Jump to content

ଅରୁନା ଡି ୱେଭର

ଉଇକିପିଡ଼ିଆ‌ରୁ
ଅରୁନା ଡି ୱେଭର
ସନ ୨୦୧୯ ଜାନୁଆରୀ ମାସରେ ଅରୁନା ଡି ୱେଭର ବିରୋଧ କରୁଛନ୍ତି ।
ଜନ୍ମଜନ୍ମ ବର୍ଷ ୨୦୦୧
ମୋର୍ଟସେଲ (Mortsel), ବେଲଜିଅମ
ଜାତୀୟତାବେଲଜିଅମ
ବୃତ୍ତିଛାତ୍ରୀ
ପ୍ରସିଦ୍ଧିଜଳବାୟୁ ନିମନ୍ତେ ସ୍କୁଲ ସ୍ଟ୍ରାଇକ (School strike for the climate)

ଅରୁନା ଡି ୱେଭର (ଇଂରାଜୀ ଭାଷାରେ Anuna De Wever (ଜନ୍ମ ୨୦୦୧) ଜଣେ ବେଲଜିଅମ ଦେଶର ଛାତ୍ରୀ ଓ ପର୍ଯ୍ୟାବରଣ କର୍ମୀ, ବେଲଜିଅମରେ ଜଳବାୟୁ ଆନ୍ଦୋଳନ ନିମନ୍ତି ସ୍କୁଲ ସ୍ଟ୍ରାଇକର (School strike for the climate) ମୂଖ୍ୟ କର୍ମୀ ।

ଜୀବନୀ

[ସମ୍ପାଦନା]

ବେଲଜିଅମର ମୋର୍ଟସେଲରେ (Mortsel) ଡି ୱେଭର ଜନ୍ମଗ୍ରହଣ କରିଥିଲେ । କିରା ଗାଣ୍ଟଏସ Kyra Gantois ଓ ଆଡିଲେଡ ଚାର୍ଲିଅର Adélaïde Charlier ସ‌ହିତ ଡି ୱେଭର ବେଲଜିଅମର ଜଳବାୟୁ ନିମନ୍ତେ ସ୍କୁଲ ସ୍ଟ୍ରାଇକରେ ଅକ ପ୍ରମୂଖ ନେତ୍ରୀ ଥିଲେ । [] ଫେବ୍ରୁଆରୀ-ମଇ ୨୦୧୯ ପର୍ଯ୍ୟନ୍ତ ସେ ଏହି ବିଷୟରେ ହୁମୋ ପତ୍ରିକାର (HUMO.) ଏକ କଲମରେ ଲେଖୁଥିଲେ ।

ଅକ୍ଟୋବର ୨୦୧୯ରେ ସେ ସର୍ବ କନିଷ୍ଠ ଜଳବାୟୁ କର୍ମୀ ଥିଲେ ଓ ଚିଲି ଦେଶର ସାଣ୍ଟିଆଗୋ ଡି ଚିଲି (Santiago) ସ୍ଥାନରେ ହେଉଥିବା ୨୦୧୯ ମିଳିତ ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ (en:2019 United Nations Climate Change Conference) ପ‌ହଞ୍ଚିବାକୁ ରେଜିନା ମାରିସର (Regina Maris) ସ୍ୱଳ୍ପ-କାର୍ବନ ଟ୍ରାନ୍ସ-ଆଟଲାଣ୍ଟିକ ଯାତ୍ରାରେ ଭାଗନେଇଥିଲେ । []

ବେଲଜିଅମର ସେଣ୍ଟର-ରାଇଟରେ ହୋଇଥିବା ସ୍କୁଲ ସ୍ଟ୍ରାଇକ ବିଷୟରେ ପର୍ଯ୍ୟାବରଣ ମନ୍ତ୍ରୀ ଜୋକ ସଉଭ୍ଲିଏଜ (Joke Schauvliege) ଏହି ସ୍ଟ୍ରାଇକ‌କୁ ମିଛରେ ଷ୍ଟେଟ ସେକ୍ୟୁରିଟି ସର୍ଭିସ ସୂଚନା ଅନୁସାରେ ଏକ ରାଜନୈତିକ ଚାଲ କ‌ହିବାର ପରିଣାମ ସ୍ୱରୂପ ମନ୍ତ୍ରୀ ପଦ ତ୍ୟାଗ କରିବାକୁ ପଡ଼ିଥିଲା । [][]

