ୍ତି ବୋତଲ ଫିଙ୍ଗିଥିଲେ ଓ ତାଙ୍କୁ ଠାବ କରିବାକୁ ଉତ୍ସବର ତମ୍ବୁଗୁଡ଼ିକ ଭାଙ୍ଗି ଦେଇଥିଲେ ।[୬] ବିରୁଦ୍ଧାତ୍ମକ ସୂଚନା ଦେବାକୁ ମିଲିଟାଣ୍ଟ ଦକ୍ଷିଣ-ପନ୍ଥୀମାନେ ଫ୍ଲାଣ୍ଡର ପତାକାର (Flag of Flanders) ରଙ୍ଗରୂପ ବଦଳେଇ ଦେଇଥିଲେ > [୭][୮]

ପୁରସ୍କାର

[ସମ୍ପାଦନା]
  • ସନ ୨୦୧୯ରେ ଡି ୱେଭର ଓ କିରା ଗାଣ୍ଟଏସ ଦୁହେଁ ଯୁଗ୍ମ ଭାବରେ ମୁକ୍ତ ପୃଥିବୀର ଆର୍କ ପୁରସ୍କାର (Ark Prize of the Free Word) ଗ୍ରହଣ କରିଥିଲେ । [୯]
  • ସେପ୍ଟେମ୍ବର ୨୦୧୯ରେ ଯୁଥ ଫର କନସାଇନ୍ସ ତରଫରୁ ଆଡିଲେଡ ଚାର୍ଲିଅର ଓ ଡି ୱେଭର ଦୁହେଁ ଆମନେସ୍ଟି ଇଣ୍ଟରନ୍ୟାସନାଲ ବେଲଜିଅମର (Amnesty International Belgium's) ଆମ୍ବାସଡର ଅଫ କନସାଇନ୍ସ ପୁରସ୍କାରର (Ambassador of Conscience Award) ଯୁଗ୍ମ ବିଜେତା ହୋଇଥିଲେ । [୧୦]
  1. ↑ "Belgium climate protests". BBC News. 2019-01-31. Retrieved 2019-06-25.
  2. ↑ Jennifer Rankin (2 October 2019). "Activists set sail across the Atlantic to Chile to demand curbs on flying". The Guardian.
  3. ↑ Daniel Boffey (5 February 2019). "Belgian minister resigns over school-strike conspiracy claims". The Guardian.
  4. ↑ "Belgian minister Schauvliege resigns over 'school protest plot'". BBC News. 2019-02-06. Retrieved 2019-06-25.
  5. ↑ Eline Bergmans (26 August 2019). "'Het boterde al maanden niet meer tussen Anuna en mij'". De Standaard.
  6. ↑ "Anuna De Wever harassed and threatened with death at Pukkelpop". The Brussels Times. 16 August 2019.
  7. ↑ Michaël Torfs (17 August 2019). "Climate activist Anuna De Wever targeted in Pukkelpop incident, "black" Flemish lion flags seized". VRT Nieuws.
  8. ↑ "Pukkelpop verwijdert Vlaamse vlaggen nadat Anuna De Wever werd belaagd". Knack. 16 August 2019.
  9. ↑ "Anuna De Wever en Kyra Gantois ontvangen Arkprijs". Het Nieuwsblad. 30 May 2019.
  10. ↑ "The voices of Brussels' Global Climate strike". The Brussels Times. 23 September 2019.