ଅନ୍ତରା ଚକ୍ରବର୍ତ୍ତୀ

ଉଇକିପିଡ଼ିଆ‌ରୁ
(Antara Chakrabortyରୁ ଲେଉଟି ଆସିଛି)
ଅନ୍ତରା ଚକ୍ରବର୍ତ୍ତୀ
Odia Singer Antara Chakrabarty performing at Bhubaneswar on 2022 Independence Day
୨୦୨୨ ମସିହାର ସ୍ୱାଧୀନତା ଦିବସ ଅବସରରେ ଭୁବନେଶ୍ୱରରେ ଏକ କାର୍ଯ୍ୟକ୍ରମରେ ଓଡ଼ିଆ କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ ।
ଜନ୍ମ
ଅନ୍ତରା ଚକ୍ରବର୍ତ୍ତୀ
ଜାତୀୟତାଭାରତୀୟ
ପ୍ରସିଦ୍ଧିଓଡ଼ିଆ ଗାୟିକା
ପିତାମାତାମୋହିତ ଚକ୍ରବର୍ତ୍ତୀ

ଅନ୍ତରା ଚକ୍ରବର୍ତ୍ତୀ, ଜଣେ ଓଡ଼ିଆ କଣ୍ଠଶିଳ୍ପୀ ।[୧] ସେ ଚଳଚ୍ଚିତ୍ର, ଆଲବମ ଆଦିରେ କଣ୍ଠଦାନ କରନ୍ତି ।[୨] ଏଯାବତ ସେ ୮୦ଟି କଥାଚିତ୍ର, ୫୦୦ଆଲବମ୍ ଓ ୧୫ଟି ଟେଲି ଧାରାବାହିକରେ କଣ୍ଠଦାନ କରିସାରିଛନ୍ତି । ଓଡ଼ିଆ ବ୍ୟତିତ ସେ ହିନ୍ଦୀ ଓ ବଙ୍ଗଳା ଚଳଚ୍ଚିତ୍ରରେ ମଧ୍ୟ କଣ୍ଠଦାନ କରନ୍ତି । ତାଙ୍କ ପିତା ମୋହିତ ଚକ୍ରବର୍ତ୍ତୀ ଜଣେ ଓଡ଼ିଆ କଥାଚିତ୍ର ଗୀତିକାର ।

ମଉଡ଼ମଣି କଥାଚିତ୍ରରେ ସେ ଜଣେ ବାଳ କଣ୍ଠଶିଳ୍ପୀ ଭାବରେ ଗୀତ ଗାଇଥିଲେ । ଜଗୁ ଅଟୋବାଲା ଚଳଚ୍ଚିତ୍ରର "ଭିଜା ଭିଜା କୁହୁଡ଼ି ତଳେ" ତାଙ୍କୁ ଆଦୃତି ଆଣିଦେଇଥିଲା । ସେ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତରେ 'ବିଶାରଦ' ହାସଲ କରିଛନ୍ତି ।

ଓଡ଼ିଆ କଥାଚିତ୍ରରେ ଅବଦାନ[ସମ୍ପାଦନା]

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟିକା - ୨୦୧୫(ଇସ୍କ ତୁ ହି ତୁ ଚଳଚ୍ଚିତ୍ର ପାଇଁ)[୫]

ଆଧାର[ସମ୍ପାଦନା]

  1. https://timesofindia.indiatimes.com/others/news-interviews/Young-talents-in-Ollywood-crooning-glory/articleshow/21572147.cms
  2. https://timesofindia.indiatimes.com/city/bhubaneswar/Ashok-Swain-to-receive-Jaydev-Samman/articleshow/55642243.cms
  3. "ଧରିତ୍ରୀ ଆଳାପ". No. ଧରିତ୍ରୀ ମେଟ୍ରୋ ମିଜାଜ ୨୦/୦୯/୨୦୧୮ ପୃଷ୍ଠା ୭. Retrieved 20 September 2018.
  4. http://sambad.in/entertainment/antara-will-sing-with-arijit-singh-144984/
  5. http://pragativadi.com/27th-oriya-film-award-ceremony-held/