ବେଲଜିଅମ ଯୁଥ ଫର କ୍କାଇମରଟ ସଂସ୍ଥାରେ ବ୍ୟକ୍ତିଗତ ପାର୍ଥକ୍ୟ ଦେଖାଯିବା ଯୋଗୁ ସନ ୨୦୧୯ରେ ସ‌ହ-ସଂସ୍ଥାପକ କିରା ଗାଣ୍ଟଏସ ପଦତ୍ୟାଗ କରି ଚାଲିଯିବା ଯୋଗୁ ସଂସ୍ଥାଟି ଭାଙ୍ଗିଗଲା । []

ପୁକେଲପ‌ପ୍ ସଂଗୀତ ଉତ୍ସବ ଚାଲିଥିବା ବେଳେ ସୁଖ୍ୟାତି ପାଇଥିବା ଡି ୱେଭରଙ୍କ ବିରୁଦ୍ଧରେ ଦକ୍ଷିଣ ପନ୍ଥୀ ଯୁବକମାନେ ବ୍ୟକ୍ତିଗତ ଅସୂୟାରେ ଜର୍ଜରିତ ହୋଇ ତାଙ୍କ ଉପରକୁ ମୂତ୍ରଭର୍ତ୍ତି ବୋତଲ ଫିଙ୍ଗିଥିଲେ ଓ ତାଙ୍କୁ ଠାବ କରିବାକୁ ଉତ୍ସବର ତମ୍ବୁଗୁଡ଼ିକ ଭାଙ୍ଗି ଦେଇଥିଲେ ।[] ବିରୁଦ୍ଧାତ୍ମକ ସୂଚନା ଦେବାକୁ ମିଲିଟାଣ୍ଟ ଦକ୍ଷିଣ-ପନ୍ଥୀମାନେ ଫ୍ଲାଣ୍ଡର ପତାକାର (Flag of Flanders) ରଙ୍ଗରୂପ ବଦଳେଇ ଦେଇଥିଲେ > [][]

ପୁରସ୍କାର

[ସମ୍ପାଦନା]
  • ସନ ୨୦୧୯ରେ ଡି ୱେଭର ଓ କିରା ଗାଣ୍ଟଏସ ଦୁହେଁ ଯୁଗ୍ମ ଭାବରେ ମୁକ୍ତ ପୃଥିବୀର ଆର୍କ ପୁରସ୍କାର (Ark Prize of the Free Word) ଗ୍ରହଣ କରିଥିଲେ । []
  • ସେପ୍ଟେମ୍ବର ୨୦୧୯ରେ ଯୁଥ ଫର କନସାଇନ୍ସ ତରଫରୁ ଆଡିଲେଡ ଚାର୍ଲିଅର ଓ ଡି ୱେଭର ଦୁହେଁ ଆମନେସ୍ଟି ଇଣ୍ଟରନ୍ୟାସନାଲ ବେଲଜିଅମର (Amnesty International Belgium's) ଆମ୍ବାସଡର ଅଫ କନସାଇନ୍ସ ପୁରସ୍କାରର (Ambassador of Conscience Award) ଯୁଗ୍ମ ବିଜେତା ହୋଇଥିଲେ । [୧୦]
  1. "Belgium climate protests". BBC News. 2019-01-31. Retrieved 2019-06-25.
  2. Jennifer Rankin (2 October 2019). "Activists set sail across the Atlantic to Chile to demand curbs on flying". The Guardian.
  3. Daniel Boffey (5 February 2019). "Belgian minister resigns over school-strike conspiracy claims". The Guardian.
  4. "Belgian minister Schauvliege resigns over 'school protest plot'". BBC News. 2019-02-06. Retrieved 2019-06-25.
  5. Eline Bergmans (26 August 2019). "'Het boterde al maanden niet meer tussen Anuna en mij'". De Standaard.
  6. "Anuna De Wever harassed and threatened with death at Pukkelpop". The Brussels Times. 16 August 2019.
  7. Michaël Torfs (17 August 2019). "Climate activist Anuna De Wever targeted in Pukkelpop incident, "black" Flemish lion flags seized". VRT Nieuws.
  8. "Pukkelpop verwijdert Vlaamse vlaggen nadat Anuna De Wever werd belaagd". Knack. 16 August 2019.
  9. "Anuna De Wever en Kyra Gantois ontvangen Arkprijs". Het Nieuwsblad. 30 May 2019.
  10. "The voices of Brussels' Global Climate strike". The Brussels Times. 23 September 2019.